Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୯୭
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଆମର ଏ ଜ୍ଞାନ ଦେଇ ଦିଏ, ପୁଣି ସେମାନଙ୍କର ଖାଇବା-ପିଇବାର ବ୍ୟବସ୍ଥା ତ, ଅନ୍ୟ ସାମାଜିକ ସଂସ୍ଥାମାନଙ୍କୁ ଦେଇ ଦେବା ତେବେ ମଧ୍ୟ ଚଳିବ । କିନ୍ତୁ ଜ୍ଞାନ ଦେଇ ଦେଇଥିବ ଆଉ ପୁଣି ଦର୍ଶନ କରିବେ ତେବେ ମଧ୍ୟ କାମ ହେବ ! ଏହି ଜ୍ଞାନ ଦେଇ ଦେବା ତେବେ ବିଚରାଙ୍କୁ ଶାନ୍ତ ରହିବ, ଅନ୍ୟଥା କେଉଁ ଆଧାରରେ ଶାନ୍ତି ରହିବ ?
ଏବେ ତୁମ ଘରେ ପିଲାମାନଙ୍କ ମଧ୍ୟରେ ସଂସ୍କାର କିପରି ପଡ଼ିବ ? ତୁମେ ତୁମ ମାତା-ପିତାଙ୍କୁ ନମସ୍କାର କର । ଏତେ ଅଧୁକ ବୟସରେ ତୁମ ବାଳ ଧଳା ହେବା ପରେ ମଧ୍ୟ ତୁମେ ତୁମ ମାତା ପିତାଙ୍କୁ ପ୍ରଣାମ କରୁଥିବ ତେବେ ପିଲାଙ୍କ ମନରେ ବି ଏପରି ବିଚାର ଆସିବ ନା ଯେ ପିତାଜୀ ଲାଭ ନେଉଛନ୍ତି ତେବେ ଆମେ କାହିଁକି ନ ନେବା ? ପୁଣି ତୁମ ପାଦ ଛୁଇଁବେ ନା ନାହିଁ ? | ପ୍ରଶ୍ନକର୍ତ୍ତା : ଆଜିକାଲିର ପିଲାମାନେ ମାତା-ପିତାଙ୍କ ପାଦ ଛୁଉଁ ନାହାନ୍ତି । ସେମାନଙ୍କୁ ସଙ୍କୋଚ ହେଉଛି ।
ଦାଦାଶ୍ରୀ : ଏପରି ଅଟେ, ମାତା-ପିତାଙ୍କ ପାଦ କାହିଁକି ଛୁଉଁ ନାହାନ୍ତି ? ସେ ପିଲାମାନେ ମାତା-ପିତାଙ୍କ ଦୁର୍ବଳତା ( ଭୁଲ, ଦୋଷ) ଦେଖୁ ନିଅନ୍ତି, ଏଣୁ ‘ପାଦ ଛୁଇଁବା ଯୋଗ୍ୟ ନୁହନ୍ତି’ ମନରେ ଏପରି ମାନନ୍ତି, ସେଥିପାଇଁ ପାଦ ଛୁଅନ୍ତି ନାହିଁ । ଯଦି ତାଙ୍କଠାରେ ଆଚାର( ଆଚରଣ)-ବିଚାର ଉଚ୍ଚ, ବେଷ୍ଟ ଲାଗିବ, ତେବେ ସର୍ବଦା ପାଦ ଛୁଇଁବେ ନିଶ୍ଚିତ । କିନ୍ତୁ ଆଜିକା ମାତା-ପିତା ତ ପିଲାମାନଙ୍କ ସାମ୍ନାରେ ମଧ୍ୟ ଝଗଡ଼ା କରନ୍ତି । ମାତା-ପିତା ଝଗଡ଼ା କରନ୍ତି ନା ନାହିଁ ? ଏବେ ପିଲାମାନଙ୍କ ମନରେ ସେମାନଙ୍କ ପ୍ରତି ଯେଉଁ ଆଦର-ସମ୍ମାନ ଥିବ, ତାହା କେବେ ପର୍ଯ୍ୟନ୍ତ ରହିବ ? । ଏହି ସଂସାରରେ ତିନି ଜଣଙ୍କର ମହାନ ଉପକାର ଅଛି । ସେ ଉପକାର ଭୁଲିବା ଭଳି ନୁହେଁ । ମାତା-ପିତା ଏବଂ ଗୁରୁଙ୍କର । ଯେଉଁମାନେ ଆମକୁ ସଠିକ ରାସ୍ତାରେ ଲଗେଇ ଥିବେ, ସେମାନଙ୍କର ଉପକାର ଭୁଲିବା ଭଳି ନୁହେଁ ।
- ଜୟ ସଚ୍ଚିଦାନନ୍ଦ

Page Navigation
1 ... 112 113 114 115 116 117 118