Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
୨୫ ବାହାରି ଯିବା ଉଚିତ । ତୁମେ ଅତିକ୍ରମଣର ବିରୋଧୀ ଅଟ, ଏପରି ହୋଇଯିବା ଉଚିତ ।
ପ୍ରଶ୍ନକର୍ତ୍ତା : ଆଉ ସାମ୍ବାବାଲାକୁ ଦୁଃଖ ହୋଇଚାଲିଥିବ ତେବେ ?
ଦାଦାଶ୍ରୀ : ସାମ୍ବାବାଲାର ଏପରି କିଛି ଦେଖୁବାର ନାହିଁ । ତୁମେ ଅତିକ୍ରମଣର ବିରୋଧୀ ଅଟ, ଏପରି ନିଶ୍ଚିତ ହୋଇଯିବା ଉଚିତ । ଅତିକ୍ରମଣ କରିବାର ଇଚ୍ଛା ତୁମର ନାହିଁ । ଏବେ ଯାହା ହୋଇଗଲା ତାହା ପାଇଁ ପଶ୍ଚାତାପ ହେଉଛି । ଏବଂ ଏବେ ତୁମକୁ ଆଉ ଏପରି କରିବାର ଇଚ୍ଛା ନାହିଁ ।
। ପ୍ରତିକ୍ରମଣ ତ ଆମକୁ ସେ ଅଭିପ୍ରାୟକୁ ବାହାର କରିବା ପାଇଁ କରିବାର ଅଛି । ଆମେ ସେ ମତରେ ରହିଲେ ନାହିଁ, ଏହିପରି ବାହାର କରିବା ପାଇଁ କରିବାର ଅଛି । ଆମେ ଏହି ମତରୁ ବିରୁଦ୍ଧ ଅଟୁ ଏପରି ଦେଖାଇବା ପାଇଁ ପ୍ରତିକ୍ରମଣ କରିବାର ଅଛି । କ’ଣ ବୁଝିଲ ତୁମେ ? । ପ୍ରଶ୍ନକର୍ତ୍ତା : ଯଦି ତାହା ନିକାଲୀ ଅଟେ ତେବେ ପୁଣି ପ୍ରତିକ୍ରମଣ କାହିଁକି ?
ଦାଦାଶ୍ରୀ : ସବୁକିଛି ନିକାଲୀ ହିଁ ଅଟେ, କେବଳ ତାହା ନୁହେଁ, ସବୁକିଛି ନିକାରୀ ଅଟେ । ପ୍ରତିକ୍ରମଣ ତ ଯେତିକି ଅତିକ୍ରମଣ ହେଉଛି, କେବଳ ସେତିକି ପ୍ରତିକ୍ରମଣ କରିବାର ଅଛି, ଅନ୍ୟ କିଛି ନୁହେଁ । ଯଦି ପ୍ରତିକ୍ରମଣ ନକରିବା ତେବେ ଆମର ସ୍ୱଭାବ ବଦଳିବ ନାହିଁ, ସେମିତିକୁ ସେମିତି ହିଁ ରହିବ ! ତୁମକୁ ବୁଝା ପଡ଼ିଲା । ନା ନାହିଁ ? । । ନଚେତ ବିରୋଧୀ ରୂପରେ ଯଦି ଜାହିର ନହେବ ତେବେ ପୁଣି ସେ ମତ ତୁମ ପାଖରେ ରହିବ । ଯଦି ରାଗିଗଲେ ତେବେ ଆମେ ରାଗ ପକ୍ଷରେ ନାହୁଁ, ସେଥିପାଇଁ ପ୍ରତିକ୍ରମଣ କରିବାର ଅଛି । ନହେଲେ ରାଗ ପକ୍ଷରେ ଅଛେ, ଏପରି ନିଶ୍ଚିତ ହୋଇଯିବ । ଆଉ ଯଦି ପ୍ରତିକ୍ରମଣ କରିବ ତେବେ ଆମକୁ ରାଗ ଭଲ ଲାଗୁନାହିଁ, ଏପରି ଜାହିର ହେଲା କୁହାଯିବ । ଅର୍ଥାତ ସେଥିରୁ ଆମେ ଅଲଗା ହୋଇଗଲେ, ଆମେ ମୁକ୍ତ ହୋଇଗଲେ, ଉତ୍ତରଦାୟିତ୍ବ କମିଗଲା । ଆମେ ତାହାର ବିରୋଧୀ ଅଟୁ, ଏପରି ଦେଖାଇବା ପାଇଁ କିଛି ସାଧନ ତ ଥିବା ଉଚିତ ନା ? ଆମ ଭିତରେ ରାଗ ରଖୁବାର ଅଛି ନା କାଢ଼ି ଦେବାର ଅଛି ?
ପ୍ରଶ୍ନକର୍ତ୍ତା : ତାହା ତ କାଢ଼ି ଦେବାର ଅଛି । ଦାଦାଶ୍ରୀ : ଯଦି କାଢ଼ି ଦେବାର ଥିବ ତେବେ ପ୍ରତିକ୍ରମଣ କର । ତେବେ

Page Navigation
1 ... 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112