Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା। ଏବଂ ପିଲାଙ୍କ ବ୍ୟବହାର
ଆଜିକାଲି ତ ପୁଅମାନେ ଝିଅମାନଙ୍କୁ ପସନ୍ଦ କରିବା ପୂର୍ବରୁ ବହୁତ ଖୁଣନ୍ତି । ‘ବହୁତ ଲମ୍ବା ଅଟେ, ବହୁତ ଛୋଟ, ବହୁତ ମୋଟି, ବହୁତ ପତଳି, ଟିକିଏ କାଳି’ ଜଣେ ପୁଅ ଏଭଳି କହୁଥୁଲା, ତେବେ ମୁଁ ତା’କୁ ଧମକାଇଲି । ମୁଁ କହିଲି, ‘ତୋ ମା ମଧ୍ୟ ବୋହୂ ହୋଇଥିଲା। ତୁ କି ପ୍ରକାର ମଣିଷ ? ’ ସ୍ତ୍ରୀମାନଙ୍କର ଏଭଳି ଘୋର
ଅପମାନ !
ଯଦି ଲୋକେ ମୋତେ କହିବେ ଯେ ଯାଆନ୍ତୁ, ଆପଣଙ୍କୁ ଅନୁମତି ଅଛି, ଆପଣଙ୍କୁ ଏ ପୁଅକୁ ଯାହା କହିବାର ଅଛି କୁହନ୍ତୁ । ସେ ପୁଅ ବି କହେ ଯେ ମୋତେ ଯାହା କହିବାର ଇଚ୍ଛା କୁହନ୍ତୁ, ତେବେ ମୁଁ କହିବି ଯେ ଭାଇ, ଏ ଝିଅ କ’ଣ ମଇଁଷୀ ଅଟେ, ଯେ ଏଭଳି ଦେଖୁଛୁ ? ମଇଁଷୀକୁ ଚାରିଆଡୁ ଦେଖିବାକୁ ପଡ଼େ । ଏ ଝିଅକୁ ବି ?
ଏବେ ସ୍ତ୍ରୀ ମାନେ ଏହାର ପ୍ରତିଶୋଧ କେବେ ନିଅନ୍ତି, ଏହା ଜାଣିଛ ? ଏହି ଉପହାସ କଲ, ତାହାର ? ଏହାର ପରିଣାମ ପୁଅମାନଙ୍କୁ କ’ଣ ମିଳିବ ପରେ ? ଏ ତ ସ୍ତ୍ରୀମାନଙ୍କର ସଂଖ୍ୟା ବେଶୀ ଅଛି, ସେଥିପାଇଁ ବିଚାରି ମାନଙ୍କର ଦାମ କମି ଯାଇଛି । ପ୍ରକୃତି ହିଁ ଏପରି କରାଏ । ଏବେ ଏହାର ରିଏକ୍ସନ କେବେ ଆସିବ ? ପ୍ରତିଶୋଧ କେବେ ମିଳିବ ? ଯେବେ ସ୍ତ୍ରୀମାନଙ୍କର ସଂଖ୍ୟା କମ ହୋଇଯାଏ ଏବଂ ପୁରୁଷମାନଙ୍କର ସଂଖ୍ୟା ବଢ଼ିଯାଏ, ସେତେବେଳେ ସ୍ତ୍ରୀମାନେ କ’ଣ କରନ୍ତି ? ସ୍ଵୟଂବର ! ଅର୍ଥାତ ସେ ଝିଅ ଗୋଟେପଟେ ଆଉ ଏମାନେ ଶହେ କୋଡ଼ିଏ ପୁରୁଷ । ସ୍ଵୟଂବରରେ ସମସ୍ତେ ସଫା ସୁତୁରା ପିନ୍ଧି ଟାଇଟ ହୋଇ ଆସନ୍ତି ଏବଂ ନିଶକୁ ଏମିତି ଏମିତି କରୁଥାନ୍ତି ! ତା’ ରାସ୍ତା ଦେଖୁଥାନ୍ତି ଯେ କେବେ ମୋତେ ବରମାଳା ପିନ୍ଧାଇବ! ସେ ଦେଖୁ-ଦେଖ୍ ଆସେ । ଇଏ ଭାବୁଥାଏ ଯେ ମୋତେ ପିନ୍ଧାଇବ, ଏମିତି ବେକ ଆଗକୁ ମଧ୍ୟ କରେ କିନ୍ତୁ ସେ ତା ମୁହଁକୁ ଘାସ ପକାଏ ହିଁ ନାହିଁ ନା ! ପୁଣି ଯେତେବେଳେ ତା’ ହୃଦୟ ଭିତରୁ କାହା ପ୍ରତି ଏକାକାର ହେବ, ଆକର୍ଷଣ ହେବ, ତା’କୁ ବରମାଳା ପିନ୍ଧାଏ । ପୁଣି ପଛେ ସେ ନିଶରେ ହାତ ମାରୁଥାଉ କି ନାହିଁ! ସେଠି ପୁଣି ଉପହାସ ହୁଏ । ବାକି ସବୁ ପୁଣି ମୁର୍ଖ ବନି ଚାଲିଯାନ୍ତି, ଏମିତି–ଏମିତି କରି । ସେତେବେଳେ ଏପରି ଉପହାସ ହୋଇଥୁଲା, ଏବେ ସାମ୍ନାରୁ ପ୍ରତିଶୋଧ ମିଳୁଛି !
ଆଜିକାଲି ତ ବିଲକୁଲ ସୌଦାବାଜି ହୋଇଗଲାଣି, ସୌଦାବାଜି ! ପ୍ରେମ ରହିଲା କେଉଁଠି, ସୌଦାବାଜି ହୋଇଗଲାଣି ! ଗୋଟେପଟେ ଟଙ୍କା ରଖି ଆଉ ଗୋଟେ ପଟେ ଆମ ପୁଅ, ତେବେ ବିବାହ ହେବ ଏପରି କହୁଛନ୍ତି । ଗୋଟିଏ ତରାଜୁରେ

Page Navigation
1 ... 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118