Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୯୪
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସମସ୍ତେ ବୁଝିଯିବେ ଯେ “ଇଏ ଏପରି କରି ନପାରେ ।
। ମାତା-ପିତାଙ୍କୁ ଖୁସିରେ ରଖୁବୁ । ସେମାନେ ତୋତେ ଖୁସି ରଖୁବାର ପ୍ରୟାସ କରୁଛନ୍ତି ନା ନାହିଁ ? ତୋତେ ସୁଖୀ ରଖୁବାର ଇଚ୍ଛା ଅଛି କି ନାହିଁ ସେମାନଙ୍କୁ ?
ପ୍ରଶ୍ନକର୍ତ୍ତା : ହଁ, କିନ୍ତୁ ଦାଦାଜୀ, ମୋତେ ଏପରି ଲାଗୁଛି ଯେ ସେମାନଙ୍କୁ କିଟ୍-କିଟ୍ କରିବାର ଅଭ୍ୟାସ ହୋଇଗଲାଣି ।
। ଦାଦାଶ୍ରୀ : ହଁ, କିନ୍ତୁ ସେଥିରେ ତୋର ଭୁଲ, ଭୁଲ ତୋର ଅଟେ, ଏଣୁ ମାତା-ପିତାଙ୍କୁ ଯେଉଁ ଦୁଃଖ ହେଲା ତାହାର ପ୍ରତିକ୍ରମଣ କରିବା ଉଚିତ । ସେମାନଙ୍କୁ ଦୁଃଖ ନହେବା ଉଚିତ, ‘ମୁଁ ସୁଖ ଦେବା ପାଇଁ ଆସିଛି’ ଏପରି ତୁମ ମନରେ ହେବା ଉଚିତ । ‘ମୋର ଏମିତି କ’ଣ ଭୁଲ ହେଲା’ ଯେ ମାତା-ପିତାଙ୍କୁ ଦୁଃଖ ହେଲା ।
। ବାପା ଖରାପ ଲାଗୁ ନାହାନ୍ତି ? ସେ ଖରାପ ଲାଗିବେ ତେବେ କ’ଣ କରିବୁ ? ବାସ୍ତବରେ ଖରାପ ଭଳି ଏ ଦୁନିଆରେ କିଛି ହିଁ ନାହିଁ । ଯାହା କିଛି ବି ଆମକୁ ମିଳିଛି,
ସେ ସବୁ ଭଲ ଜିନିଷ ହୋଇଥାଏ କାହିଁକି ନା ଆମ ପ୍ରାରବ୍ଧ ଅନୁସାରେ ମିଳିଛି । ମା ମିଳିଛି, ସେ ମଧ୍ୟ ଭଲ । କେତେ ବି କାଳି ହେଉ, ତଥାପି ନିଜ ମା ହିଁ ଭଲ । କାହିଁକିନା ପ୍ରାରବ୍ଧ ଅନୁସାରେ ଆମକୁ ଯାହା ମିଳିଛି ତାହା ଭଲ । କ’ଣ ବଦଳେଇ ଆଉ ଗୋଟେ ଆଣି ପାରିବା ?
ପ୍ରଶ୍ନକର୍ତ୍ତା : ନା ।
ଦାଦାଶ୍ରୀ : ବଜାରରେ ଅଲଗା ମା ମିଳୁନାହିଁ ? ଆଉ ମିଳିଲେ ବି କେଉଁ କାମର ? ଗୋରୀ ପସନ୍ଦ ହେଉଥିବ ତଥାପି ଆମ ପାଇଁ କେଉଁ କାମର ? ଏବେ ଯିଏ ଅଛି, ସେ ଭଲ । ଅନ୍ୟ ମାନଙ୍କର ଗୋରୀ ମା ଦେଖ “ମୋର ଖରାପ’ ଏପରି କହିବା ଉଚିତ ନୁହେଁ । ‘ମୋ ମା ତ ବହୁତ ଭଲ’ ଏପରି କହିବା ଉଚିତ । । ପ୍ରଶ୍ନକର୍ତ୍ତା : ପାପାଙ୍କର କ’ଣ ମାନିବା ଉଚିତ ? |
ଦାଦାଶ୍ରୀ : ପାପାଙ୍କର ? ସେ ଯେଉଁଥିରେ ଖୁସି ରହିବେ, ସେହିପରି ବ୍ୟବହାର ତାଙ୍କ ସହ କରିବ । ଖୁସି ରଖୁବା ଆସୁନାହିଁ ? ସେ ଖୁସି ରହିବେ ଏପରି କରିବ । । ମାତା-ପିତା ଅର୍ଥାତ ମାତା-ପିତା । ଏହି ସଂସାରରେ ସର୍ବପ୍ରଥମ ସେବା କରିବା ଯୋଗ୍ୟ ଯଦି କେହି ଥିବେ ତେବେ ସେ ମାତା-ପିତା ଅଟନ୍ତି । ତାଙ୍କର ସେବା କରିବୁ ?
ପ୍ରଶ୍ନକର୍ତ୍ତା : ହଁ, ସେବା ଜାରି ରହିଛି । ଘର କାମରେ ସାହାଯ୍ୟ କରୁଛି ।

Page Navigation
1 ... 109 110 111 112 113 114 115 116 117 118