Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ ନିଶ୍ଚୟ ଉଭୟ କହିଛନ୍ତି । କିନ୍ତୁ ତାହା କାହାଦ୍ଵାରା ହୋଇପାରିବ ? ସମକିତ୍ର ହେବା ପରେ ହିଁ ହୋଇପାରିବ । ସେପର୍ଯ୍ୟନ୍ତ ଯଦି କରିବାର ଥିବ ତଥାପି ହେବନାହିଁ । ସମକିତ୍ର ହୋଇନାହିଁ ଆଉ ତଥାପି କେହି ଆମର ଏଠୁ ଆଲୋଚନା-ପ୍ରତିକ୍ରମଣ ପ୍ରତ୍ୟାଖ୍ୟାନ ଶିଖୁକରି ଯାଏ ତେବେ ମଧ୍ୟ କାମ କାଢ଼ିନେବ । ପଛେ ସଂକ୍ଷେପରେ ଶିଖ୍ୟାଉ ତଥାପି ଅସୁବିଧା ନାହିଁ । ସମକିତ୍ ସ୍ଥିତି) ତା’ ସାମ୍ନାରେ ଆସି ଉଭା ରହିବ ।
ଯାହାର ଆଲୋଚନା-ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନ ପ୍ରକୃତ ଅଟେ, ତା’କୁ ଆମ୍ବା ପ୍ରାପ୍ତ ହେବା ବିନା ରହେ ହିଁ ନାହିଁ ।।
| ପ୍ରଶ୍ନକର୍ତ୍ତା : ପଶ୍ଚାତାପ କରୁଛି, ତାହା ପ୍ରତିକ୍ରମଣ ଅଟେ ଏବଂ ଏପରି କହିବା ଯେ ଏପରି କରିବି ନାହିଁ, ତାହା ପ୍ରତ୍ୟାଖ୍ୟାନ ?
। ଦାଦାଶ୍ରୀ : ହଁ, ପଶ୍ଚାତାପ ତାହା ପ୍ରତିକ୍ରମଣ କୁହାଯାଏ । ଏବେ ପ୍ରତିକ୍ରମଣ କଲ କିନ୍ତୁ ପୁନର୍ବାର ଏପରି ଅତିକ୍ରମଣ ନ ହେଉ, ସେଥିପାଇଁ ଏପରି କହିବ ଯେ “ଆଉ ଏପରି କରିବି ନାହିଁ’ ତାହା ପ୍ରତ୍ୟାଖ୍ୟାନ କୁହାଯାଏ । ଆଉ ଏପରି କରିବି ନାହିଁ, ଏପରି ପ୍ରୋମିସ୍ କରୁଛି, ମନରେ ଏପରି ସ୍ଥିର କରିବାର ଅଛି ଏବଂ ତା’ପରେ ଯଦି ପୁଣି ସେପରି ହୋଇଯାଏ ତେବେ ଏକ ପରସ୍ତ ତ ଗଲା, କିନ୍ତୁ ପୁଣି ଦ୍ବିତୀୟ ପରସ୍ତ ଆସେ ତେବେ ସେଥିରେ ଡରିବ ନାହିଁ, ବାରମ୍ବାର ସେହିପରି କରିଚାଲିବ ।
ପ୍ରଶ୍ନକର୍ତ୍ତା : ଆଲୋଚନା ମାନେ କ’ଣ ?
ଦାଦାଶ୍ରୀ : ହଁ, ଆଲୋଚନା ଅର୍ଥାତ, ତୁମେ ଯଦି କିଛି ଖରାପ କାମ କରିଥିବ, ତେବେ ତୁମର ଯିଏ ବି ଗୁରୁ ଥିବେ, ଅଥବା ପୁଣି ଜ୍ଞାନୀ ଥିବେ, ତାଙ୍କ ସାମ୍ନାରେ ସ୍ବୀକାର କରିବ । ଯେପରି ହୋଇଥିବ ସେହି ସ୍ଵରୂପରେ ସ୍ବୀକାର କରିବ । । ଅର୍ଥାତ ଆମକୁ କାହାର ପ୍ରତିକ୍ରମଣ କରିବାର ଅଛି ? ତେବେ କୁହେ, “ଯେତିକି ଅତିକ୍ରମଣ କରିଥିବା, ଯାହା ଲୋକଙ୍କୁ ସ୍ବୀକାର୍ଯ୍ୟ ନୁହେଁ, ଯାହା ଲୋକନିଦ୍ୟ ଅଟେ ଏପରି କର୍ମ, ଆଉ ସାମ୍ବାବାଲାକୁ ଦୁଃଖ ହୋଇଯାଏ ଏପରି ଯଦି ହୋଇଥିବ ତେବେ
ସେସବୁ ଅତିକ୍ରମଣ କୁହାଯାଏ । ସେପରି ଯଦି ହୋଇଥିବ ତେବେ ପ୍ରତିକ୍ରମଣ କରିବାର ଆବଶ୍ୟକତା ଅଛି ।”
କର୍ମ ବାଣେ କିଏ ? ତା’କୁ ଆମକୁ ଜାଣିବାକୁ ପଡ଼ିବ । ତୁମ ନାଁ କ’ଣ ? ପ୍ରଶ୍ନକ : ଚନ୍ଦୁଭାଇ । ଦାଦାଶ୍ରୀ : ‘ମୁଁ ଚନ୍ଦୁଭାଇ ଅଟେ’ ତାହା ହିଁ କର୍ମ ବନ୍ଧନ କରାଏ । ପୁଣି ଯଦି

Page Navigation
1 ... 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112