Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ହଁ, ହଁ, ନେବି ନାହିଁ, ଅନ୍ୟର ସ୍ତ୍ରୀ ନେବି ନାହିଁ ।।
। ଦାଦାଶ୍ରୀ : ହଁ, ଠିକ ଅଛି । ନେଇଯିବାର ଭାବିବୁ ବି ନାହିଁ । କେଉଁ ସ୍ତ୍ରୀ ପ୍ରତି ଆକର୍ଷଣ ହେବ ତେବେ ମଧ୍ୟ ‘ହେ ଦାଦା ଭଗବାନ ! ମୋତେ କ୍ଷମା କର’ କହିବୁ ।
ପିଲାମାନଙ୍କ ପାଇଁ ମାତା-ପିତାଙ୍କୁ କ’ଣ କରିବା ଉଚିତ ? ପିଲାମାନେ ବାହାରେ କେଉଁଠି ମାନ ନ ଖୋଜନ୍ତୁ ଏପରି ରଖୁବ । ସେମାନେ ମାନର ଭୋକିଲା ନ ହୁଅନ୍ତୁ ଏବଂ ବାହାରେ ମାନର ହୋଟେଲ ମାନଙ୍କରେ ଖାଇବାକୁ ନ ଯାଆନ୍ତୁ । ଏଥିପାଇଁ କ’ଣ କରିବ ? ଘରକୁ ଆସନ୍ତି ତେବେ ଏପରି ଡାକିବ, ‘ପୁଅ, ତୁ ତ ବଡ଼ ହୁସିଆର ଅଟୁ, ଏମିତି ଅଟୁ, ସେମିତି ଅଟୁ, ତା’କୁ ଟିକିଏ ସମ୍ମାନ ଦେବ ଅର୍ଥାତ ତା’ସହ
ଫ୍ରେଣ୍ଡସିପ୍ (ମିତ୍ରତା) ଭଳି ଭାବ ରଖୁବା ଉଚିତ । ତା’ ସାଥରେ ବସି ତା’ ମୁଣ୍ଡରେ ହାତ ବୁଲାଇବ ଏବଂ କହିବ, ‘ପୁଅ, ଚାଲ ଆମେ ଖାଇନେବା, ଆମେ ସାଥିରେ ଜଳଖୁଆ କରିବା’ ଏପରି ହେବା ଉଚିତ । ତେବେ ସେ ବାହାରେ ପ୍ରେମ ଖୋଜିବା ନାହିଁ । ମୁଁ ତ ପାଞ୍ଚ ବର୍ଷର ପିଲା ହୋଇଥିବ, ତା’ସହ ବି ପ୍ରେମ ରଖେ । ତା’ ସହ ଫ୍ରେଣ୍ଡସିପ ରଖେ । | ପ୍ରଶ୍ନକର୍ତ୍ତା : ପାପା ବା ମନ୍ତ୍ରୀ ମୋ ଉପରେ ରାଗିବେ ତେବେ କ’ଣ କରିବି ?
ଦାଦାଶ୍ରୀ : ‘ଜୟ ସଚ୍ଚିଦାନନ୍ଦ, ଜୟ ସଚ୍ଚିଦାନନ୍ଦ’ କହିବ । ଏପରି କହିବା ନା, ତେବେ ସେ ଶାନ୍ତ ହୋଇଯିବେ ।
। ପାପା, ମନ୍ତ୍ରୀ ସହ ଝଗଡ଼ା କରିବାକୁ ଲାଗନ୍ତି, ତେବେ ପିଲାମାନେ ସବୁ ‘ ସଚ୍ଚିଦାନନ୍ଦ, ସଚ୍ଚିଦାନନ୍ଦ’ କହିବେ ତେବେ ଏହାଦ୍ୱାରା ସବୁ ବନ୍ଦ ହୋଇଯିବ । ଦୁହେଁ ବିଚରା ଲାଜେଇ ଯିବେ ! ଭୟର ଏଲାର୍ମ ଟାଣିବା ତେବେ ତୁରନ୍ତ ବନ୍ଦ ହୋଇଯାଏ ।
। ଏବେ ଘରର ସବୁ ଲୋକଙ୍କୁ ତୋ କାରଣରୁ ଆନନ୍ଦ ହେଉ, ଏପରି ରଖୁବୁ । ତୋତେ ସେମାନଙ୍କ କାରଣରୁ ଦୁଃଖ ହୁଏ ତେବେ ତାହାର ‘ସମଭାବରେ ନିକାଲ୍ କରିବୁ ଆଉ ତୋ ଦ୍ଵାରା ସେ ସମସ୍ତଙ୍କୁ ଆନନ୍ଦ ହେଉ ଏପରି ରଖୁବୁ । ପରେ ସେମାନଙ୍କର ପ୍ରେମ ତୁ ଦେବୁ, କିପରି ପ୍ରେମ ? ଏହା ତ ତୁ ପ୍ରେମ ବ୍ରେକଡାଉନ୍ ଭାଙ୍ଗି ) କରି ପକାଉଛୁ । ସେମାନଙ୍କର ପ୍ରେମ ଥିବ ଆଉ ତା’ ଉପରେ ତୁ ପଥର ପକେଇ ଚାଲିବୁ ତେବେ ସବୁ ପ୍ରେମ ଭାଙ୍ଗିଯିବ ।
ପ୍ରଶ୍ନକର୍ତ୍ତା : ବୟୋଜ୍ୟେଷ୍ଠ ହଁ କାହିଁକି ବେଶୀ ଗରମ ହୋଇଯାନ୍ତି ?

Page Navigation
1 ... 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118