Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 21
________________ ପ୍ରତିକ୍ରମଣ କୁହାଯାଏ ଆଉ ଦୋଷକୁ କ’ଣ କହନ୍ତି ? ଅତିକ୍ରମଣ । କେହି ବ୍ରାଣ୍ଡି(ମଦ) ପିଏ ଏବଂ କୁହେ ଯେ ମୁଁ କ୍ଷମା ମାଗୁଛି, ତେବେ ମୁଁ କୁହେ ଯେ କ୍ଷମା ମାଗ । କ୍ଷମା ମାଗିଚାଲ ଏବଂ ପିଇଚାଲ । କିନ୍ତୁ ମନରେ ସ୍ଥିର କର ଯେ ‘ଏବେ ମୋତେ ଛାଡ଼ି ଦେବାର ଅଛି ।’ ହୃଦୟର ସହିତ ମନରେ ସ୍ଥିର କର ଯେ ମୋତେ ଛାଡ଼ି ଦେବାର ଅଛି ତେବେ ଦିନେ ତାହାର ଅନ୍ତ ଆସିବ । ମୋର ଏହି ବିଜ୍ଞାନ ଶତ-ପ୍ରତିଶତ ଅଟେ । ଏହା ତ ବିଜ୍ଞାନ ଅଟେ ! ! ଅଙ୍କୁରିତ ନହୋଇ ରହିବ ନାହିଁ । ତୁରନ୍ତ ଫଳ ଦେବାବାଲା ଅଟେ । ‘ଦିସ୍ ଇଜ୍ ଦ କ୍ୟାଶ୍ ବ୍ୟାଙ୍କ ଅଫ୍ ଡିଭାଇନ୍ ସଲ୍ୟୁଶନ୍ ।’ ଏହା ‘କ୍ୟାଶ୍ ବ୍ୟାଙ୍କ’ ଅଟେ ! ଦଶଲକ୍ଷ ବର୍ଷ ହେଲା ନଥିଲା । ଦୁଇ ଘଣ୍ଟାରେ ମୋକ୍ଷ ନେଇଯାଅ ! ! ଏଠାରେ ତୁ ଯାହା ମାଗିବୁ ତାହା ଦେବାପାଇଁ ପ୍ରସ୍ତୁତ ଅଛି । ତୁ ମାଗି ମାଗି ଥକି ଯିବୁ। କେଉଁ ମଣିଷକୁ ଚୋରି କରିବା ପରେ ଯଦି ପଶ୍ଚାତାପ ହୁଏ, ତେବେ ପ୍ରକୃତି ତା’କୁ ଛାଡ଼ିଦିଏ । ପଶ୍ଚାତାପ କଲା, ସେଥ‌ିପାଇଁ ଭଗବାନଙ୍କ ଠାରେ ଏହା ଦୋଷ ଗଣାଯାଏ ନାହିଁ । କିନ୍ତୁ ଜଗତର ଲୋକେ ଯାହା ବି ଦଣ୍ଡ ଦେବେ, ତାହାକୁ ଏହି ଜନ୍ମରେ ଭୋଗି ନେବାକୁ ପଡ଼ିବ । 6 ‘ଏସବୁ ଭୁଲ ଅଟେ, ଏପରି କରିବା ଉଚିତ ନୁହେଁ’ ଏପରି ସମସ୍ତେ କୁହନ୍ତି । ସେମାନେ ଉପରେ–ଉପରେ କୁହନ୍ତି । ‘ସୁପରଫ୍ଲୟସ’ କୁହନ୍ତି, ‘ହାର୍ଟିଲି’ କୁହନ୍ତି ନାହିଁ । ନହେଲେ ଯଦି ‘ ହାର୍ଟିଲି’ କୁହେ ତେବେ ସେ ଦୋଷକୁ କିଛି ସମୟ ପରେ ନ ଯାଇ ଚାରା ହିଁ ନାହିଁ ! ! ତୁମର କେତେ ବି ଖରାପ ଦୋଷ ହେଉ କିନ୍ତୁ ଯଦି ତୁମକୁ ତାହା ପାଇଁ ‘ହାର୍ଟିଲି’ ବହୁତ ପଶ୍ଚାତାପ ହେବ ତେବେ ପୁଣି ସେ ଦୋଷ ହେବ ନାହିଁ । ଆଉ ଯଦି ପୁଣି ହୋଇଯାଏ ତେବେ ମଧ୍ୟ ସେଥ‌ିରେ ଅସୁବିଧା ନାହିଁ, କିନ୍ତୁ ବହୁତ ପଶ୍ଚାତାପ କରିବ । ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ ଏବଂ ପଶ୍ଚାତାପରେ କ’ଣ ଫରକ ଅଛି ? ଦାଦାଶ୍ରୀ : ପଶ୍ଚାତାପ ଅସ୍ପଷ୍ଟ ରୂପରେ ଅଟେ, ଖ୍ରୀଷ୍ଟିୟାନ ଲୋକେ ରବିବାରକୁ ଚର୍ଚ୍ଚରେ ପଶ୍ଚାତାପ କରନ୍ତି । ଯେଉଁ ପାପ କଲେ ତାହାର ଅସ୍ପଷ୍ଟ ରୂପରେ ପଶ୍ଚାତାପ କରନ୍ତି । ଏବଂ ପ୍ରତିକ୍ରମଣ ତ କିପରି ଯେ ଯିଏ ଗୁଳି ମାରିଲା, ଯିଏ ଅତିକ୍ରମଣ କଲା ସେ ପ୍ରତିକ୍ରମଣ କରେ, ତକ୍ଷଣ ! ଶୁଟ୍ ଅନ୍ ସାଇଟ୍ ତାହାକୁ ଧୋଇଦିଏ ! !

Loading...

Page Navigation
1 ... 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112