Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 104
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର କୌଣସି ପୁଅ ସହ ବୁଲିବା ଉଚିତ ନୁହେଁ ଆଉ ବୁଲିବାର ଥିବ ତେବେ ଗୋଟିଏ ପୁଅ ସ୍ଥିର କରି ମାତା-ପିତାଙ୍କୁ କହିଦେବ ଯେ ବାହା ହେବି ତେବେ ଏହି ପିଲାକୁ ହିଁ ବାହାହେବି, ମୋତେ ଅନ୍ୟ କାହା ସହ ବାହା ହେବାର ନାହିଁ । ଇନ୍‌ସିନ୍ଵୟର ଲାଇଫ ଇଜ୍ ୱାଇଲ୍ଡ ଲାଇଫ । (ନିଷ୍ଠାହୀନ ଜୀବନ ଜଙ୍ଗଲୀ ଜୀବନ ଅଟେ ।) ଚରିତ୍ର ଖରାପ ଥବ, ବ୍ୟସନୀ (କୁଅଭ୍ୟାସ ଥିବା ଲୋକ) ହୋଇଥବ, ତେବେ ବହୁତ ଅସୁବିଧା ହୁଏ । ବ୍ୟସନୀ ପସନ୍ଦ ଲାଗେ ନା ନାହିଁ ? ପ୍ରଶ୍ନକର୍ତ୍ତା : ବିଲକୁଲ ନାହିଁ I ଦାଦାଶ୍ରୀ : ଆଉ ଚରିତ୍ର ଭଲ ଥିବ କିନ୍ତୁ ବ୍ୟସନୀ ହୋଇଥବ ତେବେ ? ପ୍ରଶ୍ନକର୍ତ୍ତା : ସିଗାରେଟ ପର୍ଯ୍ୟନ୍ତ ଚଳେଇ ହେବ । ଦାଦାଶ୍ରୀ : ଠିକ କହୁଛ, ସିଗାରେଟ ପର୍ଯ୍ୟନ୍ତ ଚଳେଇ ହେବ । ପୁଣି ପରେ ସେ ବ୍ରାଣ୍ଡିର ପେଗ୍ ଲଗେଇବ ତାହା କିପରି ପୋଷାଇବ ? ତାହାର ସୀମା ଥାଏ ଆଉ ଚରିତ୍ର ତ ବହୁତ ବଡ଼ ଜିନିଷ ଅଟେ । ଭଉଣୀ, ତୁ ଚରିତ୍ରରେ ମାନୁଛୁ ? ତୁ ଚରିତ୍ର ପସନ୍ଦ କରୁଛୁ ? ପ୍ରଶ୍ନକର୍ତ୍ତା : ତାହା ବିନା ଜୀବନ କିପରି ବଞ୍ଚହେବ ? ଦାଦାଶ୍ରୀ : ହଁ, ଦେଖ ! ଯଦି ଏତିକି ହିନ୍ଦୁସ୍ତାନି ସ୍ତ୍ରୀ, ଝିଅମାନେ ବୁଝିବେ ନା ତେବେ କାମ ହୋଇଯିବ । ଯଦି ଚରିତ୍ରକୁ ବୁଝିବେ ତେବେ କାମ ହୋଇଯିବ । ପ୍ରଶ୍ନକର୍ତ୍ତା : ଆମର ଏତେ ଉଚ୍ଚ ବିଚାର ଭଲ ପଠନରୁ ହୋଇଛି । ଦାଦାଶ୍ରୀ : ସେ ଯେଭଳି ପଠନ ହେଉ ନା କାହିଁକି, ଏତେ ଭଲ ସଂସ୍କାର ତ ମିଳିଲା ନା! ବାସ୍ତବରେ ତ ଏହା ଧୋକା ଅଟେ । ତୁମ ସମସ୍ତଙ୍କୁ ନିଜର ଆସୁନାହିଁ, ମୋତେ ତ ସବୁକିଛି ଦିଶୁଛି, କେବଳ ଛଳ-କପଟ ଅଟେ । ଆଉ ଧୋକା ଥବ, ସେଠି ସୁଖ କେବେ ବି ନଥାଏ ! ସେଥିପାଇଁ ପରସ୍ପର ପ୍ରତି ସିନ୍ଵୟର ରହିବା ଉଚିତ । ଉଭୟଙ୍କର ବାହାଘର ପୂର୍ବରୁ ଦୋଷ ହୋଇଯାଇଥବ, ତାହା ମୁଁ ଏକେସ୍ଟ କରାଇ ଦେବି ଏବଂ ପୁଣି ଏଗ୍ରିମେଣ୍ଟ କରିଦେବି, ଯେ ସିନ୍ଧିୟର ରୁହ । ଅନ୍ୟ ଜାଗା ଦେଖୁବ ନାହିଁ । ଜୀବନସାଥୀ ପସନ୍ଦ ହେଉ ବା ନହେଉ, ତଥାପି ସିନ୍ଵୟର ରହିବ । ଯଦି ନିଜ ମା ଭଲ ଲାଗୁ ନଥିବ, ତା’ ସ୍ଵଭାବ ଖରାପ ଥୁବ ତଥାପି ତା’କୁ ସିନ୍ଵୟର ରୁହନ୍ତି ନା !

Loading...

Page Navigation
1 ... 102 103 104 105 106 107 108 109 110 111 112 113 114 115 116 117 118