________________
ପ୍ରତିକ୍ରମଣ । ୧. ପ୍ରତିକ୍ରମଣର ଯଥାର୍ଥ ସ୍ୱରୂପ ପ୍ରଶ୍ନକର୍ତ୍ତା : ମନୁଷ୍ୟକୁ ଏହି ଜନ୍ମରେ ମୁଖ୍ୟ ରୂପରେ କ’ଣ କରିବା ଉଚିତ ?
। ଦାଦାଶ୍ରୀ : ମନରେ ଯେପରି ଥିବ, ବାଣୀରେ ଠିକ ସେହିପରି କହିବା ଉଚିତ ଏବଂ ସେହିପରି ବ୍ୟବହାରରେ କରିବା ଉଚିତ । ଆମକୁ ବାଣୀରେ କିଛି କହିବାକୁ ଥିବ କିନ୍ତୁ ମନ ଯଦି ବିଗିଡ଼ି ଯାଏ ତେବେ ତାହାପାଇଁ ପ୍ରତିକ୍ରମଣ କରିବାର ଅଛି ଏବଂ ପ୍ରତିକ୍ରମଣ କାହାର କରିବାର ଅଛି ? କାହା ସାକ୍ଷୀରେ କରିବ ? ତେବେ କୁହେ, “ଦାଦା ଭଗବାନ’ଙ୍କ ସାକ୍ଷୀରେ ପ୍ରତିକ୍ରମଣ କର । ଏ ଯିଏ ଦେଖା ଯାଉଛନ୍ତି,
ସେ ‘ଦାଦା ଭଗବାନ’ ନୁହଁନ୍ତି । ଇଏ ତ ଭାଦରଣର ପଟେଲ ଅଟନ୍ତି, ଏ.ଏମ୍.ପଟେଲ ଅଟନ୍ତି । ‘ଦାଦା ଭଗବାନ’ ଭିତରେ ଚଉଦ ଲୋକର ନାଥ ପ୍ରକଟ ହୋଇ ଯାଇଛନ୍ତି, । ଏଣୁ ତାଙ୍କ ନାମରେ ପ୍ରତିକ୍ରମଣ କର ଯେ, “ହେ ଦାଦା ଭଗବାନ ! ମୋ ମନ ବିଗିଡ଼ିଗଲା, ସେଥିପାଇଁ କ୍ଷମା ମାଗୁଛି । ମୋତେ କ୍ଷମା କରନ୍ତୁ । ମୁଁ ବି ତାଙ୍କ ନାମ ନେଇ ପ୍ରତିକ୍ରମଣ କରେ । । ଭଲ କର୍ମ କରିବ ତେବେ ଧର୍ମ କୁହାଯାଏ ଏବଂ ଖରାପ କର୍ମ କରିବା ତେବେ ଅଧର୍ମ କୁହାଯାଏ ଆଉ ଧର୍ମ-ଅଧର୍ମରୁ ଆଗକୁ ଯିବା, ତାହା ଆମ୍ବଧର୍ମ କୁହାଯାଏ । ଭଲ କର୍ମ କରିବ ତେବେ କ୍ରେଡ଼ିଟ୍ ଉତ୍ପନ୍ନ ହୁଏ ଏବଂ ସେ କ୍ରେଡ଼ିଟ୍ ଭୋଗିବା ପାଇଁ ଯିବାକୁ ପଡ଼େ । ଖରାପ କର୍ମ କରିବ ତେବେ ଡେବିଟ୍ ଉତ୍ପନ୍ନ ହୁଏ ଏବଂ ସେ ଡେବିଟ୍ ଭୋଗିବା ପାଇଁ ଯିବାକୁ ପଡ଼େ । ଆଉ ଯେଉଁଠି ଖାତାରେ କ୍ରେଡ଼ିଟ୍-ଡେବିଟ୍ ନାହିଁ, ସେଠି ଆମ୍ବା ପ୍ରାପ୍ତ ହୁଏ ।
ପ୍ରଶ୍ନକର୍ତ୍ତା : ଏହି ସଂସାରକୁ ଆସିଛୁ, ଏଣୁ କର୍ମ ତ କରିବାକୁ ପଡ଼ିବ ନା ? ଜାଣତ-ଅଜାଣତରେ ଯଦି ଖରାପ କର୍ମ ହୋଇଯାଏ ତେବେ କ’ଣ କରିବୁ ?
ଦାଦାଶ୍ରୀ = ହୋଇଯାଏ ତେବେ ତାହାର ଉପାୟ ଥିବ ନା ପୁଣି ! ଯେବେ କେବେ ବି ଖରାପ କର୍ମ ହୋଇଯାଏ ତେବେ ତୁରନ୍ତ ତା’ପରେ ପଶ୍ଚାତାପ ହୁଏ ଏବଂ ହୃଦୟର ସହିତ, ସିନ୍ଦିୟରିଟୀର ସହ ପଶ୍ଚାତାପ କରିବା ଉଚିତ । ପଶ୍ଚାତାପ କରିବା