________________
ପ୍ରତିକ୍ରମଣ ପୁଣି କଥା ଆଗକୁ ବଢ଼ିଲା । ଅତିକ୍ରମଣ କଲ, ତାହାର ପ୍ରତିକ୍ରମଣ କରିବାକୁ ପଡ଼ିବ । ଆଉ ଅତିକ୍ରମଣ ହେବା ବିନା ରହେ ନାହିଁ, ଏଣୁ ପ୍ରତିକ୍ରମଣ କର । ବାକି ସବୁ କ୍ରମଣ ତ ଅଛି । ସହଜ ରୂପେ କଥା ହେଲା, ତାହା କ୍ରମଣ ଅଟେ । ସେଥିରେ ଅସୁବିଧା ନାହିଁ, କିନ୍ତୁ ଅତିକ୍ରମଣ ନ ହୋଇ ରହେ ନାହିଁ । ଏଣୁ ତାହାର ପ୍ରତିକ୍ରମଣ କର ।
ପ୍ରଶ୍ନକର୍ତ୍ତା : ଏ ଅତିକ୍ରମଣ ହେଲା, ତାହା ନିଜକୁ କିପରି ଜଣାପଡ଼ିବ ?
ଦାଦାଶ୍ରୀ : ତାହା ନିଜକୁ ବି ଜଣାପଡ଼େ ଏବଂ ସାମ୍ବାବାଲାକୁ ବି ଜଣା ପଡ଼େ । ତୁମକୁ ବି ଜଣାପଡ଼ିବ ଯେ ତା’ ଚେହେରାରେ ପ୍ରଭାବ ପଡ଼ିଲା ( ଶୁଖୁଗଲା) ଏବଂ ତୁମ ଉପରେ ବି ପ୍ରଭାବ ପଡ଼େ । ଉଭୟଙ୍କ ଉପରେ ପ୍ରଭାବ ପଡ଼େ । ଏଣୁ ତାହାର ପ୍ରତିକ୍ରମଣ କରିବାର ହିଁ ଅଛି ।
। ଅତିକ୍ରମଣ ତ, କ୍ରୋଧ-ମାନ-ମାୟା-ଲୋଭ, ଏ ସବୁକୁ ଅତିକ୍ରମଣ କୁହାଯାଏ । ଏମାନଙ୍କର ପ୍ରତିକ୍ରମଣ କଲ ମାନେ କ୍ରୋଧ-ମାନ-ମାୟା-ଲୋଭ ଗଲେ । ଅତିକ୍ରମଣ
ହେଲା ଏବଂ ପ୍ରତିକ୍ରମଣ କଲ, ତେବେ କ୍ରୋଧ-ମାନ-ମାୟା-ଲୋଭ ଗଲେ । ଏହି ସଂସାର ଅତିକ୍ରମଣରୁ ସୃଷ୍ଟି ହୋଇଛି ଏବଂ ପ୍ରତିକ୍ରମଣ ଦ୍ଵାରା ନାଶ ହେବ । । ପ୍ରଶ୍ନକର୍ତ୍ତା : ତେବେ ପ୍ରତିକ୍ରମଣ ମାନେ କ’ଣ ? ।
ଦାଦାଶ୍ରୀ : ପ୍ରତିକ୍ରମଣ ଅର୍ଥାତ ସାମ୍ବାବାଲା ଆମର ଯେଉଁ ଅପମାନ କରେ ତେବେ ଆମକୁ ବୁଝିଯିବା ଉଚିତ ଯେ ଏହି ଅପମାନର ଦୋଷୀ କିଏ ? ସେ କରିବାବାଲା ଦୋଷୀ ନା ଭୋଗିବାବାଲା ଦୋଷୀ, ପ୍ରଥମେ ଆମକୁ ଏହି ଡିସିସନ ନିଷତି) ନେବା ଉଚିତ । ସେ ଅପମାନ କରିବାବାଲା ବିଲକୁଲ ବି ଦୋଷୀ ହୋଇନଥାଏ । ଏକ ପରସେଣ୍ଟ ବି ଦୋଷୀ ହୋଇନଥାଏ । ସେ ନିମିତ୍ତ ଅଟେ ଏବଂ ନିଜର ହିଁ କର୍ମର ଉଦୟ କାରଣରୁ ସେ ନିମିତ୍ତ ମିଳେ । ଅର୍ଥାତ ଏହା ନିଜର ହିଁ ଦୋଷ । ଏବେ ପ୍ରତିକ୍ରମଣ ଏଥିପାଇଁ କରିବାର ଅଛି ଯେ ସାମ୍ବାବାଲା ଉପରେ ଯଦି ଖରାପ ଭାବ
ହୋଇଥିବ ତେବେ ପ୍ରତିକ୍ରମଣ କରିବା ଉଚିତ । ତା’ ପାଇଁ ଯଦି ମନରେ ଏପରି ବିଚାର ଆସିଯାଇଥିବ ଯେ ଅଯୋଗ୍ୟ ଅଟେ, ବଦମାଶ ଅଟେ, ତେବେ ପ୍ରତିକ୍ରମଣ କରିବା ଉଚିତ । ଆଉ ଏପରି ବିଚାର ଆସିନଥିବ ଏବଂ ଆମେ ତା’ର ଉପକାର ମାନିଥୁବା ତେବେ ପ୍ରତିକ୍ରମଣ କରିବାର ଆବଶ୍ୟକତା ନାହିଁ । ନହେଲେ କେହିବି ଗାଳି ଦିଏ ତେବେ ତାହା ନିଜର ହିଁ ହିସାବ, ସେ ବ୍ୟକ୍ତି ତ ନିମିତ୍ତ ଅଟେ । ପକେଟମାର ହୁଏ ତେବେ ମାରିବାବାଲା ନିମିତ୍ତ ଅଟେ ଏବଂ ହିସାବ ନିଜର ହିଁ ଅଟେ । ଏମାନେ ତ ନିମିତ୍ତକୁ ହିଁ କାମୁଡ଼ନ୍ତି ଏବଂ ସେଥିପାଇଁ ଏସବୁ ଝଗଡ଼ା ସୃଷ୍ଟି ହୋଇଛି ।