Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 103
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଟିକିଏ ଢିଲା ଅଛି । ଠିକ୍ କରିବୁ ପୁଣି, କିନ୍ତୁ ଏପରି ଅନ୍ୟ ଜଣେ ମିଳିବ ନାହିଁ ! । ପ୍ରଶ୍ନକର୍ତ୍ତା : କ’ଣ ଡେଟିଙ୍ଗ୍ କରିବା ପାପ ? ଡେଟିଙ୍ଗ୍ ଅର୍ଥାତ ଏମାନେ ପୁଅମାନେ ଝିଅମାନଙ୍କ ସହ ବାହାରକୁ ଯାଆନ୍ତି ଏବଂ ଝିଅମାନେ ପୁଅମାନଙ୍କ ସହ ବାହାରକୁ ଯାଆନ୍ତି, ତେବେ କ’ଣ ତାହା ପାପ ? ସେଥିରେ କିଛି ଅସୁବିଧା ନାହିଁ ? । ଦାଦାଶ୍ରୀ : ହଁ, ପୁଅମାନଙ୍କ ସହ ବୁଲିବା ପାଇଁ ଇଚ୍ଛା ହେବ ତେବେ ବାହା ହୋଇଯିବ । ପୁଣି ଜଣେ ହିଁ ପୁଅ ପସନ୍ଦ କରିବ, ଜଣେ ନିଶ୍ଚିତ ହେବା ଉଚିତ । ଅନ୍ୟଥା ଏପରି ଭୁଲ କରିବା ଉଚିତ ନୁହେଁ । ଯେପର୍ଯ୍ୟନ୍ତ ବିବାହ ନ ହୋଇଯାଏ, ସେପର୍ଯ୍ୟନ୍ତ ତୁମକୁ ପୁଅମାନଙ୍କ ସହ ବୁଲିବା ଉଚିତ ନୁହେଁ । | ପ୍ରଶ୍ନକର୍ତ୍ତା : ଏଠି ଆମେରିକାରେ ତ ଏମିତି ଯେ ପୁଅ-ଝିଅ ଚଉଦ ବର୍ଷ ବୟସରୁ ହିଁ ବାହାରକୁ ବୁଲିବା ପାଇଁ ଯାଆନ୍ତି । ପୁଣି ମନ ମିଶେ ତେବେ ସେଥିରେ ଆଗକୁ ବଢ଼ନ୍ତି । ସେଥିରେ ଯଦି କିଛି ବିଗିଡ଼ିଯାଏ, ପରସ୍ପର ମନ ନ ମିଶେ ତେବେ ପୁଣି ଆଉ କାହା ସହ ବୁଲନ୍ତି । ତା’ ସହ ଜମିଲା ନାହିଁ ତେବେ ପୁଣି ତୃତୀୟ, ଏମିତି ଚକ୍କର ଚାଲିଥାଏ ଆଉ ଏକ ସଙ୍ଗରେ ଦୁଇ-ଦୁଇ, ଚାରି-ଚାରି ସହିତ ବି ବୁଲନ୍ତି । ଦାଦାଶ୍ରୀ : ଦ୍ୟାଟ୍ ଇଜ୍ ୱାଇଲ୍ଡନେସ୍, ୱାଇଲ୍ଡ ଲାଇଫ୍ ! (ତାହା ଜଙ୍ଗଲି ଅବସ୍ଥା ଅଟେ, ଜଙ୍ଗଲି ଜୀବନ !) ପ୍ରଶ୍ନକର୍ତ୍ତା : ତେବେ ସେମାନଙ୍କୁ କ’ଣ କରିବା ଉଚିତ ? ଦାଦାଶ୍ରୀ : ଝିଅକୁ ଗୋଟିଏ ପୁଅ ପ୍ରତି ସିନ୍ଦିୟର ରହିବା ଉଚିତ ଏବଂ ପୁଆ ଝିଅକୁ ସିନ୍ଦିୟର ରହେ, ଏପରି ଲାଇଫ୍ ହେବା ଉଚିତ । ଇସିନ୍ଦିୟର ଲାଇଫ, ତାହା ରଙ୍ଗ୍ ଲାଇଫ୍ ଅଟେ । । ପ୍ରଶ୍ନକର୍ତ୍ତା : ଏବେ ଏଥିରେ ସିନ୍ଦିୟର କିପରି ରହିବେ ? ଗୋଟିଏ ପୁଅ ସହ ବୁଲୁଥିବେ, ତେବେ ସେଥିରେ ପୁଅ ଅବା ଝିଅ କେହି ଜଣେ ଇସିନ୍ଦିୟର ହୋଇଯାଏ । ଦାଦାଶ୍ରୀ : ତେବେ ବୁଲିବା ବନ୍ଦ କରିଦେବା ଉଚିତ ନା ? ବାହା ହୋଇଯିବା ଉଚିତ । ଆତ୍ମର ଅଲ ଓ ଆର ଇଣ୍ଡିୟାନ, ନଟ୍ ୱାଇଲ୍ଡ ଲାଇଫ୍ । (ପରିଶେଷରେ ଆମେ ଭାରତୀୟ, ଜଙ୍ଗଲୀ ନୁହେଁ ।) । ଆମର ବାହାଘର ପରେ ଦୁହେଁ ସାରା ଜୀବନ ସିନ୍ଦିୟରଲୀ ସାଥିରେ ରହନ୍ତି । ଯାହାକୁ ସିନ୍ଦିୟରଲୀ ରହିବାର ଥିବ, ତାକୁ ପ୍ରଥମରୁ ହିଁ ଅଲଗା ବ୍ୟକ୍ତି ସହ ଫ୍ରେଣ୍ଡସିପ ନ କରିବା ଉଚିତ । ଏହି ମାମଲାରେ ବହୁତ ଶକ୍ତ(କଠୋର) ରହିବା ଉଚିତ । ତା’କୁ

Loading...

Page Navigation
1 ... 101 102 103 104 105 106 107 108 109 110 111 112 113 114 115 116 117 118