Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
୭୫ ଅସୁବିଧା ଅଛି ? କେଉଁ ଖରାପ ଅଞ୍ଚଳ ହୋଇଥିବ, ତେବେ ସେଠି ବୋର୍ଡ଼ ଲଗାନ୍ତି, ‘ବିୱେୟର ଅଫ ଥ’ (ଚୋରଙ୍କଠାରୁ ସାବଧାନ) ଏପରି କାହିଁକି କରନ୍ତି ? ନା ଯାହାକୁ ଚେତିବାର ଥିବ ସେମାନେ ଚେତନ୍ତୁ । ଏ ଶବ୍ଦ, କାମରେ ଆସେ ନା ଆସେନି ?
। ପିତୃପକ୍ଷ କୂଳ କୁହାଯାଏ ଏବଂ ମାତୃପକ୍ଷକୁ ଜାତି କୁହନ୍ତି । ଜାତି କୂଳର ମିଶ୍ରଣ ହେବ ତେବେ ସଂସ୍କାର ଆସେ । କେବଳ ଜାତି ଥିବ ଆଉ କୂଳ ନଥିବ ତେବେ ମଧ୍ୟ ସଂସ୍କାର ହୁଏ ନାହିଁ । କେବଳ କୂଳ ଥିବ, ଜାତି ନଥିବ ତେବେ ମଧ୍ୟ ସଂସ୍କାର ହୁଏ ନାହିଁ । ଜାତି ଏବଂ କୂଳ ଉଭୟର ମିଶ୍ରଣ, ଏକଜାକ୍ଟନେସ ହେବ ତେବେଯାଇ ସଂସ୍କାରୀ ଲୋକ ଜନ୍ମ ନିଅନ୍ତି । ଏ ଉଭୟ ପକ୍ଷ ଭଲ ଜମା ହୋଇଥିବ ତେବେ କଥା ଆଗକୁ ବଢ଼ାଇବ, ଅନ୍ୟ ସବୁ କଥାରେ କିଛି ନାହିଁ ।
। ଅତଃ ମାତା ଜାତିବାନ ହେବା ଉଚିତ ଏବଂ ପିତା କୂଳବାନ ହେବା ଉଚିତ । ତାଙ୍କ ସନ୍ତାନ ବହୁତ ଉତ୍ତମ ହେବେ । ଜାତିରେ ବିପରୀତ ( ମନ୍ଦ) ଗୁଣ ନଥାଏ ଏବଂ ପିତାଙ୍କଠାରେ କୂଳବାନ ପ୍ରଜାର ଗୁଣ ଥାଏ । କୂଳବାଲା ଆରାମରେ ଅନ୍ୟପାଇଁ ଘଷି
ହୋଇଯାନ୍ତି (ନିଜପାଇଁ ବିଚାର ନକରି ଅନ୍ୟପାଇଁ କାମ କରିବା) । ଲୋକଙ୍କ ପାଇଁ ନିଜେ ଘଷି ହୋଇଯାନ୍ତି । ବହୁତ ଉଚ୍ଚା କୂଳବାନ କିଏ?, ଉଭୟ ପାର୍ଶ୍ୱରୁ କ୍ଷତି ସହେ । ଆସିବା ସମୟରେ ବି ଖର୍ଚ୍ଚ କରେ ଏବଂ ଯିବା ସମୟରେ ବି ଖର୍ଚ୍ଚ କରେ । ନହେଲେ ସଂସାରର ଲୋକେ କିପରି କୂଳବାନ ? ନେବା ସମୟରେ ପୁରା ନିଅନ୍ତି କିନ୍ତୁ ଦେବା ସମୟରେ ସାମାନ୍ୟ ବେଶୀ ଦିଅନ୍ତି, କିଛି ଭରି ବେଶୀ । ଲୋକେ ଚାଳିଶ ଭରି ଦେବେ, କିନ୍ତୁ ନିଜେ ଏକଚାଳିଶ ଭରି ଦିଏ । ଡବଲ କୂଳବାନ କିଏ ? ନିଜେ ଅଣଚାଳିଶ ଭରି ନିଏ, ଏକଭରି ସେଠାରୁ କମ ନିଏ ଏବଂ ଦେବା ସମୟରେ ଏକ ଭରି ବେଶୀ ଦିଏ, ସେ ଡବଲ କୂଳବାନ କୁହାଯାଏ । ଉଭୟ ପକ୍ଷରୁ କ୍ଷତି ଉଠାନ୍ତି ଅର୍ଥାତ ସେଠି କମ କ’ଣ ପାଇଁ ନିଅନ୍ତି ? ସେ ତାଙ୍କର ଜାତିବାଲା ଦୁଃଖୀ ଅଟେ, ତା’ ଦୁଃଖ ଦୂର କରିବା ପାଇଁ ! ଏଠି ବି ଭଲ ଭାବନା, ସେଠି ବି ଭଲ ଭାବନା । ମୁଁ ଏଭଳି ଲୋକଙ୍କୁ ଦେଖୁଥିଲି, ତେବେ କ’ଣ କହୁଥିଲି, ଏ ଦ୍ଵାପରଯୁଗୀ ଆସିଲେ ।
। ଏବେ ଉଚ୍ଚ କୂଳ ହୋଇଥିବ ଏବଂ କୂଳର ଅହଂକାର କରେ, ତେବେ ଆର । ଥରକୁ ତା’କୁ ନିମ୍ନ କୂଳ ମିଳେ ଏବଂ ନମ୍ରତା ରଖେ ତେବେ ଉଚ୍ଚ କୂଳକୁ ଯାଏ । ଏହା ନିଜର ହିଁ ଶିକ୍ଷା ଅଟେ, ନିଜର ହିଁ ଫସଲ ଅଟେ । ସେ ଗୁଣ ପ୍ରାପ୍ତ କରିବାକୁ ପଡ଼େ ନାହିଁ, ସହଜ ରୂପରେ ପ୍ରାପ୍ତ ହୋଇଯାଏ । ସେଠି ଉଚ୍ଚ କୂଳରେ ଜନ୍ମ ହେବାଦ୍ବାରା, ଜନ୍ମରୁ ହିଁ ସବୁ ଭଲ ସଂସ୍କାର ପ୍ରାପ୍ତ ହୁଏ ।

Page Navigation
1 ... 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118