Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ମାତା-ପିତା ଏବଂ ପିଲାଙ୍କୁ ବ୍ୟବହାର ‘ଲୁକ୍' (କମଜୋର, ଢିଲା) ହୋଇଯାଏ । ମୁଁ ଏପରି କୌଣସି ପ୍ରକାରର ପ୍ରସ୍ତୁତି କରେ ନାହିଁ । ଚରିତ୍ରର ଉପଯୋଗ, ଯାହାକୁ ତୁମେ ପ୍ରସ୍ତୁତି କହୁଛି, କିନ୍ତୁ ତାହାଦ୍ୱାରା ତୁମଠାରେ ଯେଉଁ ଚରିତ୍ରବଳ ଅଛି ତାହା ‘ଲୁଜ୍’ ହୋଇଯାଏ ଆଉ ଯଦି ଚରିତ୍ରବଳ ଖତମ ହୋଇଯିବ, ତେବେ ତୋ ପତି ସାମ୍ନାରେ ତୋର ମୂଲ୍ୟ ହିଁ ରହିବ ନାହିଁ । ଏହିପରି ସେ ଝିଅ ମୁଣ୍ଡରେ ଭଲ ଭାବରେ ବସିଗଲା । ପରେ ମୋତେ କହିଲା ଯେ ‘ଦାଦାଜୀ, ଏବେ ମୁଁ କୌଣସି ଦିନ ହାରିବି ନାହିଁ, ଏପରି ଗ୍ୟାରେଣ୍ଟି ଦେଉଛି ।”
। ନିଜ ସହ କେହି ପ୍ରପଞ୍ଚ( ଷଡ଼ଯନ୍ତ୍ର) କରେ ଆଉ ଜବାବରେ ଆମେ ବି ସେହିପରି କରିବା ତେବେ ଆମର ଚରିତ୍ରବଳ ଭାଙ୍ଗିଯିବ । କେହି କେତେ ବି ପ୍ରପଞ୍ଚ କରୁ କିନ୍ତୁ ନିଜ ପ୍ରପଞ୍ଚରେ ନିଜେ ହିଁ ସେଥିରେ ଫଶିଯାଏ । କିନ୍ତୁ ଯଦି ତୁମେ ପ୍ରସ୍ତୁତି କରିବାକୁ ଯିବ, ତେବେ ତୁମେ ନିଜେ ତା’ ପ୍ରପଞ୍ଚରେ ଫଶିଯିବ । ମୋ ସାମ୍ନାରେ ତ ବହୁତ ଲୋକ ଷଡ଼ଯନ୍ତ୍ର କରିଥିଲେ କିନ୍ତୁ ସେ ଷଡ଼ଯନ୍ତ୍ର କରିବାବାଲା ଫଶି ଯାଇଥିଲେ । କାରଣ ମୋତେ ଗୋଟିଏ କ୍ଷଣ ପାଇଁ ମଧ୍ୟ ସେହି ବିଷୟରେ କିଛି ବିଚାର ହିଁ ଆସେ ନାହିଁ । ନହେଲେ ଯଦି ତାହାର ସାମ୍ନା କରିବା ପାଇଁ ପ୍ରସ୍ତୁତି କରିବାର ବିଚାର ବି ଆସେ ନା, ତେବେ ମଧ୍ୟ ନିଜର ଚରିତ୍ରବଳ ଭାଙ୍ଗିଯାଏ, ଶୀଳବାନପଣ ଭାଙ୍ଗିଯାଏ ।
। ଶୀଳବାନ ମାନେ କ’ଣ ? ନା, ସେ ଗାଳି କରିବା ପାଇଁ ଆସେ କିନ୍ତୁ ଏଠି ଆସି ଚୁପ ହୋଇ ବସିଯାଏ । ଆମେ କହିବା, ‘କିଛି କୁହନ୍ତୁ, କୁହନ୍ତୁ”, କିନ୍ତୁ ସେ ଏକ ଅକ୍ଷର ବି କହିପାରେ ନାହିଁ । ତାହା ଶୀଳର ପ୍ରଭାବ ଅଟେ ! ଯଦି ଆମେ ଏକ ଅକ୍ଷର ବି ସାମ୍ନାରୁ କହିବା ପାଇଁ ପ୍ରସ୍ତୁତି କରିବା ନା, ତେବେ ଶୀଳ ଭାଙ୍ଗିଯାଏ । ଏଣୁ ପ୍ରସ୍ତୁତି କରିବ ନାହିଁ । ଯାହାକୁ ଯାହା କହିବାର ଅଛି କହୁ । ‘ସର୍ବତ୍ର ମୁଁ ହିଁ ଅଛି” କହିବ । (ଆମ୍ ସ୍ଵରୁପରେ ସମସ୍ତଙ୍କ ସହ ଅଭେଦ ଅଟେ ।)
ଷଡ଼ଯନ୍ତ୍ର ସାମ୍ନାରେ ପ୍ରସ୍ତୁତି କରିବାରେ ଆମକୁ ନୂଆ ଷଡ଼ଯନ୍ତ୍ର ସୃଷ୍ଟି କରିବାକୁ ପଡ଼େ ଏବଂ ଆମେ କ୍ଲିପ(ଖସଡ଼ିଯିବା) ହୋଇଯାନ୍ତି । ଏବେ ଆମ ପାଖରେ ସେ ଶସ୍ତ୍ର ହିଁ ନାହିଁ ନା ! ତା' ପାଖରେ ତ ସେ ଶସ୍ତ୍ର ଅଛି, ଏଣୁ ପଛେ ସେ ଚଲାଉ ! କିନ୍ତୁ ତାହା ‘ବ୍ୟବସ୍ଥିତ’ ଅଟେ ନା ! ସେଥିପାଇଁ ଶେଷରେ ତା’ର ଶସ୍ତ୍ର ତା’କୁ ହିଁ ଲାଗେ, ଏପରି ‘ବ୍ୟବସ୍ଥିତ’ ଅଟେ ।
। ତା’କୁ ଭଲ ଭାବରେ ବୁଝା ପଡ଼ିଗଲା । ଦାଦାଜୀ ଡ୍ରଇଂ କରିଦେଲେ । ମୋତେ କହିଲା, “ଏପରି ଡ୍ରଇଂ କହିବାକୁ ଚାହୁଁଛନ୍ତି ?' ମୁଁ କହିଲି, “ହଁ, ଏହିପରି ଡ୍ରଇଂ ।
om

Page Navigation
1 ... 107 108 109 110 111 112 113 114 115 116 117 118