Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 101
________________ ୮୪ । ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଟେସ୍ କରି କରି ଆଗକୁ ବଢ଼ିଛି । ତୁମେ ତ କେବଳ ଗୋଟିଏ ପ୍ରକାର ଭିଟାମିନକୁ ଭିଟାମିନ କୁହ, ତାହା ବୁଦ୍ଧିର ଭିଟାମିନ ଅଟେ । ଯେବେକି ଜ୍ଞାନ ଉଭୟକୁ ଭିଟାମିନ କହେ । ସେ ଭିଟାମିନ ଭଲ ଯେ ବହୁତ କିଛି ଖାଇବାକୁ ଥିବ, ତଥାପି ଲୋକେ ତପ କରନ୍ତି । ମଜାଦାର ତରକାରୀ ହୋଇଥିବ, ତଥାପି ଲୋକେ ତପ କରନ୍ତି । ତପ କରନ୍ତି ଅର୍ଥାତ ଦୁଃଖ ସହନ କରନ୍ତି କାରଣ ଆମ୍ବାର ଭିଟାମିନ ମିଳୁ । ଏସବୁ ତୁମେ କେବେ ଶୁଣିନାହିଁ ? ପ୍ରଶ୍ନକର୍ତ୍ତା : ହଁ, ଶୁଣିଛି ଦାଦାଜୀ । ଦାଦାଶ୍ରୀ ! ଆଉ ଏହି ତପ ତ ଘରେ ବସି ବସି ଆପେ ଆପେ ମିଳେ । ଲଭ ମ୍ୟାରେଜ ପସନ୍ଦ କରିବା ଭଳି ଜିନିଷ ନୁହେଁ । କାଲି ତା’ର ମିଜାଜ୍ କ’ଣ ହେବ, କାହାକୁ ଜଣା ? ମାତା-ପିତା ଯାହାକୁ ପସନ୍ଦ କରନ୍ତି, ତା’କୁ ଦେଖ । ପୁଅ ବୋକା କିମ୍ବା ଡିଫେକ୍ଟବାଲା ତ ନୁହଁ ନା ? ବୋକା ନହେବା ଉଚିତ ! କ’ଣ ବୋକା ଥାଆନ୍ତି ? । ଆମକୁ ପସନ୍ଦ ଆସେ ଏପରି ଦରକାର । ଟିକିଏ ଆମ ମନକୁ ପସନ୍ଦ ଆସେ ଏପରି ହେବା ଦରକାର । ବୁଦ୍ଧିର ଲିମିରେ ଆସୁଥିବା ଦରକାର । ଅହଂକାର ଏସ୍କେପ୍ତ (ଗ୍ରହଣ) କରେ ଏପରି ହେବା ଦରକାର ଏବଂ ଚିତ୍ତ ଆକର୍ଷିତ ହୁଏ ଏପରି ଦରକାର । ଚିତ୍ତ ଆକର୍ଷିତ ହୁଏ ଏପରି ଦରକାର ନା ? ଅତଃ ମାତା-ପିତା ଯାହା ଖୋଜିବେ ସେଥିରେ ଅସୁବିଧା ନାହିଁ, କିନ୍ତୁ ଆମକୁ ବି ନିଜେ ଦେଖିନେବା ଉଚିତ । ପ୍ରଶ୍ନକର୍ଷା : କେବେ କେବେ ମାତା-ପିତା ମଧ୍ୟ ପୁଅ ଖୋଜିବାରେ ଭୁଲ କରିପାରନ୍ତି ? । ଦାଦାଶ୍ରୀ : ତାଙ୍କର ଇଚ୍ଛା ନାହିଁ, ତାଙ୍କ ଇଚ୍ଛା ତ ଭଲ କରିବା ପାଇଁ ହିଁ ଅଛି । ପରେ ଭୁଲ ହୋଇଯାଏ ତେବେ ଆମ ପ୍ରାରବ୍ଧର ଖେଳ ଅଟେ । କ’ଣ କରିହେବ ? ଆଉ ତୁମେ ଯଦି ସ୍ଵତନ୍ତ୍ର ରୂପରେ ଖୋଜିବ ତେବେ ସେଥିରେ ଭୁଲ ହେବାର ସମ୍ଭାବନା ବେଶୀ । ବହୁତ ଉଦାହରଣ ଅଛି, ଫେଲ୍ ହେବାର । । ଆମର ଜଣେ ମହାତ୍ମା ଥିଲେ, ତାଙ୍କର ଏକମାତ୍ର ପୁତ୍ର ଥିଲା । ମୁଁ ତା’କୁ । ପଚାରିଲି “ଆରେ ! ତୋତେ ବାହା ହେବାର ଅଛି ନା ନାହିଁ ?' ତେବେ କହିଲା, ‘କରିବି ଦାଦାଜୀ ।’ ‘କିଭଳି ଝିଅ ପାସ କରିବୁ ?” ତେବେ କୁହେ, “ଆପଣ କହିବେ ସେମିତି କରିବି । ପୁଣି ନିଜେ ନିଜେ କହିବାକୁ ଲାଗିଲା, “ମୋ ମମୀ ତ ପାସ

Loading...

Page Navigation
1 ... 99 100 101 102 103 104 105 106 107 108 109 110 111 112 113 114 115 116 117 118