Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୬
ପ୍ରତିକ୍ରମଣ ସେ ସବୁ ମିଥ୍ୟା ଅଟେ । ବ୍ୟବହାରିକ ରୂପରେ ସତ୍ୟ । ମୋକ୍ଷରେ ଯିବାକୁ ଥିବା ତେବେ ସବୁ ମିଥ୍ୟା ଅଟେ । ସବୁର ପ୍ରତିକ୍ରମଣ କରିବାକୁ ପଡ଼ିବ । ‘ମୁଁ ଆଚାର୍ଯ୍ୟ ଅଟେ’ ତାହାର ବି ପ୍ରତିକ୍ରମଣ କରିବାକୁ ପଡ଼ିବ । ମୁଁ ନିଜକୁ ନିଜେ ଆଚାର୍ଯ୍ୟ ମାନିଲି’ ତାହାର ବି ପ୍ରତିକ୍ରମଣ କରିବାକୁ ପଡ଼ିବ । କାହିଁକିନା ‘ମୁଁ ଶୁଦ୍ଧମ୍ବା ଅଟେ’ । ଅର୍ଥାତ ଏ ସବୁ ମିଛ । ତୋତେ ଏହା ବୁଝାପଡୁଛି ନା ନାହିଁ ?
ପ୍ରଶ୍ନକର୍ତ୍ତା : ହଁ ବୁଝାପଡୁଛି । । ଦାଦାଶ୍ରୀ : ସବୁ ମିଛ । ଲୋକେ ତ ନ ବୁଝିବା କାରଣରୁ କହନ୍ତି ଯେ “ମୁଁ ସତ୍ୟ କହୁଅଛି ।? ଆରେ, ସତ୍ୟ କହିବା ତେବେ କୌଣସି ପ୍ରତ୍ୟାଘାତ ହିଁ ହୁଏ ନାହିଁ !
ଏପରି ଅଟେ, ମୁଁ ଯେଉଁ ସମୟରେ କୁହେ, ସେହି ସମୟରେ ମୋର ଜୋରଦାର ପ୍ରତିକ୍ରମଣ ବି ଚାଲୁ ରହିଥାଏ । କହିବା ସମୟରେ, ସାଥେ ସାଥେ ।
ପ୍ରଶ୍ନକର୍ତ୍ତା : କିନ୍ତୁ ଯେଉଁ କଥା ସତ, ତାହା କହୁଥିଲେ, ତାହାପାଇଁ କି ପ୍ରତିକ୍ରମଣ ?
। ଦାଦାଶ୍ରୀ : ନା, କିନ୍ତୁ ତଥାପି ପ୍ରତିକ୍ରମଣ ତ କରିବାକୁ ହିଁ ପଡ଼ିବ ନା । ତୁ କାହାର ଦୋଷ ଦେଖୁଲୁ ହିଁ କାହିଁକି ? ନିଘୋଷ ଅଟେ ତଥାପି ଦୋଷ କାହିଁକି ଦେଖୁଲୁ ? ନିର୍ବୋଷ ଅଟେ ତଥାପି ତା’ର ନିନ୍ଦା ତ ହେଲା ନା ? ଯେଉଁ କଥାରେ କାହାର ନିନ୍ଦା ହୁଏ, ଏଭଳି ସତ କଥା ବି କହିବା ଉଚିତ ନୁହେଁ । ଏଭଳି ସତ କଥା ମଧ୍ୟ ଦୋଷ ଅଟେ । ସଂସାରରେ ସତକଥା କହିବା ମଧ୍ୟ ଦୋଷ ଅଟେ । ସତକଥା ହିଂସକ ନହେବା ଉଚିତ । ଏହାକୁ ହିଂସକ ବାଣୀ କୁହାଯିବ ।
ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ, ଏହା ମୋକ୍ଷମାର୍ଗ ଅଟେ । ଆମ ମହାମ୍ବା କ’ଣ କରନ୍ତି ? ସାରାଦିନ ଆଲୋଚନା, ପ୍ରତିକ୍ରମଣ ଏବଂ ପ୍ରତ୍ୟାଖ୍ୟାନ ହିଁ କରିଚାଲିଥାନ୍ତି । ଏବେ ତାଙ୍କୁ କହିବା ଯେ ‘ତୁମେ ଏହି ରାସ୍ତାରେ ଚାଲ । ବ୍ରତ, ନିୟମ କର ।” ତେବେ କହିବେ, ‘ମୋତେ ବ୍ରତ, ନିୟମର କ’ଣ କରିବାର ଅଛି ?
ମୋ ଭିତରେ ଶାନ୍ତି ଅଛି, ମୋତେ ଚିନ୍ତା ନାହିଁ । ଉପାଧ ନାହିଁ । ନିରନ୍ତର ସମାରେ ରହିପାରୁଛି । ପୁଣି କ'ଣ ପାଇଁ ?' ତାହା ତ ସ୍ନେଶ କୁହାଯାଏ । ଉପଧାନ ତପ ଏବଂ ଅମକ ତପ । ସେସବୁ ତ ଅସୁବିଧାରେ ଫଶିଥିବା ଲୋକେ କରନ୍ତି । ଯାହାଙ୍କୁ ଆବଶ୍ୟକତା ଅଛି, ସଉକ ଅଛି । ସେଥିପାଇଁ ମୁଁ କହେ ଯେ ଏହି ତପ ତ ସୌଖୀନ ଲୋକଙ୍କ କାମ ଅଟେ । ଯେଉଁମାନେ ସଂସାରର ସୌଖୀନ ଅଟନ୍ତି, ସେମାନଙ୍କୁ ତପ କରିବା ଉଚିତ ।

Page Navigation
1 ... 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112