Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ପୂର୍ବାଦ୍ଧ : ମାତା-ପିତାଙ୍କର ପିଲାଙ୍କ ପ୍ରତି ବ୍ୟବହାର ଉତ୍ତରାଦ୍ଧ : ପିଲାଙ୍କର ମାତା-ପିତାଙ୍କ ପ୍ରତି ବ୍ୟବହାର
ପୂର୍ବାଦ୍ଧରେ ପରମପୂଜ୍ୟ ଦାଦାଶ୍ରୀଙ୍କର ଅନେକ ମାତା-ପିତାଙ୍କ ସହ ହୋଇଥିବା ସସଙ୍ଗର ସଙ୍କଳନ ଅଛି । ମାତା-ପିତାଙ୍କର ଅନେକ ମନୋବ୍ୟଗ୍ରତା ପରମପୂଜ୍ୟ ଦାଦାଶ୍ରୀଙ୍କ ସମ୍ମୁଖରେ ଅନେକ ଥର ପ୍ରଦର୍ଶିତ ହୋଇଥିଲା । ଯାହାର ସଠିକ ସମାଧାନ ଦାଦାତ୍ରୀ ଦେଇଛନ୍ତି ।
। ଯେଉଁଥିରେ ମାତା-ପିତାଙ୍କୁ ବ୍ୟବହାରିକ ସମସ୍ୟାର ସମାଧାନ ମିଳେ । ତାଙ୍କ ନିଜ ବ୍ୟକ୍ତିଗତ ଜୀବନକୁ ସୁଧାରିବାର ଚାବି ମିଳେ । ତାହା ବ୍ୟତୀତ ପିଲାଙ୍କ ସହିତ ଦୈନନ୍ଦିନ ଜୀବନରେ ଆସୁଥିବା ଅସୁବିଧାର ଅନେକ ସମାଧାନ ପ୍ରାପ୍ତ ହୁଏ, ଯାହାଦ୍ବାରା ସଂସାର ବ୍ୟବହାର ସୁଖମୟ ରୂପରେ ପରିପୂର୍ଣ୍ଣ ହେବ । ମାତା-ପିତା ଏବଂ ପିଲାଙ୍କ ମଧ୍ୟରେ ଯେଉଁ ପାରସ୍ପରିକ ସମ୍ବନ୍ଧ ଅଛି, ତାତ୍ତିକ ଦୃଷ୍ଟିରେ ଯେଉଁ ଯେଉଁ ବାସ୍ତବିକତା ସବୁ ଅଛି, ତାହା ମଧ୍ୟ ଜ୍ଞାନୀପୁରୁଷ ବୁଝାନ୍ତି; ଯାହାଦ୍ୱାରା ମୋକ୍ଷମାର୍ଗରେ ଆଗକୁ ବଢ଼ିବା ପାଇଁ ମାତା-ପିତାଙ୍କ ମୂର୍ଦ୍ଧା ଦୂର ହୋଇଯାଏ ଏବଂ ଜାଗୃତି ଆସିଯାଏ ।
। ଯେବେକି ଉତ୍ତରାଧିରେ ପରମପୂଜ୍ୟ ଦାଦାଶ୍ରୀଙ୍କର ପିଲାମାନଙ୍କ ଏବଂ ଯୁବ ପୁଅ-ଝିଅଙ୍କ ସହ ହୋଇଥିବା ସତ୍ସଙ୍ଗର ସଙ୍କଳନ ଅଛି, ଯେଉଁଥିରେ ପିଲାମାନେ ନିଜ ଜୀବନର ସମସ୍ତ ବ୍ୟକ୍ତିଗତ ମନୋବ୍ୟଗ୍ରତାର ସମାଧାନ ପ୍ରାପ୍ତ କରିଛନ୍ତି । ମାତା-ପିତାଙ୍କ ସହିତ କିଭଳି ବ୍ୟବହାର କରିବା ଉଚିତ, ସେହି ସମଝ(ଦୃଷ୍ଟି ) ପ୍ରାପ୍ତ ହୁଏ । ବିବାହ କରିବା ସମ୍ବନ୍ଧୀୟ ଏପରି ଉତ୍ତମ ସମଙ୍କୁ ପ୍ରାପ୍ତ ହୁଏ ଯେ ଯୁବପିଢ଼ି ନିଜ ଜୀବନରେ ପ୍ରକୃତ କଥା ବୁଝି, ବ୍ୟବହାରରେ ପୂର୍ଣରୂପରେ ନିରାକରଣ ଆଣିପାରନ୍ତି । ପିଲାମାନେ ନିଜ ମାତା-ପିତାଙ୍କ ସେବାର ମାହାମ୍ୟ ଏବଂ ପରିଣାମ ବୁଝନ୍ତି ।
। ମାତା-ପିତାଙ୍କ ସମସ୍ୟା ଯେପରିକି ପିଲାମାନଙ୍କ ପାଇଁ ଏତେ କିଛି କଲି, ତଥାପି ପିଲାମାନେ ଅବଜ୍ଞା କରୁଛନ୍ତି, ଏହାର କାରଣ କ’ଣ ? ପିଲାମାନେ ବଡ଼ ହୋଇ ଏମିତି ସଂସ୍କାରୀ ହେବେ, ସେମିତି ହେବେ ଇତ୍ୟାଦି ଇତ୍ୟାଦି ସ୍ଵପ୍ନ ଯେବେ ନଷ୍ଟ ହେବା ଦିଶେ, ସେତେବେଳେ ଯେଉଁ ଆଘାତର ଅନୁଭବ ହୁଏ, ତାହାର ସମାଧାନ କିପରି କରିବା ? କିଛି ପିଲା ତ ମାତା-ପିତାଙ୍କ ବୈବାହିକ ଜୀବନର ସୁଖ( !) ଦେଖୁ ବାହାହେବା ପାଇଁ ମନା କରିଦିଅନ୍ତି, ସେତେବେଳେ କ’ଣ କରିବା ? ମାତା-ପିତା
12

Page Navigation
1 ... 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118