Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 50
________________ ୩୮ ପ୍ରତିକ୍ରମଣ ଦାଦାଶ୍ରୀ : ପଶ୍ଚାତାପ କରିବା ଦ୍ଵାରା ତରଛୋଡ଼ ମାରିବାର ଅଭ୍ୟାସ ଚାଲିଯିବ । ତରଛୋଡ଼ ମାରି ପୁଣି କିଛି ସମୟ ପର୍ଯ୍ୟନ୍ତ ଯଦି ପଶ୍ଚାତାପ ନ କରେ ଏବଂ ଏପରି ମାନେ ଯେ ମୁଁ କେତେ ଭଲ କଲି ତେବେ ତାହା ନର୍କରେ ଯିବାର ସଙ୍କେତ ଅଟେ । ଭୁଲ କରିବା ପରେ ପଶ୍ଚାତାପ ତ କରିବା ହିଁ ଉଚିତ । | ପ୍ରଶ୍ନକର୍ତ୍ତା : ଯଦି ସାମ୍ବାବାଲାର ମନ ଭାଙ୍ଗିଥିବୁ ତେବେ ସେଥିରୁ ମୁକୁଳିବା ପାଇଁ କ’ଣ କରିବା ଉଚିତ ? । ଦାଦାଶ୍ରୀ : ପ୍ରତିକ୍ରମଣ କରିବା ଉଚିତ ଆଉ ଯଦି ସାମ୍ବା-ସାମୀ ଦେଖା ହୋଇଯାଏ ତେବେ କହିବ ଯେ “ଭାଇ, ମୋର ଅକଲ କମ, ମୋ ଦ୍ଵାରା ଭୁଲ ହୋଇଗଲା ।” ଏପରି କହିବା ଉଚିତ, ଏପରି କହିବା ଦ୍ଵାରା ତା’ କ୍ଷତ ଭରିଯିବ । | ପ୍ରଶ୍ନକର୍ତ୍ତା : କ’ଣ ଉପାୟ କରିବା ଉଚିତ ଯାଦ୍ଵାରା ତରଛୋଡ଼ର ପରିଣାମ ଭୋଗିବାର ସମୟ ହିଁ ନଆସେ ? । ଦାଦାଶ୍ରୀ : ତରଛୋଡ୍ ପାଇଁ ଅନ୍ୟ କୌଣସି ଉପାୟ ନାହିଁ, ବାରମ୍ବାର ପ୍ରତିକ୍ରମଣ କରିବା ଉଚିତ । ଯେପର୍ଯ୍ୟନ୍ତ ସାମ୍ବାବାଲାର ମନ ପୁଣି ଥରେ ନ ବଦଳି ଯାଏ, ସେପର୍ଯ୍ୟନ୍ତ କରିବା ଉଚିତ । ଆଉ ଯଦି ସେ ପ୍ରତ୍ୟକ୍ଷ ଦେଖା ହୋଇଯାଏ ତେବେ ପୁଣି ମଧୁର ବାଣୀ କହି କ୍ଷମା ମାଗିନେବା ଉଚିତ ଯେ “ଭାଇ, ମୋର ତ ବହୁତ ବଡ଼ ଭୁଲ ହୋଇଗଲା, ମୁଁ ତ ମୁଖି ଅଟେ, କମ ଅକଲ ଅଟେ ।’ ଏହାଦ୍ୱାରା ସାମ୍ବାବାଲାର କ୍ଷତ ଭରିବାକୁ ଲାଗିବ । ଯେବେ ତୁମେ ନିଜେ ନିଜର ହିଁ ନିନ୍ଦା କରିବା ତେବେ ସାମ୍ବାବାଲାକୁ ଭଲ ଲାଗିବ, ସେତେବେଳେ ସେମାନଙ୍କ କ୍ଷତ ଭରିଯିବ । । ମୋତେ ପୂର୍ବଜନ୍ମର ତରଛୋଡ଼ର ପରିଣାମ ଦେଖାଯାଉଛି । ସେଥିପାଇଁ ତ ମୁଁ କହୁଛି ଯେ କାହାରିକୁ ତରଛୋଡ଼ ମାରିବା ଉଚିତ ନୁହେଁ । ମଜୁରିଆକୁ ବି ତରଛୋଡ଼ ମାରିବା ଉଚିତ ନୁହେଁ । ଆରେ, ଶେଷରେ ସାପ ହୋଇ ବି ପ୍ରତିଶୋଧ ନେବ । ତରଛୋଡ଼ରୁ ଛୁଟକାରା ମିଳେ ନାହିଁ । କେବଳ ପ୍ରତିକ୍ରମଣ ବଞ୍ଚାଇ ପାରିବ । । ପ୍ରଶ୍ନକର୍ଷା : କାହାକୁ ଆମେ ଦୁଃଖ ପହଞ୍ଚାଇ ପୁଣି ଆମେ ପ୍ରତିକ୍ରମଣ କରିନେଲୁ, କିନ୍ତୁ ତା’କୁ ଯଦି ଗଭୀର ଆଘାତ ଅବା ସାମାନ୍ୟ ଚୋଟ ଲାଗି ଯାଇଥିବ ତେବେ କ’ଣ ତାହାଦ୍ଵାରା ଆମକୁ କର୍ମବନ୍ଧନ ହେବ ନାହିଁ ? । ଦାଦାଶ୍ରୀ : ତୁମେ ତାଙ୍କ ନାମରେ ପ୍ରତିକ୍ରମଣ କରିଚାଲ, ଏବଂ ତାଙ୍କୁ ଯେତିକି ଦୁଃଖ ହୋଇ ଯାଇଥିବ ସେତିକି ପ୍ରତିକ୍ରମଣ କରିବା ଉଚିତ ।

Loading...

Page Navigation
1 ... 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112