Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 33
________________ ପ୍ରତିକ୍ରମଣ । ।୨୧ ତ ‘ମୁଁ ଅନନ୍ତ ଶକ୍ତିବାଲା ଅଟେ? ଏପରି କହେ । ନହେଲେ ଏପର୍ଯ୍ୟନ୍ତ ‘ହୋଇ ପାରୁନାହିଁ’ ଏହିପରି କହୁଥିଲା ! କ’ଣ ଅନନ୍ତ ଶକ୍ତି ଚାଲିଯାଇଛି ! । କାରଣ ମନୁଷ୍ୟ କିଛି କରିପାରିବ, ଏପରି ସମ୍ଭବ ନୁହେଁ । ମନୁଷ୍ୟର ସ୍ଵଭାବ କିଛି କରିପାରିବ ନାହିଁ । କରିବାବାଲା ପରସଭା ଅଟେ । ଏ ଜୀବ କେବଳ ଜାଣିବା ବାଲା ହିଁ ଅଟନ୍ତି । ଏଣୁ ତୁମକୁ କେବଳ ଜାଣିବାର ଅଛି ଆଉ ତୁମେ ଯଦି ଏହା ଜାଣିବା ତେବେ ଭୁଲ ଉପରେ ଯେଉଁ ଶ୍ରଦ୍ଧା ବସିଥିଲା, ତାହା ରହିବ ନାହିଁ । ଏବଂ ତୁମ ଅଭିପ୍ରାୟରେ ପରିବର୍ତ୍ତନ ହେବ । କ’ଣ ପରିବର୍ତ୍ତନ ହେବ ? ମିଛ କହିବା ଭଲ, ଏହି ଅଭିପ୍ରାୟ ଉଡ଼ିଯିବ । ଏହି ଅଭିପ୍ରାୟ ଉଡ଼ିଯାଏ, ତାହାପରି କୌଣସି ପୁରୁଷାର୍ଥ ନାହିଁ ଏ ଦୁନିଆରେ । ଏହା ସୂକ୍ଷ୍ମ କଥା ଅଟେ, କିନ୍ତୁ ଗଭୀରତାର ସହ ବିଚାର କରିବାକୁ ପଡ଼ିବ । ପ୍ରଶ୍ନକର୍ତ୍ତା : ନା, କିନ୍ତୁ କଥା ଲଜିକାଲ ଅଟେ ପୁରା । ଦାଦାଶ୍ରୀ : ଯଦି ପାଇଖାନା ଯିବା ବି ପରସଭାର ହାତରେ ଅଛି ତେବେ କରିବା ତୁମ ହାତରେ କିପରି ହୋଇପାରିବ ? କୌଣସି ମଣିଷ ଏପରି ନାହିଁ ଯାହା ହାତରେ କିଛି ବି କରିବାର ସତ୍ତା ଥିବ । ତୁମକୁ ଜାଣିବାର ଅଛି ଏବଂ ନିଶ୍ଚୟ କରିବାର ଅଛି, କେବଳ ଏତିକି ତୁମକୁ କରିବାର ଅଛି । ଯଦି ଏ କଥା ବୁଝା ପଡ଼ିଯାଏ, ତେବେ କାମ ହୋଇଯିବ । ଏବେ ଏତେ ସହଜରେ ବୁଝା ପଡ଼ିଯିବ, ଏପରି ନୁହେଁ । ତୁମକୁ ବୁଝାପଡ଼ିଲା ? କିଛି ବି କରିବା ଅପେକ୍ଷା ଜାଣିବା ଭଲ । କରିବା କ’ଣ ତୁରନ୍ତ ହୋଇପାରିବ ? | ପ୍ରଶ୍ନକର୍ତ୍ତା : ଆପଣ ଯାହା କହୁଛନ୍ତି, ତାହା ବୁଝା ପଡ଼ିଗଲା । କଥା ଠିକ ଅଟେ କିନ୍ତୁ ଏହା ବୁଝିବା ପରେ ମଧ୍ୟ କରିବାକୁ ତ ରହେ ନା ? ଯେପରି କରିବାର ସଭା ନାହିଁ ସେହିପରି ଜାଣିବାର ସତ୍ତା ବି ତ ନାହିଁ ନା ? । ଦାଦାତ୍ରୀ : ନା, ଜାଣିବାର ସଭା ଅଛି । କରିବାର ସତ୍ତା ନାହିଁ । ଏହା ବହୁତ ସୂକ୍ଷ୍ମ କଥା ଅଟେ । ଯଦି ଏତିକି କଥା ବୁଝା ପଡ଼ିଗଲା ତେବେ ବହୁତ ହୋଇଗଲା । । କେହି ଏକ ପିଲା ଚୋର ହୋଇଯାଇଛି । ସେ ଚୋରି କରେ । ମଉକା ମିଳିଲେ ଲୋକଙ୍କ ପଇସା ଚୋରେଇ ନିଏ । ଘରକୁ ଯଦି ଗେଷ୍ଟ ଆସିଥିବେ ତେବେ ସେମାନଙ୍କୁ ମଧ୍ୟ ଛାଡ଼େ ନାହିଁ । | ଏବେ ସେ ପିଲାକୁ ମୁଁ କ’ଣ ଶିଖାଏ ? ଯେ ତୁ ଚୋରି ନ କରିବା ପାଇଁ ଦାଦା ଭଗବାନଙ୍କଠାରୁ ଶକ୍ତି ମାଗ, ଏହି ଜନ୍ମରେ ।

Loading...

Page Navigation
1 ... 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112