Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 53
________________ ପ୍ରତିକ୍ରମଣ ୪୧ ଏହାର ମୁଁ ଗ୍ୟାରେଣ୍ଟି ଦେଉଛି । ଘର୍ଷଣ ହୋଇଯାଏ ତେବେ ପ୍ରତିକ୍ରମଣ କରିନେବା ଉଚିତ । ଘର୍ଷଣ ପୁଦୁଗଲ ର ଅଟେ ଏବଂ ପୁଗୁଲ ସହ ପୁଦ୍ଗଲ ର ଘର୍ଷଣ ପ୍ରତିକ୍ରମଣ ଦ୍ୱାରା ନାଶ ହୁଏ । । ସେ ଭାଗ କରୁଥିବ ତେବେ ତୁମେ ଗୁଣା କରିବ, ଏହାଦ୍ୱାରା ରକମ ହିସାବ) ଉଡ଼ିଯିବ । ସାମ୍ବାବାଲା ପାଇଁ ଭାବିବା ଯେ, ‘ସେ ମୋତେ ଏମିତି କହିଲା, ସେମିତି କହିଲା’, ତାହା ହିଁ ଦୋଷ । ରାସ୍ତାରେ ଚାଲିବା ସମୟରେ ଯଦି କାନ୍ଥ ସହ ଧକ୍କା ହୋଇଯାଏ ତେବେ ତା’ ସହ କାହିଁକି ଲଡୁ ନାହିଁ ? ଗଛକୁ ଜଡ଼ (ନିଶ୍ଚତନ) କାହିଁକି କହନ୍ତି ? ଯେଉଁମାନେ ଧକ୍କା ହୁଅନ୍ତି, ସେମାନେ ସବୁ ଗଛ ହିଁ ଅଟନ୍ତି । । ପ୍ରଶ୍ନକର୍ତ୍ତା : ସ୍ତଳ ଘର୍ଷଣର ଉଦାହରଣ ଦେଲେ, ପୁଣି ସୂକ୍ଷ୍ମ, ସୂକ୍ଷ୍ମତର ଏବଂ ସୂଷ୍ପତମର ଉଦାହରଣ ଦିଅନ୍ତୁ । ସୂକ୍ଷ୍ମ ଘର୍ଷଣ କିପରି ହୋଇଥାଏ ? ଦାଦାଶ୍ରୀ : ତୋତେ ତୋ ଫାଦର୍(ପିତା)ଙ୍କ ସହ ଯାହା ହୁଏ, ସେ ସବୁ ସୂକ୍ଷ୍ମ ଘର୍ଷଣ । ପ୍ରଶ୍ନକର୍ତ୍ତା : ମାନେ କାହାକୁ କହନ୍ତି ? ଦାଦାଶ୍ରୀ : ସେଥିରେ ମାର-ପିଟ କର ? । ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : ତାହା ସୂକ୍ଷ୍ମ ଘର୍ଷଣ । ପ୍ରଶ୍ନକର୍ତ୍ତା : ସୂକ୍ଷ୍ମ ଅର୍ଥାତ ମାନସିକ ? ବାଣୀ ଦ୍ବାରା ଯାହା ବି ହୁଏ, ତାହା ମଧ୍ୟ ସୂକ୍ଷ୍ମରେ ଯାଏ ? | ଦାଦାଶ୍ରୀ : ତାହା ସ୍ଥଳରେ । ଯାହା ସାମ୍ବାବାଲାକୁ ଜଣା ନ ପଡ଼େ, ଯାହା ଦେଖାଯାଏ ନାହିଁ, ସେ ସବୁ ସୂକ୍ଷ୍ମରେ ଆସେ । । ପ୍ରଶ୍ନକର୍ତ୍ତା : ସେହି ସୂକ୍ଷ୍ମ ଘର୍ଷଣ କିପରି ଟାଳିବୁ ? । ଦାଦାଶ୍ରୀ : ପ୍ରଥମେ ସ୍ମଳ, ପୁଣି ସୂକ୍ଷ୍ମ, ତା’ ପରେ ସୂଷ୍ପତର ଆଉ ଶେଷରେ ସୂକ୍ଷ୍ମତମ ଘର୍ଷଣ ଟାଳିବାର ଅଛି । ପ୍ରଶ୍ନକର୍ତ୍ତା : ସୂକ୍ଷ୍ମତର ଘର୍ଷଣ କାହାକୁ କୁହାଯିବ ? ଦାଦାଶ୍ରୀ : ତୁମେ କାହାକୁ ମାରୁଥିବ ଆଉ ଏହି ଭାଇ ଜ୍ଞାନରେ ରହି ଦେଖନ୍ତି ଯେ ‘ମୁଁ ଶୁଦ୍ଧମ୍ବା ଅଟେ, ଏହା ‘ବ୍ୟବସ୍ଥିତ ଶକ୍ତି’ ମାରୁଛି’, ଏହିପରି

Loading...

Page Navigation
1 ... 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112