Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 100
________________ ୮ ୩ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର । ଝିଅମାନଙ୍କୁ କହେ ଯେ ବାହା କାହିଁକି ହେଉନାହଁ ? ତେବେ କୁହନ୍ତି, “କଣ । ଦାଦା ଆପଣ ବି ଏମିତି କହୁଛନ୍ତି, ଆମକୁ ବାହା ହେବାକୁ କହୁଛନ୍ତି । ମୁଁ କହିଲି, ‘ ଏହି ସଂସାରରେ ବାହା ହେବା ବିନା ଚଳିବ ନାହିଁ, ନହେଲେ ପୁଣି ବ୍ରହ୍ମଚର୍ଯ୍ୟ ପାଳନ କରିବାର ଅଛି ଏପରି ଡିସାଇଡ଼ କର ଆଉ ତାହା ପୁଣି ନିଶ୍ଚିତ, ଦୃଢ଼ତାପୂର୍ବକ ହେବା ଉଚିତ । ଏପରି ନ ହୁଏ ତେବେ ବାହା ହୋଇଯାଅ, କିନ୍ତୁ ଦୁଇଟିରୁ ଗୋଟିଏରେ ଆସିଯାଅ ।” ତେବେ କୁହନ୍ତି, “କାହିଁକି ବାହା ହେବାପାଇଁ କହୁଛନ୍ତି ?' ମୁଁ କହିଲି, ‘କାହିଁକି ? କ’ଣ ଅସୁବିଧା ? କେହି ଭଲ ପୁଅ ମିଳୁନାହିଁ ?” ତେବେ କହିଲା, ‘ଭଲ ପୁଅ ଅଛନ୍ତି କେଉଁଠି ? ଲଲୁ ଅଟନ୍ତି ସବୁ ! ଲଲୁଙ୍କ ସହ କ’ଣ ବାହା ହେବି ?' ଏହା ଶୁଣି ମୁଁ ଚମକି ପଡ଼ିଲି । ମୁଁ କହିଲି ଏ ଝିଅମାନେ କିଭଳି ? ଦେଖ ତ, ଏବେଠୁ ଏମାନଙ୍କର ଏତେ ପାୱାର, ତେବେ ପରେ ସେମାନଙ୍କୁ କିପରି ବଞ୍ଚିବାକୁ ଦେବେ, ବିଚାରାମାନଙ୍କୁ ? ଏଥିପାଇଁ ବହୁତ ପୁଅ ମୋତେ କୁହନ୍ତି, “ ଆମକୁ ବାହା ହେବାର ନାହିଁ ।’ ଝିଅମାନେ କ’ଣ କୁହନ୍ତି, ‘ଲଲୁ ସହ କ’ଣ ବାହା ହେବି ?' ମୁଁ କହିଲି, “ଏପରି କହ ନାହିଁ । ତୋ ମନରୁ ଏହା ବାହାର କରି ଦେ ଯେ ସେ ଲଲୁ ଅଟେ । କାରଣ ବାହା ହେବା ବିନା ଚାରା ନାହିଁ ।” ଏମିତି ଚଳିବ ନାହିଁ । ମନରେ ଲଲୁ ଅଟେ ଏପରି ପଶିଯାଏ ତେବେ ପୁଣି ସବୁଦିନ ଝଗଡ଼ା ହୁଏ । ପୁଣି ତୋତେ ସେ ଲଲୁ ହିଁ ଲାଗୁଥିବ । ପୁରା ସଂସାର ମୋକ୍ଷ ଆଡ଼କୁ ହିଁ ଯାଉଅଛି, କିନ୍ତୁ ମୋକ୍ଷ ପାଇଁ ଏସବୁ ହେଲ୍ଲିଙ୍ଗ (ସହାୟକ) ନୁହେଁ । ଏମାନେ ତ ଲଢ଼େଇ-ଝଗଡ଼ା କରି ଓଲଟା ବ୍ରେକ୍ ଲଗାନ୍ତି । ନହେଲେ ଉଷ୍ଣତା( ଗରମ)ର ସ୍ୱଭାବ ଏପରି ଅଟେ ଯେ ମେଘ ଟାଣି ଆଣେ । ଯେଉଁଠି ଥିବ ସେଠୁ ଟାଣି ଆଣେ । ଉଷ୍ଣତାର ସ୍ଵଭାବ ଅଟେ ଯେ ବଢ଼ି ବଢ଼ି ଚାଲେ ଏବଂ ମେଘ ଟାଣି ଆଣେ । ଏ ସଂସାର ବ୍ୟାକୁଳ ହେବାପରି ନୁହେଁ । ଏହି ସଂସାରର ସ୍ଵଭାବ ଏପରି ଅଟେ ଯେ ଆମକୁ ମୋକ୍ଷ ଆଡ଼କୁ ନେଇଯାଏ । ମୋକ୍ଷକୁ ଟାଣି ଆଣେ । ସଂସାର ଯେତେ ବେଶୀ କଠିନ ହେବ ନା, ମୋକ୍ଷ ସେତିକି ଜଦୀ ଆସେ । କିନ୍ତୁ କଠିନ ହେବ ସେତେବେଳେ ଆମକୁ ବିଗିଡ଼ି ନଯିବା ଉଚିତ, ସ୍ଥିର ରହିବା ଉଚିତ । ସଠିକ ଉପାୟ କରିବା ଉଚିତ, ଭୁଲ ଉପାୟ କରିବା ଦ୍ଵାରା ପୁଣି ଥରେ ଖସି ପଡ଼ନ୍ତି । ଦୁଃଖ ଆସିଲା ତେବେ ଏପରି ବୁଝିବ ଯେ ମୋ ଆତ୍ସା ପାଇଁ ଭିଟାମିନ ମିଳିଲା ଏବଂ ଯେବେ ସୁଖ ପ୍ରାପ୍ତ ହେବ ତେବେ ଦେହର ଭିଟାମିନ ମିଳିଲା, ଏପରି ବୁଝିବ । ଆମକୁ ସବୁଦିନ ଭିଟାମିନ ମିଳେ, ମୁଁ ତ ଏପରି ମାନି ପିଲାଦିନରୁ

Loading...

Page Navigation
1 ... 98 99 100 101 102 103 104 105 106 107 108 109 110 111 112 113 114 115 116 117 118