Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 96
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ଏଜୟମେଣ୍ଟ, ମଜା ଆସେ । ଦାଦାଶ୍ରୀ : ଏନ୍ଜୟମେଣ୍ଟ ! ! ଏନ୍ ଜୟ ତ, ଖାଇବାରେ ବହୁତ ଏଜୟମେଣ୍ଟ ଥାଏ କିନ୍ତୁ ଖାଇବାରେ କ’ଣ କରିବା ଉଚିତ, ତାହା କଣ୍ଟ୍ରାଲ କରିବା ଉଚିତ ଯେ “ଭାଇ, ତୋତେ ଏତିକି ହିଁ ମିଳିବ । ପୁଣି ସେମାନେ ଧୀରେ ଧୀରେ ଏଜୟ କରି-କରି ଖାଆନ୍ତି । ଏ ତ ବେଶୀ ଛାଡ଼ି ଦିଅନ୍ତି ନା, ସେଥିପାଇଁ ଏଜୟ କରନ୍ତି ନାହିଁ । କେଉଁ ଅନ୍ୟ ଜାଗାରେ ଏଜୟମେଣ୍ଟ ଖୋଜନ୍ତି । ଏଣୁ ଭୋଜନରେ ପ୍ରଥମେ କଣ୍ଟ୍ରାଲ କରିବା ଉଚିତ ଯେ ଏବେ ଏତିକି ହିଁ ମିଳିବ, ଅଧୁକ ମିଳିବ ନାହିଁ । ପ୍ରଶ୍ନକର୍ତ୍ତା : ଆମେ ଆମ ପୁଅ-ଝିଅଙ୍କୁ ଏଭଳି ‘ପାଟି’ରେ ଯିବାକୁ ଦେବୁ ? ଏଭଳି ପାଟିରେ ବର୍ଷକୁ କେତେଥର ଯିବାକୁ ଦେବୁ ? | ଦାଦାଶ୍ରୀ : ଏପରି ଅଟେ, ଝିଅମାନଙ୍କୁ ତାଙ୍କ ମାତା-ପିତାଙ୍କ କହିବା ଅନୁସାରେ ଚାଲିବା ଉଚିତ । ଆମ ଅନୁଭବୀମାନଙ୍କ ସନ୍ଧାନ ଅଟେ ଯେ ଝିଅମାନଙ୍କୁ ସର୍ବଦା ସେମାନଙ୍କ ମାତା-ପିତାଙ୍କ କହିବା ଅନୁସାରେ ଚାଲିବା ଉଚିତ । ବିବାହ ପରେ ପତିର କହିବା ଅନୁସାରେ ଚାଲିବା ଉଚିତ । ନିଜ ଇଚ୍ଛା ଅନୁସାରେ କରିବା ଉଚିତ ନୁହେଁ । ଏଭଳି ଆମ ଅଭିଜ୍ଞଙ୍କ ମତ । | ପ୍ରଶ୍ନକର୍ତ୍ତା : ପୁଅମାନଙ୍କୁ ମାତା-ପିତାଙ୍କ କହିବା ଅନୁସାରେ କରିବା ଉଚିତ ନା ନାହିଁ ? । ଦାଦାଶ୍ରୀ : ପୁଅମାନଙ୍କୁ ମଧ୍ୟ ମାତା-ପିତାଙ୍କ କହିବା ଅନୁସାରେ ଚାଲିବାର ଅଛି, କିନ୍ତୁ ପୁଅଙ୍କ ପାଇଁ ଟିକିଏ ଢିଲା ରଖୁବା ତେବେ ଚଳିବ । କାରଣ ପୁଅକୁ ରାତି ବାରଟାରେ ଯିବାକୁ କହିବ ତେବେ ଏକୁଟିଆ ଯିବ, ତେବେ ଅସୁବିଧା ନାହିଁ, କିନ୍ତୁ ତୋତେ ରାତି ବାରଟାରେ ଏକୁଟିଆ ଯିବାକୁ କହିବେ ତେବେ ଏକୁଟିଆ ଯିବୁ ? । ପ୍ରଶ୍ନକର୍ତ୍ତା : ଯିବି ନାହିଁ, ଡର ଲାଗେ । ଦାଦାଶ୍ରୀ : ଆଉ ପୁଅ ହୋଇଥିବ ତେବେ ଅସୁବିଧା ନାହିଁ, ପୁଅକୁ ଅଧୁକ ଛାଡ଼ ହେବା ଉଚିତ ଆଉ ଝିଅମାନଙ୍କୁ କମ ଛାଡ଼ ହେବା ଉଚିତ, କାହିଁକିନା ତୁମେ ବାରଟାରେ ଯାଇପାରିବ ନାହିଁ ।। ଅର୍ଥାତ ଏହା ତୁମର ଭବିଷ୍ୟତର ସୁଖ ପାଇଁ କୁହନ୍ତି । ଭବିଷ୍ୟର ସୁଖ ପାଇଁ ତୁମକୁ ମନା କରନ୍ତି । ଏବେ ତୁମେ ଏହି ଝଝରେ ଯଦି ପଡ଼ିବ, ତେବେ ଭବିଷ୍ୟ ବିଗାଡ଼ି ଦେବ । ତୁମର ଭବିଷ୍ୟର ସୁଖ ଚାଲିଯିବ । ଏଣୁ ଭବିଷ୍ୟ ନବିଗିଡ଼ୁ ସେହି

Loading...

Page Navigation
1 ... 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118