Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୮୦
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର କାରଣରୁ ତୁମକୁ କୁହନ୍ତି ଯେ ‘ବିୱେୟର, ବିୱେୟର, ବିୱେୟର୍ (ସାବଧାନ, ସାବଧାନ, ସାବଧାନ ।
ପ୍ରଶ୍ନକର୍ତ୍ତା : ଆମ ହିନ୍ଦୁ ଫାମିଲି(ପରିବାର) ରେ କୁହନ୍ତି, “ଝିଅ ପର ଘରକୁ ଚାଲିଯିବ ଆଉ ପୁଅ ରୋଜଗାର କରି ଖୁଆଇବ ଅଥବା ଆମର ସାହାରା ବନିବ ।” ଏଭଳି ଆଶା ଥିବ, ଏଭଳି ଦୃଷ୍ଟି ରଖିବେ ଏବଂ ଝିଅ ପ୍ରତି ପରିବାରବାଲା ପ୍ରେମ ନ ରବେ, ତେବେ କ’ଣ ତାହା ଠିକ ?
। ଦାଦାଶ୍ରୀ : ପ୍ରେମ ରଖୁ ନାହାନ୍ତି, ଏହି ଅଭିଯୋଗ କରୁଥିବା ଝିଅ ନିଜେ ହିଁ ଭୁଲ । ଏହି ବିରୋଧ ହିଁ ଭୁଲ । ଏହା ନିର୍ବୋଧତା ହିଁ ଅଟେ ! ପ୍ରେମ ରଖନ୍ତି ନାହିଁ, ଏଭଳି କେଉଁ ମାତା-ପିତା ହିଁ ନଥାନ୍ତି । ଏହା ତ ତାଙ୍କୁ ଦୃଷ୍ଟି ହିଁ ନାହିଁ, ତେବେ ପୁଣି କ’ଣ ହେବ ? ପ୍ରେମ ରଖୁନାହାନ୍ତି ଏପରି କହିବା, ତେବେ ମାତା-ପିତାଙ୍କୁ କେତେ ଦୁଃଖ ଲାଗିବ ? ତେବେ ତୋତେ ପିଲାଦିନରୁ ପାଳିଲେ ପୋଷିଲେ କ’ଣ ପାଇଁ, ଯଦି ପ୍ରେମ ରଖୁବାର ନଥିଲା ?
ପ୍ରଶ୍ନକର୍ତ୍ତା : ତେବେ ପୁଣି ମୋତେ ଏପରି ଫିଲିଙ୍ଗ୍ (ଭାବ) କାହିଁକି ହେଲା ଯେ ମା-ବାପା ପ୍ରେମ କରୁନାହାନ୍ତି ? ମୋତେ ଏପରି ଦୃଷ୍ଟି କେଉଁଠୁ ଆସିଲା ? |
। ଦାଦାତ୍ରୀ : ନା, ସମସ୍ତେ ଏପରି ପ୍ରଶ୍ନ ସୃଷ୍ଟି କରନ୍ତି, କ’ଣ କରିବା ଏହାର ? ଛୋଟ ଥିବ ତେବେ ଗୋଇଠିରେ ଦବାଇ ଦେବା, କିନ୍ତୁ ବଡ଼ ହୋଇଗଲା ତେବେ କରିବା ବି କ’ଣ ?
। ଏବେ ମୋତେ ନଜର ଆସୁଛି, ତା’କୁ ଏ ଯେଉଁ ଅକଲ ମିଳିଛି ନା, ବାହାରୁ ବୁଦ୍ଧି ମିଳିଛି ନା ତାହା ବିପରୀତ ବୁଦ୍ଧି ଅଟେ । ସେଥିପାଇଁ ନିଜେ ବି ଦୁଃଖୀ ହୁଏ ଏବଂ ଅନ୍ୟଙ୍କୁ ବି ଦୁଃଖୀ କରେ ।
। ପ୍ରଶ୍ନକର୍ତ୍ତା : ହଁ, ଆଜିକାଲି ଝିଅମାନେ ବି ଜଦୀ ବାହା ହେବାପାଇଁ ପ୍ରସ୍ତୁତ ହେଉନାହାନ୍ତି !
। ଦାଦାଶ୍ରୀ : ଝିଅମାନେ ପ୍ରସ୍ତୁତ ହେଉନାହାନ୍ତି । ଯଥା ସମ୍ଭବ ବାହାଘର ଜଦୀ ହୋଇଯିବ ତେବେ ଭଲ । ପାଠପଢ଼ା ଶେଷ ହୋଇଯାଏ ଏବଂ ଏଠି ବାହାଘର
ହୋଇଯାଏ, ଏପରି ହୋଇପାରିବ ତେବେ ଉତ୍ତମ । ଉଭୟ ସାଥିରେ ହୋଇଯାଏ । ଯଦି ବିବାହ ପଶ୍ଚାତ ଗୋଟେ ଅଧେ ବର୍ଷରେ ପାଠପଢ଼ା ପୁରା ହେଉଥିବ ତେବେ ମଧ୍ୟ ଅସୁବିଧା ନାହିଁ । କିନ୍ତୁ ବିବାହ ବନ୍ଧନରେ ଛନ୍ଦି ହୋଇଯିବା, ତେବେ ‘ଲାଇଫ୍’(ଜୀବନ) ଭଲ ବିତିବ, ନହେଲେ ପରେ ଲାଇଫ୍ ବହୁତ ଦୁଃଖମୟ ହୋଇଯାଏ ।

Page Navigation
1 ... 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118