Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 98
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଫ୍ରେଣ୍ଡ ଉପରେ ମୋହ ଅର୍ଥାତ ସଖୀ କଥା କହୁଛି ନା ସଖା କଥା ? ପ୍ରଶ୍ନକର୍ତ୍ତା : ନା, ଉଭୟଙ୍କର । ଦାଦାଶ୍ରୀ : (ଝିଅକୁ) ସଖା ବି ! ନିଶବାଲା (ପୁରୁଷ) ବି ! ପ୍ରଶ୍ନକର୍ତ୍ତା : ହଁ, ଉଭୟ । ଦାଦାଶ୍ରୀ : ଠିକ ଅଛି । ତେବେ ତା’ ସହ ଆମକୁ ସମଭାବରେ ରହିବାର ଅଛି । ସେହି ଘଡ଼ି ତୋର ଜାଗୃତି ରହିବା ଦରକାର । ସେହି ଘଡ଼ି ହୋସ୍ ନ ଉଡ଼ିଯିବା ଦରକାର । ଯାହାଙ୍କୁ ବ୍ରହ୍ମଚର୍ଯ୍ୟର ପାଳନ କରିବାର ଅଛି, ଯାହାଙ୍କୁ ମୋକ୍ଷ ଦରକାର, ସେ ସ୍ତ୍ରୀମାନଙ୍କୁ ପୁରଷଙ୍କ ପରିଚୟ କମରୁ କମ କରିବ, ଅନିବାର୍ଯ୍ୟ ହେଲେ ଯାଇ । ଯେଉଁମାନଙ୍କୁ ମୋକ୍ଷରେ ଯିବାର ଅଛି, ସେମାନଙ୍କୁ ଏତିକି ପ୍ରତିକାର କରିବା ଉଚିତ । ଏପରି ତୋତେ ଲାଗୁଛି ନା ଲାଗୁନାହିଁ ? ତୋତେ କ’ଣ ଲାଗୁଛି ? ପ୍ରଶ୍ନକର୍ତ୍ତା : ହଁ, କରିବା ଉଚିତ । ଦାଦାଶ୍ରୀ : କ’ଣ ମୋକ୍ଷରେ ଯିବାର ନାହିଁ ଏବେ ? ଚଳିବ ଏମିତି ? ପ୍ରଶ୍ନକର୍ତ୍ତା : ନା, ମୋକ୍ଷରେ ଯିବାର ଅଛି । ଦାଦାଶ୍ରୀ : ତେବେ ପୁଣି ଏମାନଙ୍କ ସହ କ’ଣ ମୈତ୍ରୀ କରିବା, ଏହା କେବଳ ଅଇଁଠା । (ସେ ଝିଅକୁ) ସୀମାନଙ୍କ ସହ ପୂର-ବୁଲ, ଖାଅ-ପିଅ, ମଜା କର, ପୁରୁଷଙ୍କ ସହ ନୁହେଁ । । ପ୍ରଶ୍ନକର୍ତ୍ତା : ଦାଦାଜୀ, ଜଣେ ଭଉଣୀ ପଚାରୁଛନ୍ତି ଯେ ଆମର ପୁଅଙ୍କ ସହ ‘ଫ୍ରେଣ୍ଡଲୀ ରିଲେଶନ୍’ (ମୈତ୍ରୀ ସମ୍ବନ୍ଧ) ଥିବ, ତଥାପି ମାତା-ପିତା ଶଙ୍କା କାହିଁକି କରନ୍ତି ? ଦାଦାତ୍ରୀ : ନା, ପୁଅଙ୍କ ସହ ଫ୍ରେଣ୍ଡଲୀ ରିଲେଶନ୍ ରଖ୍ ହିଁ ପାରିବା ନାହିଁ । ପୁଅଙ୍କ ସହ ଫ୍ରେଣ୍ଡଲୀ ରିଲେଶନ୍ ଠିକ ନୁହେଁ । । ପ୍ରଶ୍ନକର୍ତ୍ତା : ସେଥିରେ କ’ଣ ଅସୁବିଧା ? ଦାଦାଶ୍ରୀ : ପେଟ୍ରୋଲ ଏବଂ ଅଗ୍ନି, ଉଭୟ ସାଥିରେ ରହିପାରିବେ ନାହିଁ ନା ? ସେ ଦୁହେଁ (ପୁଅ ଏବଂ ଝିଅ) ମଉକା ଖୋଜୁଥାନ୍ତି । ଜଣେ ଭାବେ ଯେ ସେ ମୋ । ଫାଶରେ କେବେ ପଡ଼ିବ ଏବଂ ସାମ୍ବାବାଲା ଭାବେ ଯେ ସେ ମୋ ଫାଶରେ କେବେ ପଡ଼ିବ ? ! ଉଭୟ ଶିକାରର ପ୍ରତୀକ୍ଷାରେ ରହିଥାନ୍ତି, ଉଭୟ ଶିକାରୀ !

Loading...

Page Navigation
1 ... 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118