Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ
ରାତିରେ ଶୋଇଯାଏ, ତଥାପି ସାରାରାତି କର୍ମବନ୍ଧନ ହେଉଥାଏ। ‘ମୁଁ ଚନ୍ଦୁଭାଇ ଅଟେ’, ଏପରି ଯଦି ରୁହେ ତେବେ ଶୋଇବା ସମୟରେ ମଧ୍ୟ କର୍ମବନ୍ଧନ ହେଉଥାଏ । ତାହାର କାରଣ କ’ଣ ? କାହିଁକିନା ତାହା ଆରୋପିତ ଭାବ ଅଟେ । ସେଥିପାଇଁ ଦୋଷ ଲାଗୁ ହେଲା । ବାସ୍ତବରେ ‘ନିଜେ’ ଚନ୍ଦୁଭାଇ ନୁହେଁ ଆଉ ଯେଉଁଠି ତୁମେ ନାହଁ ସେଠି ‘ ମୁଁ ଅଟେ’ ଏପରି ଆରୋପଣ କରୁଛ । ତାହା କଞ୍ଚିତ ଭାବ ଅଟେ, ଏବଂ ନିରନ୍ତର ତାହାର ଦୋଷ ଲାଗୁ ହୁଏ ନା !! ତୁମକୁ ବୁଝାପଡୁଛି ? ! ପୁଣି ମୁଁ ଚନ୍ଦୁଭାଇ, ତା’ର ଶ୍ଵଶୁର ହେବି, ତା’ର ମାମୁଁ ହେବି, ତା’ର ଜେଜେ ହେବି, ଏସବୁ ଆରୋପିତ ଭାବ ଅଟେ, ଏହାଦ୍ଵାରା ନିରନ୍ତର କର୍ମବନ୍ଧନ ହୋଇଚାଲିଥାଏ । ରାତିରେ ନିଦରେ ବି କର୍ମ ବାନ୍ଧି ହୋଇଚାଲିଥାଏ । ରାତିରେ କର୍ମ ବାନ୍ଧି ହୁଏ, ସେଥୁରେ ତ କିଛି ଚାରା ହିଁ ନାହିଁ କିନ୍ତୁ ‘ ମୁଁ ଚନ୍ଦୁଭାଇ ଅଟେ’ ସେହି ଅହଂକାରକୁ ଯଦି ତୁମେ ନିର୍ମଳ କରିଦେବ, ତେବେ ତୁମକୁ କର୍ମ କମ ବାନ୍ଧିହେବ ।
ଅହଂକାର ନିର୍ମଳ କରିବା ପରେ ପୁଣି କ୍ରିୟା ସବୁ କରିବାକୁ ପଡ଼େ । କିପରି କ୍ରିୟା କରିବାକୁ ପଡ଼େ? ନା, ସକାଳେ ତୁମ ପୁଅର ପତ୍ନୀ ହାତରୁ କପ୍-ପ୍ଲେଟ ଭାଙ୍ଗିଗଲା, ସେତେବେଳେ ତୁମେ କହିଦେଲ ଯେ, ‘ମୁଣ୍ଡରେ ତୋର ବୁଦ୍ଧି ନାହିଁ ।’ ଏହାଦ୍ଵାରା ତା’କୁ ଯେଉଁ ଦୁଃଖ ହେଲା, ସେହି ସମୟରେ ତୁମକୁ ମନରେ ଏପରି ହେବା ଉଚିତ ଯେ ମୁଁ ତା’କୁ ଦୁଃଖ ଦେଲି । ସେଠି ପ୍ରତିକ୍ରମଣ ହେବା ଉଚିତ । ଦୁଃଖ ଦେଲ ଅର୍ଥାତ ଅତିକ୍ରମଣ କୁହାଯିବ । ଏବଂ ଅତିକ୍ରମଣ ହେଲେ ପ୍ରତିକ୍ରମଣ କରିବା ଦ୍ଵାରା ତାହା ସଫା ହୋଇଯାଏ । ସେ କର୍ମ ହାଲୁକା ହୋଇଯାଏ ।
କାହାକୁ କିଛି ଦୁଃଖ ହେବ, ଯଦି ଏପରି ବ୍ୟବହାର କରିବା ତେବେ ତାହା ଅତିକ୍ରମଣ କୁହାଯାଏ ଏବଂ ଅତିକ୍ରମଣ ହେଲେ ପ୍ରତିକ୍ରମଣ ନିଶ୍ଚିତ ହେବା ଉଚିତ । ଆଉ ସେ ବାରମାସରେ ଥରେ କରନ୍ତି, ସେପରି ନୁହେଁ, ଶୁଟ୍ ଅନ୍ ସାଇଟ୍ (ଦୋଷ ଦେଖିବାମାତ୍ରେ ଖତମ କର) ହେବା ଉଚିତ, ତେବେ ଏ ଦୁଃଖ କିଛି କମ ହେବ । ବୀତରାଗଙ୍କ କହିଯାଇଥିବା ମତ ଅନୁସାରେ ଚାଲିବା ତେବେ ଦୁଃଖ ଯିବ ଅନ୍ୟଥା ଦୁଃଖ ଯିବନାହିଁ ।
ପ୍ରଶ୍ନକର୍ତ୍ତା : ଏହି ପ୍ରତିକ୍ରମଣ କିପରି କରିବା
ଉଚିତ ? ଦାଦାଶ୍ରୀ : ତୁମେ ଯଦି ଜ୍ଞାନପ୍ରାପ୍ତ କରିଥବ ତେବେ ତୁମକୁ ତା’ ଆତ୍ମା ଖବର ପଡ଼ିବ । ଅତଃ ଆତ୍ମାକୁ ସମ୍ବୋଧୃତ କରି କରିବାର ଅଛି, ନହେଲେ ଭଗବାନଙ୍କୁ

Page Navigation
1 ... 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112