Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପ୍ରତିକ୍ରମଣ । ଓଲଟା ଚାଲିବା, ତାହାର ନାମ ଅତିକ୍ରମଣ ଏବଂ ଫେରିଆସିବା, ତାହାର ନାମ ପ୍ରତିକ୍ରମଣ ।
ଯେଉଁଠି ଝଗଡ଼ା ଅଛି, ସେଠି ପ୍ରତିକ୍ରମଣ ନାହିଁ ଏବଂ ଯେଉଁଠି ପ୍ରତିକ୍ରମଣ ଅଛି, ସେଠି ଝଗଡ଼ା ନାହିଁ ।
। ପୁଅକୁ ପିଟିବାର କୌଣସି ଅଧୁକାର ନାହିଁ, ବୁଝାଇବାର ଅଧୁକାର ଅଛି । ତଥାପି ଯଦି ପୁଅକୁ ପିଟିଦେଲେ ଏବଂ ପ୍ରତିକ୍ରମଣ କଲେ ନାହିଁ ତେବେ କର୍ମସବୁ ଲାସ୍ ଚାଲିବେ ନା ? ପ୍ରତିକ୍ରମଣ ତ ହେବା ଉଚିତ ନା ? | ‘ମୁଁ ଚନ୍ଦୁଭାଇ’, ଏହା ହିଁ ଅତିକ୍ରମଣ । ତଥାପି ବ୍ୟବହାରରେ ଏହାକୁ ଲେଟ୍
ଗୋ କରିବ । କିନ୍ତୁ କ’ଣ କାହାକୁ ଦୁଃଖ ହେଉଛି ତୁମଦ୍ୱାରା ? ହେଉନାହିଁ, ତେବେ ଅତିକ୍ରମଣ ହୋଇନାହିଁ । ସାରାଦିନରେ ନିଜଦ୍ଵାରା କାହାକୁ ଦୁଃଖ ହୋଇଯାଏ, ତେବେ ତାହା ଅତିକ୍ରମଣ ଅଟେ । ତାହାର ପ୍ରତିକ୍ରମଣ କର । ଏହା ବୀତରାଗମାନଙ୍କ ସାଇନ୍ସ ଅଟେ । ଅତିକ୍ରମଣ ଅଧୋଗତିରେ ନେଇଯିବ ଏବଂ ପ୍ରତିକ୍ରମଣ ଉଦ୍ଧଗତିରେ ନେଇଯିବ ଏବଂ ପୁରା ମୋକ୍ଷ ଯିବା ପର୍ଯ୍ୟନ୍ତ ପ୍ରତିକ୍ରମଣ ହିଁ ହେଳ୍ପ କରିବ । । ପ୍ରତିକ୍ରମଣ କାହାକୁ କରିବାକୁ ପଡ଼େ ନାହିଁ ? ତା’କୁ, ଯିଏ ଅତିକ୍ରମଣ କରିନାହିଁ ।
| ପ୍ରଶ୍ନକର୍ତ୍ତା : ବ୍ୟବହାର, ବ୍ୟାପାର ଏବଂ ଅନ୍ୟ ପ୍ରବୃତ୍ତରେ ଅନ୍ୟାୟ ହେଉଅଛି ଏପରି ଲାଗିବା ଯୋଗୁଁ ମନରେ ଯଦି ଗ୍ଳାନି ହୁଏ, ତାହାଦ୍ବାରା ଯଦି ବ୍ୟବହାର ବିଗିଡ଼ିବାକୁ ଲାଗେ ତେବେ ତାହାପାଇଁ କ’ଣ କରିବୁ ? ଆମଦ୍ଵାରା ଯଦି ଏପରି କିଛି ଅନ୍ୟାୟ ହେଉଥିବ ତେବେ ତାହାର ପ୍ରାୟଶ୍ଚିତ କ’ଣ ?
। ଦାଦାଶ୍ରୀ : ପ୍ରାୟଶ୍ଚିତରେ ଆଲୋଚନା-ପ୍ରତିକ୍ରମଣ-ପ୍ରତ୍ୟାଖ୍ୟାନ ହେବା ଉଚିତ । ଯେଉଁଠି-ଯେଉଁଠି ଯାହା ସହିତ ବି ଅନ୍ୟାୟ କରିଥିବ, ସେଠି ଆଲୋଚନା ପ୍ରତିକ୍ରମଣ ହେବା ଉଚିତ ଏବଂ ଆଉ ପୁନର୍ବାର ଅନ୍ୟାୟ କରିବି ନାହିଁ ଏପରି ନିଶ୍ଚୟ କରିବା ଉଚିତ । ଯେଉଁ ଭଗବାନଙ୍କୁ ମାନୁଥିବ, କେଉଁ ଭଗବାନଙ୍କୁ ମାନୁଛି ?
ପ୍ରଶ୍ନକର୍ତ୍ତା : ଶିବ ଭଗବାନଙ୍କୁ ।
ଦାଦାଶ୍ରୀ : ହଁ, ତେବେ ସେହି ଶିବ ଭଗବାନଙ୍କ ପାଖରେ, ସେଠି ପଶ୍ଚାତାପ କରିବା ଉଚିତ । ଆଲୋଚନା କରିବା ଉଚିତ ଯେ ମୋଦ୍ଵାରା ଏହି ଲୋକଙ୍କ ସହିତ ଏପରି ଭୁଲ ହୋଇଛି, ଏପରି ଏବେ ଆଉ କରିବି ନାହିଁ । ଆମକୁ ବାରମ୍ବାର ପଶ୍ଚାତାପ

Page Navigation
1 ... 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112