Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 34
________________ ୨୨ ପ୍ରତିକ୍ରମଣ ଏବେ, ଏଥିରେ ତା’କୁ ଲାଭ କ’ଣ ହେଲା ? କେହି କହିବ, ଏଥିରେ କ’ଣ ଶିଖେଇଲ ? ସେ ତ ଶକ୍ତି ମାଗିଚାଲିଛି କିନ୍ତୁ ପୁଣି ଚୋରି ତ କରୁଛି । “ଆରେ, ପଛେ ଚୋରି କରୁ, କିନ୍ତୁ ସେ ଶକ୍ତି ମାଗିଚାଲିଛି ନା ନାହିଁ ?' ହଁ, ଶକ୍ତି ତ ମାଗିଚାଲିଛି । ତେବେ ମୁଁ ଜାଣିଛି ଯେ ଏ ଔଷଧ କି କାମ କରୁଛି । ତୁମକୁ କ’ଣ ଜଣାଅଛି ଯେ ଔଷଧ କି କାମ କରୁଛି ! ପ୍ରଶ୍ନକର୍ତ୍ତା : ସତକଥା । ଔଷଧ କି କାମ କରୁଛି, ତାହା ଜାଣିନାହୁଁ । ଆଉ ମାଗିବା ଦ୍ଵାରା ଲାଭ ହୁଏ କି ନାହିଁ, ଏହା ମଧ୍ୟ ବୁଝିନାହୁଁ । । ଦାଦାଶ୍ରୀ : ତେବେ ଏହାର ଭାବାର୍ଥ କ’ଣ ଯେ ଏକରେ ତ ସେ ପିଲା ମାଗୁଛି ଯେ ‘ମୋତେ ଚୋରି ନ କରିବାର ଶକ୍ତି ଦିଅନ୍ତୁ !” ଅର୍ଥାତ ପ୍ରଥମେ ତ ସେ ନିଜ ଅଭିପ୍ରାୟ ବଦଳାଇ ଦେଲା । ‘ଚୋରି କରିବା ଭୁଲ ଏବଂ ଚୋରି ନକରିବା ଠିକ୍ ।’ ଏପରି ଶକ୍ତି ମାଗେ । ଅର୍ଥାତ ଚୋରି କରିବା ଉଚିତ ନୁହେଁ ଏପରି ଅଭିପ୍ରାୟକୁ ଆସିଗଲା । ସବୁଠାରୁ ବଡ଼ ଏହା ଯେ ଅଭିପ୍ରାୟ ବଦଳି ଗଲା ! | ଏବଂ ଯେବେଠୁ ଅଭିପ୍ରାୟ ବଦଳି ଗଲା, ସେବେଠୁ ସେ ଦୋଷୀ ହେବାରୁ ବଞ୍ଚଗଲା । । ଏବଂ ଆଉ କ’ଣ ହୁଏ ? ଭଗବାନଙ୍କ ଠାରୁ ଶକ୍ତି ମାଗେ, ଅତଃ ତା’ର ପରମ ବିନୟ ପ୍ରକଟ ହେଲା । ‘ହେ ଭଗବାନ ! ଶକ୍ତି ଦିଅନ୍ତୁ ।’ କହିଲ ତେବେ ସେ ତୁରନ୍ତ ଶକ୍ତି ଦେବେ । କୌଣସି ଚାରା ହିଁ ନାହିଁ ନା ! ସମସ୍ତଙ୍କୁ ଦିଅନ୍ତି । ମାଗିବାବାଲା ଦରକାର । ସେଥିପାଇଁ କହୁଛି ଯେ ମାଗିଚାଲ । ତୁମେ ତ କିଛି ମାଗୁ ହିଁ ନାହିଁ । କେବେ କିଛି ମାଗୁନାହିଁ । । ଶକ୍ତି ମାଗ, ଏହି କଥା ତୁମକୁ ବୁଝା ପଡ଼ିଲା ? ଦାଦାଙ୍କଠୁ କ୍ଷମା ମାଗିବ, ସାଥେ ସାଥେ ଯେଉଁଥ ପାଇଁ କ୍ଷମା ମାଗୁଛ, ସେଥପାଇଁ ମୋତେ ଶକ୍ତି ଦିଅନ୍ତୁ, ଦାଦା ଶକ୍ତି ଦିଅନ୍ତୁ । ଶକ୍ତି ମାଗି-ମାଗି ନେବ, ତୁମ ନିଜ ଶକ୍ତି ଖର୍ଚ୍ଚ କରିବ ନାହିଁ । ନହେଲେ ତୁମର ଶେଷ ହୋଇଯିବ । ଆଉ ମାଗି-ମାଗି ଖର୍ଚ୍ଚ କରିବ ତେବେ ଶେଷ ହେବନାହିଁ ଏବଂ ବଢ଼ିବ । ତୁମ ଦୋକାନରେ କେତେ ମାଲ୍ ଥିବ ? ପ୍ରତ୍ୟେକ ବାବତରେ, ‘ଦାଦା, ମୋତେ ଶକ୍ତି ଦିଅନ୍ତୁ ।’ ପ୍ରତ୍ୟେକ ବାବତରେ ଶକ୍ତି ମାଗି ମାଗି ହିଁ ନେବ । ପ୍ରତିକ୍ରମଣ କରିବା ଭୁଲି ଯାଅ ତେବେ, ‘ମୋତେ ଠିକ

Loading...

Page Navigation
1 ... 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112