Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 106
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରସ୍ତୁତି କରି ରଖୁଛି । ସେ ଟିକିଏ ଏମିତି କହିବ ତେବେ ମୁଁ ସାମ୍ନାରୁ ଏମିତି ଜବାବ ଦେବି । ସେ ଏମିତି କହିବ ତେବେ ମୁଁ ଏମିତି କହିବି, ସେ ଏମିତି କହିବ ତେବେ, ଗୋଟିଗୋଟି କଥାର ଜବାବ ମୋ ପାଖରେ ପ୍ରସ୍ତୁତ ଅଛି ।’ । । ରୁଷିଆ ଯେତିକି ଆମେରିକା ସାମ୍ନାରେ ଯୁଦ୍ଧର ପ୍ରସ୍ତୁତି କରି ସାରିଛି ନା, ସେତିକି ପ୍ରସ୍ତୁତି କରି ରଖିଥିଲା । ଉଭୟ ପାର୍ଶ୍ବରୁ ପୁରା ପ୍ରସ୍ତୁତି ! ସେ ତ ମତଭେଦ ସୃଷ୍ଟି କରିବାର ହିଁ ପ୍ରସ୍ତୁତି କରି ରଖିଥିଲା । ସେ ଝଗଡ଼ା କରେ, ତା ପୂର୍ବରୁ ହିଁ ଏ ବମ୍ ଫୁଟେଇ ଦେବି ! ସେ ଏମିତି ଜଳେଇବ ତେବେ ମୋତେ ଏମିତି ଜଳାଇବାର ଅଛି । ଅତଃ ସେଠାକୁ ଯିବା ପୂର୍ବରୁ ହିଁ ଦଙ୍ଗା କରିବାକୁ ପ୍ରସ୍ତୁତ ! ସେ ଏପଟେ ତୀର ଛାଡ଼ିବା ତେବେ ମୋତେ ସେପଟେ ରକେଟ ଛାଡ଼ିବାର ଅଛି । ମୁଁ କହିଲି, ଏ ତ ତୁ କୋଲ୍ ୱାର ଆରମ୍ଭ କରିଦେଲୁ । ତାହା କେବେ ଶାନ୍ତ ହେବ ?? କୋୱାର (ଶୀତଳ ଯୁଦ୍ଧ) ବନ୍ଦ ହୁଏ ? ଏ ଦେଖ ନା, ବଡ଼ ସାମ୍ରାଜ୍ୟବାଲାଙ୍କର କେଉଁଠି ବନ୍ଦ ହେଉଛି, ରୁଷିଆଆମେରିକାର ? ଏ ଝିଅମାନେ ଏମିତି ସବୁ ଭାବନ୍ତି, ସବୁ ପ୍ରବନ୍ଧ କରିଦିଅନ୍ତି ଏହିପରି । ଏ ପୁଅମାନେ ତ ବିଚରା ଭୋଳା ! ପୁଅମାନେ ଏପରି ସବୁ କରନ୍ତି ନାହିଁ ଆଉ ସେହି ଘଡ଼ି ମାଡ଼ ଖାଇଯାନ୍ତି, ଭୋଳା ଅଟନ୍ତି ନା ! । ଏ ତୁମେ ଯେଉଁ କହୁଛ ନା, ପ୍ରପଞ୍ଚ ସାମ୍ନାରେ କ’ଣ ପ୍ରସ୍ତୁତି କରିବା ଉଚିତ ? କିନ୍ତୁ ସେ ଝିଅ ସମସ୍ତ ପ୍ରସ୍ତୁତି କରି ରଖୁଥିଲା, ବର୍ଡିଙ୍ଗ (ବୋମା ବର୍ଷଣ) କେତେବେଳେ ଆଉ କେମିତି କରିବି ! ସେ ଏମିତି କୁହେ ତେବେ ଆଟାକ୍(ଆକ୍ରମଣ), ସେମିତି କୁହେ ତେବେ ଏମିତି ଆଟାକ୍ । ‘ସମସ୍ତ ପ୍ରସ୍ତୁତି କରି ରଖୁଛି କହୁଥିଲା !? ପୁଣି ମଝିରେ ମୁଁ ତା’କୁ କହିଲି, “ଏ ସବୁ ତୋତେ କିଏ ଶିଖାଇଛି ? ଘରୁ ବାହାର କରିଦେବ ଏବଂ ତଲାକ୍ ଦେଇଦେବ !” ତଲାକ୍ ଦେଇଦେବ ନା ନାହିଁ ? ମୁଁ କହିଦେଲି ଏହିଭଳି ତ ଛଅ ମାସରେ ତଲାକ୍ ହୋଇଯିବ, ତୋତେ ତଲାକ୍ ନେବାର ଅଛି ? ଏ ଉପାୟ ଠିକ୍ ନୁହେଁ । ପୁଣି ମୁଁ ତା’କୁ କହିଲି, “ତୋତେ ତଲାକ୍ ନ ଦେଉ, ସେଥିପାଇଁ ମୁଁ ତୋତେ ଏସବୁ ଶିଖାଉଛି ।” । ଏହା ଶୁଣି ମୋତେ କହୁଛି, ‘ଦାଦାଜୀ ଏପରି ନ କରିବି ତେବେ କ’ଣ କରିବି ? ନହେଲେ ସେ ତ ମୋତେ ଦବେଇ ଦେବ ।” ମୁଁ କହିଲି, “ସେ କ’ଣ ଦବେଇବ ? ବିଚରା ନଟୁ ! ସେ ତୋତେ କ’ଣ ଦବେଇବ ?? । ପରେ ମୁଁ ପଚାରିଲି, “ଭଉଣୀ, ମୋ କଥା ମାନିବୁ ? ତୋତେ ସୁଖୀ ହେବାର

Loading...

Page Navigation
1 ... 104 105 106 107 108 109 110 111 112 113 114 115 116 117 118