Book Title: Pratikraman Abr Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 13
________________ ପ୍ରତିକ୍ରମଣ । ୧. ପ୍ରତିକ୍ରମଣର ଯଥାର୍ଥ ସ୍ୱରୂପ ପ୍ରଶ୍ନକର୍ତ୍ତା : ମନୁଷ୍ୟକୁ ଏହି ଜନ୍ମରେ ମୁଖ୍ୟ ରୂପରେ କ’ଣ କରିବା ଉଚିତ ? । ଦାଦାଶ୍ରୀ : ମନରେ ଯେପରି ଥିବ, ବାଣୀରେ ଠିକ ସେହିପରି କହିବା ଉଚିତ ଏବଂ ସେହିପରି ବ୍ୟବହାରରେ କରିବା ଉଚିତ । ଆମକୁ ବାଣୀରେ କିଛି କହିବାକୁ ଥିବ କିନ୍ତୁ ମନ ଯଦି ବିଗିଡ଼ି ଯାଏ ତେବେ ତାହାପାଇଁ ପ୍ରତିକ୍ରମଣ କରିବାର ଅଛି ଏବଂ ପ୍ରତିକ୍ରମଣ କାହାର କରିବାର ଅଛି ? କାହା ସାକ୍ଷୀରେ କରିବ ? ତେବେ କୁହେ, “ଦାଦା ଭଗବାନ’ଙ୍କ ସାକ୍ଷୀରେ ପ୍ରତିକ୍ରମଣ କର । ଏ ଯିଏ ଦେଖା ଯାଉଛନ୍ତି, ସେ ‘ଦାଦା ଭଗବାନ’ ନୁହଁନ୍ତି । ଇଏ ତ ଭାଦରଣର ପଟେଲ ଅଟନ୍ତି, ଏ.ଏମ୍.ପଟେଲ ଅଟନ୍ତି । ‘ଦାଦା ଭଗବାନ’ ଭିତରେ ଚଉଦ ଲୋକର ନାଥ ପ୍ରକଟ ହୋଇ ଯାଇଛନ୍ତି, । ଏଣୁ ତାଙ୍କ ନାମରେ ପ୍ରତିକ୍ରମଣ କର ଯେ, “ହେ ଦାଦା ଭଗବାନ ! ମୋ ମନ ବିଗିଡ଼ିଗଲା, ସେଥିପାଇଁ କ୍ଷମା ମାଗୁଛି । ମୋତେ କ୍ଷମା କରନ୍ତୁ । ମୁଁ ବି ତାଙ୍କ ନାମ ନେଇ ପ୍ରତିକ୍ରମଣ କରେ । । ଭଲ କର୍ମ କରିବ ତେବେ ଧର୍ମ କୁହାଯାଏ ଏବଂ ଖରାପ କର୍ମ କରିବା ତେବେ ଅଧର୍ମ କୁହାଯାଏ ଆଉ ଧର୍ମ-ଅଧର୍ମରୁ ଆଗକୁ ଯିବା, ତାହା ଆମ୍ବଧର୍ମ କୁହାଯାଏ । ଭଲ କର୍ମ କରିବ ତେବେ କ୍ରେଡ଼ିଟ୍ ଉତ୍ପନ୍ନ ହୁଏ ଏବଂ ସେ କ୍ରେଡ଼ିଟ୍ ଭୋଗିବା ପାଇଁ ଯିବାକୁ ପଡ଼େ । ଖରାପ କର୍ମ କରିବ ତେବେ ଡେବିଟ୍ ଉତ୍ପନ୍ନ ହୁଏ ଏବଂ ସେ ଡେବିଟ୍ ଭୋଗିବା ପାଇଁ ଯିବାକୁ ପଡ଼େ । ଆଉ ଯେଉଁଠି ଖାତାରେ କ୍ରେଡ଼ିଟ୍-ଡେବିଟ୍ ନାହିଁ, ସେଠି ଆମ୍ବା ପ୍ରାପ୍ତ ହୁଏ । ପ୍ରଶ୍ନକର୍ତ୍ତା : ଏହି ସଂସାରକୁ ଆସିଛୁ, ଏଣୁ କର୍ମ ତ କରିବାକୁ ପଡ଼ିବ ନା ? ଜାଣତ-ଅଜାଣତରେ ଯଦି ଖରାପ କର୍ମ ହୋଇଯାଏ ତେବେ କ’ଣ କରିବୁ ? ଦାଦାଶ୍ରୀ = ହୋଇଯାଏ ତେବେ ତାହାର ଉପାୟ ଥିବ ନା ପୁଣି ! ଯେବେ କେବେ ବି ଖରାପ କର୍ମ ହୋଇଯାଏ ତେବେ ତୁରନ୍ତ ତା’ପରେ ପଶ୍ଚାତାପ ହୁଏ ଏବଂ ହୃଦୟର ସହିତ, ସିନ୍ଦିୟରିଟୀର ସହ ପଶ୍ଚାତାପ କରିବା ଉଚିତ । ପଶ୍ଚାତାପ କରିବା

Loading...

Page Navigation
1 ... 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112