Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 105
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ସଂସାର ବ୍ୟବହାରରେ ପୂର୍ବେ ଯେଉଁ କର୍ମ ହୋଇଛି, ତାହାର ଉଦୟ ଅନୁସାରେ ସବୁ ଚାଲେ । ସେଥିରେ କେବେ ପ୍ରପଞ୍ଚ ମାଲୁମ ପଡ଼େ ଯେ ଆମ ସହ ପ୍ରପଞ୍ଚ କରାଯାଉଅଛି, ତେବେ ସେହି ସ୍ଥିତିରେ ‘ସମଭାବରେ ନିକାଲ୍ କରିବା ପାଇଁ କ’ଣ କରିବୁ ? । ଦାଦାଶ୍ରୀ : ପତି ତେଢ଼ା ମିଳିଯାଏ ତେବେ ତା’କୁ କିପରି ଜିତିବ ? କାରଣ ଯାହା ପ୍ରାରବ୍ଧରେ ଲେଖାଅଛି, ତାହା ଛାଡ଼ିବ ନାହିଁ ନା ! ଯେବେ ଏପରି ଲାଗିବ ଯେ ଏ ସଂସାର ନିଜ ଇଚ୍ଛା ଅନୁସାରେ ଚାଲୁ ନାହିଁ ସେତେବେଳେ ମୋତେ ବତାଇଦେବ ଯେ ‘ଦାଦାଜୀ, ଏମିତି ପତି ମିଳିଛି ।’ ତେବେ ମୁଁ ତୋର ସବୁ ତୁରନ୍ତ ରିପେୟର କରିଦେବି ଆଉ ତୋତେ ଠିରେ ରହିବାର ଚାବି ମଧ୍ୟ ଦେଇଦେବି । । ଔରଙ୍ଗାବାଦରେ ଗୋଟିଏ ମୁସଲିମ ଝିଅ ଆସିଥିଲା । ମୁଁ ପଚାରିଲି, ‘ନାଁ କ’ଣ ତୁମର ?? କହିଲା, “ଦାଦାଜୀ, ମୋ ନାଁ ମଶରୁର୍ ।” ମୁଁ କହିଲି, “ଆ, ଏଠି ବସ୍ ମୋ ପାଖରେ, କ’ଣ ପାଇଁ ଆସିଛୁ ?' ସେ ଆସିଲା, ଏଠାକୁ ଆସିବା ଦ୍ଵାରା ତା’କୁ ଭଲ ଲାଗିଲା । ଭିତରେ ଶୀତଳତା ଅନୁଭବ ହେଲା ଯେ ଏ ତ ଖୁଦାଙ୍କ ଆସିଷ୍ଟାଣ୍ଟ ( ସହାୟକଉଁ) ଭଳି ହିଁ ଲାଗୁଛନ୍ତି, ଏଭଳି ଲାଗିଲା ତେଣୁ ପୁଣି ବସିଗଲା । ପରେ ଅଲଗା କଥା ଚାଲିଲା । । ପରେ ମୁଁ ପଚାରିଲି, “କଣ କରୁଛୁ ତୁ ?' ସେ କହିଲା, “ମୁଁ ଲେଟରର (ଅଧାପକ) ଅଛି । ଏହା ଶୁଣି ମୁଁ ପଚାରିଲି, ‘ବାହାଶାହା ହୋଇଛୁ ନା ନାହିଁ ?” ତେବେ କହିଲା, “ନା, ବାହା ହୋଇନି, କିନ୍ତୁ ନିର୍ବନ୍ଧ ହୋଇଛି ।’ ମୁଁ କହିଲି, ‘କେଉଁଠି ହୋଇଛି, ମୁମ୍ବାଇରେ ?” ତେବେ କହିଲା, “ନା, ପାକିସ୍ତାନରେ ।’ ‘କେବେ କରୁଛ ?” ତେବେ କୁହେ, “ଛଅ ମାସ ଭିତରେ ।’ ମୁଁ କହିଲି, ‘କାହା ସହିତ ? ପତି କେମିତିକା ଖୋଜିଛୁ ? କହିଲା, ‘ଲୟର ଅଟେ ।’ । ପରେ ମୁଁ ପଚାରିଲି ଯେ, “ସେ ପତି ହୋଇ ତୋତେ କିଛି ଦୁଃଖ ଦେବନାହିଁ ? ଏବେ ତୋତେ କୌଣସି ପ୍ରକାରର ଦୁଃଖ ନାହିଁ ଏବଂ ପତି ପାଇବାକୁ ଯିବୁ ଆଉ ପତି ଦୁଃଖ ଦେଲେ ?' ମୁଁ କହିଲି, “ତା ସହ ବାହାହେବା ପରେ ତୋର କ’ଣ ଯୋଜନା ଅଛି ? ତା’ସହ ବାହା ହେବା ପୂର୍ବରୁ ତୋର କିଛି ଯୋଜନା ଥିବ ନା ଯେ ତା’ ସହ କିପରି ବ୍ୟବହାର କରିବି, ନା ପୁଣି ଯୋଜନା କରିନାହୁଁ ? ସେଠି ବାହାଘର ପରେ କ’ଣ କରିବି ତା’ ପାଇଁ କିଛି ପ୍ରସ୍ତୁତି ତୁ କରିଥିବୁ ନା, ଯେ ବାହାଘର ପରେ ସେ ଲୟର (ଓକିଲ) ସହ ତୋର ଜମିବ କି ନାହିଁ ?” ତେବେ ସେ କହୁଛି, ମୁଁ ସମସ୍ତ

Loading...

Page Navigation
1 ... 103 104 105 106 107 108 109 110 111 112 113 114 115 116 117 118