Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୫
ପ୍ରତିକ୍ରମଣ ଆଜି ଲେଖୁବ ଏବଂ ହିସାବରେ କିଛି ଭୁଲ ହୋଇଯାଇଥିବ, ଅବିନୟ ହୋଇଥିବା ତେବେ ତୁରନ୍ତ ପ୍ରତିକ୍ରମଣ କରିବ, ତାହାକୁ ଲିଭେଇ ଦେବ ।
। ୪. ଅହୋ ! ଅହୋ ! ଏ ଜାଗୃତ ଦାଦା
ଏହି ଦୁନିଆରେ ସମସ୍ତେ ନିର୍ବୋଷ ଅଟନ୍ତି । କିନ୍ତୁ ଦେଖ ଏପରି କଠୋର ବାଣୀ ବାହାରୁଛି ନା ? ! ମୁଁ ତ ଏ ସମସ୍ତଙ୍କୁ ନିର୍ବୋଷ ଦେଖୁଛି, ଜଣେ ହେଲେ ବି ଦୋଷୀ ନାହିଁ । ମୋତେ ଦୋଷୀ ଦେଖାଯାଏ ହିଁ ନାହିଁ, କେବଳ ଦୋଷୀ କହିଦିଏ । ଏପରି କେଉଁଠି କୁହାଯାଉଥିବ ? କହିବା କ’ଣ ଅନିବାର୍ଯ୍ୟ ଅଟେ ? କାହା ବିଷୟରେ ବି କହିବା ଉଚିତ ନୁହେଁ । ତାହା ପଛରେ ତୁରନ୍ତ ତାହାର ପ୍ରତିକ୍ରମଣ ଚାଲୁ ରହିଥାଏ । ଏହା ମୋର ଚାରି ଡିଗ୍ରୀ କମ ଅଛି, ତାହାର ଏହା ପରିଣାମ ଅଟେ । କିନ୍ତୁ ପ୍ରତିକ୍ରମଣ ନକରି ଚଳିବ ନାହିଁ । । ମୁଁ କିଛି କହିଦିଏ, କଠୋର ଶବ୍ଦ କହେ, ତାହା ଜାଣିଶୁଣି କହେ କିନ୍ତୁ ପ୍ରକୃତି ପ୍ରତି ମୋର ଭୁଲ ତ ହେଲା ନା ! ସେଥିପାଇଁ ମୁଁ ତାହାର ପ୍ରତିକ୍ରମଣ (ଏ.ଏମ. ପଟେଲ ପାଖରୁ) କରାଏ । ପ୍ରତ୍ୟେକ ଭୁଲର ପ୍ରତିକ୍ରମଣ ଥାଏ । ସାମ୍ବାବାଲାର ମନ ଭାଙ୍ଗି ନଯାଉ, ମୋର ଏପରି ରହେ ।
। ମୋ ଦ୍ଵାରା ‘ଅଛି’ ତାହାକୁ ‘ନାହିଁ’ ଏପରି କୁହାଯାଇ ପାରିବ ନାହିଁ ଏବଂ ‘ ନାହିଁ’ ତାହାକୁ ‘ଅଛି’ ଏପରି କୁହାଯାଇ ପାରିବ ନାହିଁ । ସେଥିପାଇଁ ମୋଦ୍ଵାରା କିଛି
ଲୋକଙ୍କୁ ଦୁଃଖ ହୋଇଯାଏ । ଯଦି ‘ନାହିଁ ତାହାକୁ ମୁଁ ‘ଅଛି’ କହିବି ତେବେ ତୁମ ମନରେ ଭ୍ରମ ସୃଷ୍ଟି ହୋଇଯିବ । ଏବଂ ଏପରି କହିବା ଦ୍ଵାରା ସେମାନଙ୍କ (ପ୍ରତିପକ୍ଷଙ୍କ) ମନ ଉପରେ ଓଲଟା ପ୍ରଭାବ ହେବ ଯେ “ଏପରି କାହିଁକି କହୁଛନ୍ତି ?' ସେଥିପାଇଁ ଏପରି ଯେବେ କୁହାଯାଇଥିବ ତେବେ ମୋତେ ତାହାର ପ୍ରତିକ୍ରମଣ କରିବାକୁ ପଡ଼େ । କାହିଁକିନା ସେମାନଙ୍କୁ ଦୁଃଖ ନ ହେବା ଉଚିତ । କେହି ମାନୁଥିବ ଯେ ଏହି ଅଶ୍ଵନ୍ସ ଗଛରେ ଭୂତ ଅଛି ଆଉ ମୁଁ ଯଦି କହେ ଯେ ଭୂତ ଭଳି କିଛି ନାହିଁ ଏ ଗଛରେ ତେବେ ଏହାଦ୍ବାରା ତା’କୁ ଦୁଃଖ ତ ହେବ । ସେଥିପାଇଁ ପୁଣି ମୋତେ ପ୍ରତିକ୍ରମଣ କରିବାକୁ ପଡ଼େ । ତାହା ତ ସବୁବେଳେ କରିବାକୁ ହିଁ ପଡ଼ିବ ନା !
| ପ୍ରଶ୍ନକର୍ତ୍ତା : ଅନ୍ୟମାନଙ୍କ ବୁଝିବାରେ ଯଦି ଭୁଲ ଲାଗୁଥିବ ତେବେ ତାହା ପାଇଁ କ’ଣ କରିବୁ ?
। ଦାଦାଶ୍ରୀ : ଏ ଯେତେ ବି ସତ୍ୟ ଅଛି, ସେ ସବୁ ବ୍ୟବହାରିକ ସତ୍ୟ ଅଟେ ।

Page Navigation
1 ... 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112