Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୮୨
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ଆପଣ କହିଲେ ନା ଯେ ପୁଅ ଏବଂ ଝିଅମାନଙ୍କୁ ଦୋସ୍ତ୍ରୀ କରିବା ଉଚିତ ନୁହେଁ । । ଦାଦାଶ୍ରୀ : ବିଲକୁଲ କରିବା ଉଚିତ ନୁହେଁ ।
ପ୍ରଶ୍ନକର୍ତ୍ତା : ବିଲକୁଲ କରିବା ଉଚିତ ନୁହେଁ, ଏପରି କହିଲେ ଏହାଦ୍ୱାରା । ସେମାନଙ୍କୁ ସନ୍ତୋଷ ହେଲା ନାହିଁ ।।
। ଦାଦାଶ୍ରୀ : ସେ ଫ୍ରେଣ୍ଡସିପ ଶେଷରେ ପଏଜନ ବିଷ) ସମାନ ବନିଯିବ, ଶେଷରେ ପଏଜନ ହିଁ ବନିଯିବ । ଝିଅକୁ ମରିବାର ସମୟ ଆସିବ, ପୁଅର କିଛି ଯାଏ ନାହିଁ । ସେଥିପାଇଁ ପୁଅ ସହ ତ ଛିଡ଼ା ହେବା କଥା ମଧ୍ୟ ନୁହେଁ । ପୁଅମାନଙ୍କ ସହ କୌଣସି ଫ୍ରେଣ୍ଡସିପ କରିବ ନାହିଁ । ନଚେତ ତାହା ତ ପଏଜନ ଅଟେ । ଲକ୍ଷେ ଟଙ୍କା ଦିଆଯାଏ ତଥାପି ଫ୍ରେଣ୍ଡସିପ୍ କରିବ ନାହିଁ । ପୁଣି ଅନ୍ତରେ ବିଷ ଖାଇ ମରିବାକୁ ପଡ଼େ । କେତେ ସବୁ ଝିଅ ବିଷ ଖାଇ ମରି ଯାଉଛନ୍ତି ।
। ସେଥିପାଇଁ ବୟସ ହୋଇଗଲେ ଆମକୁ ଘରେ ମାତା-ପିତାଙ୍କୁ କହିଦେବା ଉଚିତ ଯେ, ‘କେଉଁ ଭଲ ବ୍ୟକ୍ତି ଦେଖୁ ମୋ ରିସ୍ତା ଯୋଡ଼ି ଦିଅ, ଆଉ ପୁଣି ଭାଙ୍ଗିବା ନାହିଁ ଏପରି ଯୋଡ଼ି ଦିଅ । ମୋ ବିବାହ ପାଇଁ ଏବେ ପୁଅ ଖୋଜନ୍ତୁ । ଦାଦା ଭଗବାନ ମୋତେ ତୁମକୁ କହିବା ପାଇଁ କହିଛନ୍ତି ।’ ଏଭଳି କହିଦେବ, ସରମରେ ରହିବ ନାହିଁ । ତେବେ ସେମାନଙ୍କୁ ଜଣା ପଡ଼ିବ ଯେ ଝିଅର ଖୁସି ଅଛି, ଚାଲ ଏବେ ବାହା କରାଇ ଦେବା । ପରେ ଦୁଇ ବର୍ଷ ପରେ ବାହା ହୋଇଯିବ, ପରସ୍ପର ପସନ୍ଦ କରି ରିସ୍ତା ଯୋଡ଼ି ନେବ । ବାହା ହୋଇଯିବା ପରେ ଅନ୍ୟ କେହି ଆମ ଆଡ଼େ ଦେଖୁବ ନାହିଁ । କହିବ, ତା’ର ତ ସ୍ଥିର ହୋଇଯାଇଛି !
। ଏ ଦୋସ୍ତ୍ରୀ ଠିକ ନୁହେଁ, ଲୋକେ ତ ଛଳ-କପଟବାଲା ଅଟନ୍ତି । ଝିଅମାନଙ୍କ ସହ ମିତ୍ରାଚାରି କରିପାରିବା । ପୁରୁଷଙ୍କ ମିତ୍ରାଚାରୀ କରିପାରିବା ନାହିଁ । ଧୋକା ଦେଇ ଚାଲିଯାନ୍ତି । କେହି ବିଶ୍ବାସଯୋଗ୍ୟ ନୁହେଁ, ସମସ୍ତେ ଧୋକାବାଜ୍ । କେହି ଗୋଟିଏ ବି ଅସଲି ନୁହେଁ । ବାହାରେ କାହାର ବିଶ୍ବାସ କରିବ ନାହିଁ । | ବାହା ହୋଇଯିବା ଭଲ, ଏଠି-ସେଠି ଭଟକିବା ତାହାଦ୍ଵାରା କିଛି ମଙ୍ଗଳ ହୁଏ ନାହିଁ । ତୋ ମା-ବାପା ବାହା-ଶାହା ହୋଇଛନ୍ତି, ତେବେ ଅଛି କିଛି ଝଝଟ୍ ? ଏମିତି ତୋତେ ମଧ୍ୟ ବିବାହ ବନ୍ଧନରେ ବାନ୍ଧିହେବା ପସନ୍ଦ ଆସୁନାହିଁ ? ଖୁଣ୍ଟରେ ବାନ୍ଧିହେବା (ବିବାହ ବନ୍ଧନରେ ବାନ୍ଧିହେବା) ତୋତେ ପସନ୍ଦ ନୁହେଁ ? ମୁକ୍ତ ରହିବା ପସନ୍ଦ ?

Page Navigation
1 ... 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118