Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୪୬
ପ୍ରତିକ୍ରମଣ ଦାଦାଶ୍ରୀ : ସାଇଣ୍ଟିଫିକାଲୀ ତାହା ପୁଣି ତା’ର ଡିସାର୍ଜ ଅଟେ, ପରେ ତା’କୁ ଆବଶ୍ୟକ ହିଁ କ’ଣ ? ! କାରଣ ତୁମେ ଅଲଗା ଅଟ ଏବଂ ସେ ଅଲଗା ଅଟେ । ଏତେ ଶକ୍ତି ନାହିଁ ଏ ଲୋକଙ୍କର ! ଯଦି ପ୍ରତିକ୍ରମଣ ନ କରିବ ତେବେ ସେ ଅଭିପ୍ରାୟ ରହିଯିବ ଆଉ ତୁମେ ପ୍ରତିକ୍ରମଣ କରିବ ତେବେ ଅଭିପ୍ରାୟରୁ ଅଲଗା ହେଲ, ଏହି କଥା ନିଶ୍ଚିତ ଅଟେ ନା ? !
। କାରଣ ଯେତିକି ଅଭିପ୍ରାୟ ରହିଲା, ସେତିକି ମନ ରହିଯିବ । କାରଣ ମନ ଅଭିପ୍ରାୟରୁ ତିଆରି ହୁଏ । । ମୁଁ କ’ଣ କହିଛି ଯେ କୁଅଭ୍ୟାସ ପଡ଼ିଯାଇଛି, ସେଥିରେ ମୋତେ ଅସୁବିଧା ନାହିଁ, କିନ୍ତୁ ଯାହାର କୁଅଭ୍ୟାସ ପଡ଼ିଥିବ, ଭଗବାନଙ୍କଠାରେ ତାହାର ପ୍ରତିକ୍ରମଣ କରିବ ଯେ ‘ହେ ଭଗବାନ ! ଏ ମଦ ପିଇବା ଉଚିତ ନୁହେଁ, ତଥାପି ପିଉଛି ।
ସେଥିପାଇଁ କ୍ଷମା ମାଗୁଛି । ଆଉ, ଏହା ନ ପିଏ, ଏପରି ଶକ୍ତି ଦିଅନ୍ତୁ ।” ଏତିକି କରିବ ଭାଇ । ଯେବେକି ଲୋକେ ତ ବିରୋଧ କରନ୍ତି ଯେ ତୁ ମଦ କାହିଁକି ପିଉଛୁ ? ଆରେ, ଏପରି କରି ତୁ ତା’କୁ ବେଶୀ ବିଗାଡୁଛୁ । ତା’ର ଅହିତ କରୁଛୁ । ମୁଁ କ’ଣ କହିଛି, ତୁ କେତେ ବି ବଡ଼ ଦୋଷ କରି ଆସି ଥା, ତେବେ ଏହିପରି ପ୍ରତିକ୍ରମଣ କରିବୁ ।
| ପ୍ରଶ୍ନକର୍ତ୍ତା : ଆପଣ ସକାଳେ ଚାହା ପିଇବା ସମୟରେ କହିଲେ ଯେ ମୁଁ ପ୍ରତ୍ୟାଖ୍ୟାନ କରିବା ପରେ ଚାହା ପିଇଲି ।
ଦାଦାଶ୍ରୀ : ହଁ, ସେମିତିରେ ତ ମୁଁ ଚାହା ପିଏ ନାହିଁ, ତଥାପି ଯଦି ପିଇବାର ସଂଯୋଗ ମିଳିଯାଏ ଆଉ ଅନିବାର୍ଯ୍ୟ ହୋଇଯାଏ ସେତେବେଳେ କ’ଣ କରିବାକୁ ପଡ଼େ ? ଯଦି ପ୍ରତ୍ୟାଖ୍ୟାନ ନକରି ପିଇନେବି ତେବେ ଲାଖୁଯିବ । ଏଣୁ ରଙ୍ଗ ପାଣି ଅଜାଡ଼ିବାର ଅଛି କିନ୍ତୁ ତେଲ ଲଗାଇ । ହଁ । ମୁଁ ପ୍ରତ୍ୟାଖ୍ୟାନରୂପି ତେଲ ଲଗାଏ, ପରେ ସବୁଜ ରଙ୍ଗ ପାଣି ଅଜାଡ଼େ । କିନ୍ତୁ ଭିତରେ ସ୍ପର୍ଶ କରେ ନାହିଁ । ସେଥିପାଇଁ ପ୍ରତ୍ୟାଖ୍ୟାନ କରିବା ପରେ ଚାହା ପିଇଲି ମୁଁ !
। କେବଳ ଏତିକି ହିଁ ବୁଝିବା ପରି ଅଟେ । ପ୍ରତ୍ୟାଖ୍ୟାନ କରିବା ପରେ କର ଏସବୁ । ପ୍ରତିକ୍ରମଣ ତ ଯେତେବେଳେ ଅତିକ୍ରମଣ ହେବ ସେତେବେଳେ କରିବ । ଚାହା ପିଇବାକୁ ପଡ଼େ ତାହା ଅତିକ୍ରମଣ କୁହାଯିବ ନାହିଁ । ଯଦି ପ୍ରତ୍ୟାଖ୍ୟାନ ନ କରିବ, ତେଲ ନ ଲଗାଇବ, ତେବେ ଟିକିଏ ଲାଗିଯିବ । ଏବେ ତେଲ ଲଗାଇ କର ନା ସବୁ !
ମୋତେ ଅଶାତା ଦୁଃଖ ପରିଣାମ) କମ ହୁଏ । ଦେଖ ନା, ମାସ ସାରା

Page Navigation
1 ... 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112