Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 113
________________ । ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଏକ ବଡ଼ ଆଶ୍ରମରେ ମୋତେ ଜଣେ ଭାଇ ଭେଟ ହେଲେ । ମୁଁ ତାଙ୍କୁ ପଚାରିଲି, “ତୁମେ ଏଠି କେମିତି ?' ସେ କହିଲେ, “ମୁଁ ଏହି ଆଶ୍ରମରେ ବିଗତ ଦଶ ବର୍ଷ ହେଲାଣି ରହୁଛି ।’ ମୁଁ ତାଙ୍କୁ କହିଲି, ‘ତୁମ ମାତା-ପିତା ଗାଁରେ ଅନ୍ତିମ ଅବସ୍ଥାରେ ବହୁତ ଗରିବୀରେ ଦୁଃଖୀ ହେଉଛନ୍ତି ।’ ତେବେ ସେ କହିଲେ, “ସେଥିରେ ମୁଁ କ’ଣ କରିବି ? ମୁଁ ସେମାନଙ୍କ ଆଡ଼କୁ ଧାନ ଦେବି, ତେବେ ମୋ ଧର୍ମ ରହିଯିବ ।” ଏହାକୁ ଧର୍ମ କିପରି କହିବା ? ଧର୍ମ ତ ତାହା ଯେ ମାତା-ପିତାଙ୍କ ଖବର ରଖେ, ଭାଇମାନଙ୍କ ସହ ଭଲ ବ୍ୟବହାର କରେ, ସମସ୍ତଙ୍କ ସହ ଭଲ ବ୍ୟବହାର କରେ । ବ୍ୟବହାର ଆଦର୍ଶ ହେବା ଉଚିତ । ଯେଉଁ ବ୍ୟବହାର ନିଜ ଧର୍ମର ତିରସ୍କାର କରେ, ମାତା-ପିତାଙ୍କ ସମ୍ବନ୍ଧକୁ ମଧ୍ୟ ତିରସ୍କାର କରେ, ତାହାକୁ ଧର୍ମ କିପରି କହିପାରିବା ? । ମୁଁ ବି ମା’ର ସେବା କରିଥିଲି । ମୋତେ କୋଡ଼ିଏ ବର୍ଷ ବୟସ ହୋଇଥିଲା । ଅତଃ ମାତାଜୀଙ୍କ ସେବା ହେଲା । ପିତାଜୀଙ୍କୁ କାନ୍ଧ ଦେଇଥିଲି, ସେତିକି ହିଁ ସେବା ହୋଇଥିଲା । ପୁଣି ହିସାବ ବୁଝାପଡ଼ିଲା ଯେ ଏମିତି କେତେ ପିତାଜୀ (ବିଗତ ଜନ୍ମରେ) ହୋଇ ସାରିଛନ୍ତି । ଏବେ କ’ଣ କରିବା ? ଜବାବ ମିଳିଲା, 'ଯିଏ ଅଛନ୍ତି, ସେମାନଙ୍କ ସେବା କର ।’ ପୁଣି ଯେଉଁମାନେ ଗଲେ ସେମାନେ ଗଲେ । କିନ୍ତୁ ଏବେ ଯେଉଁମାନେ ଅଛନ୍ତି ସେମାନଙ୍କର ସେବା କର । ଯଦି ଏପରି କେହି ଥିବେ ତେବେ ଠିକ, ନଥିବେ ତେବେ ଚିନ୍ତା କରିବ ନାହିଁ । ଏମିତି ତ ବହୁତ ହୋଇଗଲେ । ଯେଉଁଠୁ ଭୁଲିଲ ସେଇଠୁ ପୁଣି ଗଣ । ମାତା-ପିତାଙ୍କ ସେବା ପ୍ରତ୍ୟକ୍ଷ ଅଟେ । ଭଗବାନ କେଉଁଠି ଦେଖା ଯାଉଛନ୍ତି ? ଭଗବାନ ଦେଖାଯାନ୍ତି ନାହିଁ, ମାତା-ପିତା ତ ଦେଖା ଯାଉଛନ୍ତି । । ଏବେ ବେଶୀରୁ ବେଶୀ ଯଦି କେହି ଦୁଃଖୀ ଅଛନ୍ତି ତେବେ ୬୫ ବର୍ଷ ( ଏବଂ ତାହାଠୁ ଅକ) ବୟସର ଲୋକମାନେ ବହୁତ ଦୁଃଖୀ ଅଛନ୍ତି । କିନ୍ତୁ ସେମାନେ କହିବେ କାହାକୁ ? ପିଲାମାନେ ଧ୍ୟାନ ଦେଉନାହାନ୍ତି । ଫାଟ ପଡ଼ି ଯାଇଛି ପୁରୁଣା ଏବଂ ନୂଆ ଜମାନା ମଧ୍ୟରେ । ବୁଢ଼ା ପୁରୁଣା ଜମାନା ଛାଡ଼େ ନାହିଁ, ମାଡ଼ ଖାଏ ତଥାପି ଛାଡ଼େ ନାହିଁ । ପ୍ରଶ୍ନକର୍ତ୍ତା : ୬୫ ବର୍ଷ ହେବା ପରେ ସମସ୍ତଙ୍କର ଏହି ଦଶା ହୁଏ ନା ? ଦାଦାଶ୍ରୀ : ହଁ, ଏପରି ହଁ ହାଲତ । ଏହି କୁ ଏହି ହାଲ୍ ! ଏଣୁ ଏହି ଜମାନାରେ ବାସ୍ତବରେ କରିବା ଯୋଗ୍ୟ କ’ଣ ? କେଉଁ ଜାଗାରେ ଯଦି ଏହି ବୟୋଜ୍ୟେଷ୍ଠ ମାନଙ୍କ ପାଇଁ ରହିବାର ସ୍ଥାନ ତିଆରି କରିଥିବ ତେବେ ବହୁତ ଭଲ । ଏପରି ମୁଁ ଭାବିଥିଲି । ପୁଣି ମୁଁ ଭାବିଲି ଯେ ଏପରି କିଛି କରିବେ, ତେବେ ପ୍ରଥମେ

Loading...

Page Navigation
1 ... 111 112 113 114 115 116 117 118