Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୮
ପ୍ରତିକ୍ରମଣ ଏବଂ ସେଇଠିକୁ ସେଇଠି ଅଛନ୍ତି ! ଓଲଟା ଆଗକୁ ବଢ଼ିଛନ୍ତି ସେଠାରୁ ! ! ! ତେବେ ପୁଣି ତାହାକୁ ପ୍ରତିକ୍ରମଣ କହିବା ବା କିପରି ?
ଯେବେ ଯେବେ ଗଣ୍ଡି ପଡ଼ିବା (ବନ୍ଧନ ହେବା) ପରି ହୁଏ, ସେବେ ସେବେ ଦାଦାଜୀ ଅବଶ୍ୟ ସ୍ମରଣ ଆସି ହିଁ ଯାଆନ୍ତି ଏବଂ ଗଣ୍ଡି ପଡ଼େ ନାହିଁ । ମୁଁ ତ କ’ଣ କହିବାକୁ ଚାହୁଁଛି ଯେ ଗଣ୍ଡି ପଡ଼ିବାକୁ ଦେବନାହିଁ, ଆଉ କେବେ ଯଦି ଗଣ୍ଠି ପଡ଼ିଯାଏ ତେବେ ପ୍ରତିକ୍ରମଣ କରିବ । ଏହା ତ ‘ ଗଣ୍ଡି’ ଶବ୍ଦ ତୁରନ୍ତ ବୁଝା ପଡ଼ିଯାଏ । ଏ ଲୋକେ ‘ସତ୍ୟ, ଦୟା, ଚୋରି କରନାହିଁ, ଏହା ଶୁଣି ଶୁଣି ତ ଥକି ଗଲେଣି । । ଗଣ୍ଡି ରଖୁ ଶୋଇଯିବା ଉଚିତ ନୁହେଁ । ଗଣ୍ଡି ଭିତରେ ଛନ୍ଦି ହୋଇ ପଡ଼ିଥିବା ତେବେ ସେ ଗଣ୍ଡିକୁ ନ ଫିଟାଇ ଶୋଇବା ଉଚିତ ନୁହେଁ । ଗଣ୍ଡିକୁ ଖୋଲିଦେବା ଉଚିତ । ଶେଷରେ ଯଦି କିଛି ସମାଧାନ ନ ବାହାରେ ତେବେ ଭଗବାନଙ୍କଠାରୁ କ୍ଷମା ମାଗି ଚାଲିବ ଯେ ଏ( ଭାଇ) ସହ ଗଣ୍ଡି ପଡ଼ିଯାଇଛି ସେଥିପାଇଁ ବାରମ୍ବାର କ୍ଷମା ମାଗୁଛି, ତାହାଦ୍ୱାରା ବି ସମାଧାନ ହୋଇଯିବ । କ୍ଷମା ହିଁ ସବୁଠୁ ବଡ଼ ଶସ୍ତ୍ର ଅଟେ । ନହେଲେ ଦୋଷ ତ ନିରନ୍ତର ହୋଇଚାଲିଥାଏ ।
। ସାମ୍ବାବାଲାକୁ ଗାଳି କରୁଛି ତେବେ ତୁମକୁ ଏପରି ଖୁଆଲ କାହିଁକି ଆସୁନାହିଁ ଯେ ତୁମକୁ କେହି ଗାଳି କରିବ ତେବେ କିପରି ଲାଗିବ ? ଏ ଖୁଆଲ ରଖ୍ ଗାଳି କର ।
ସାମ୍ବାବାଲାର ଖୁଆଲ ରଖୁ ପ୍ରତ୍ୟେକ କାର୍ଯ୍ୟ କରିବା, ତାହା ମାନବ ଅହଂକାର କୁହାଯାଏ ଆଉ ନିଜର ଖୁଆଲ ରଖ୍ ପ୍ରତ୍ୟେକଙ୍କ ସହ ବ୍ୟବହାର କରିବା ଏବଂ ହଇରାଣ କରିବା, ତେବେ ତାହା କ’ଣ କୁହାଯାଏ ?
ପ୍ରଶ୍ନକର୍ତ୍ତା : ପାଶବ ଅହଂକାର ।।
ଦାଦାଶ୍ରୀ : କେହି ଯଦି ଏପରି କହେ ଯେ, “ତୋର ଭୁଲ’ ତେବେ ଆମେ ବି କହିବା, ‘ଚନ୍ଦୁଭାଇ, ତୁମର ଭୁଲ ହୋଇଥିବ ସେଥିପାଇଁ ସେ କହୁଥିବ ନା ? ନହେଲେ ଖାଲିରେ ଏମିତି କ’ଣ କେହି କହୁଥିବ ?? କାହିଁକିନା ଖାଲିରେ କେହି କହିବା ନାହିଁ, କିଛି ନା କିଛି ଭୁଲ ଥୁବ ନିଶ୍ଚିତ । ଏଣୁ ଆମକୁ ତା’କୁ କହିବାରେ ଅସୁବିଧା କ’ଣ ? ‘ଭାଇ, ତୁମର କିଛି ଭୁଲ ଥିବ ସେଥିପାଇଁ କହୁଥିବେ । ଏଣୁ କ୍ଷମା ମାଗିନିଅ ।” ଆଉ ଚନ୍ଦୁଭାଇ କାହାକୁ ଦୁଃଖ ଦେଉଥିବେ ତେବେ ଆମେ କହିବା ଯେ ପ୍ରତିକ୍ରମଣ କରିନିଅ । କାରଣ ଆମକୁ ମୋକ୍ଷରେ ଯିବାର ଅଛି । ଏବେ ମନଇଚ୍ଛା କିଛି ବି କରିବାକୁ ଯିବ ତେବେ ତାହା ଚଳିବ ନାହିଁ ।

Page Navigation
1 ... 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112