Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
୭୩ ପ୍ରଶ୍ନକର୍ତ୍ତା : କୌଣସି ବି ଝିଅ ଚଳିବ । ମୁଁ କଲର-ବଲରରେ ମାନେ ନାହିଁ । ଯେଉଁ ଝିଅ ଭଲ ହୋଇଥିବ, ଆମେରିକାନ ହେଉ ଅବା ଇଣ୍ଡିୟନ, ତେବେ ମଧ୍ୟ ଅସୁବିଧା ନାହିଁ ।
। ଦାଦାଶ୍ରୀ : କିନ୍ତୁ ଏପରି ଅଟେ ଯେ, ଏହି ଆମେରିକାନ ଆମ୍ବ ଆଉ ଆମ ଆମ ଭିତରେ ଫରକ ଥାଏ, ଏହା ତୁ ଜାଣି ନାହୁଁ ? କ’ଣ ଫରକ ଥାଏ ଆମ ଆମ୍ବରେ ?
ପ୍ରଶ୍ନକର୍ତ୍ତା : ଆମର ମିଠା ହୋଇଥାନ୍ତି ।
ଦାଦାଶ୍ରୀ : ହଁ, ତେବେ ପୁଣି ଦେଖ ନା । ସେ ମିଠା ଚାଖୁକରି ତ ଦେଖ, ଆମ ଇଣ୍ଡିୟାର । | ପ୍ରଶ୍ନକର୍ତ୍ତା : ଏବେ ଚାଖୁ ନାହିଁ ।
ଦାଦାତ୍ରୀ : ନା, କିନ୍ତୁ ଏଥିରେ ଫଶିବ ନାହିଁ ! ଆମେରିକାନରେ ଫଶିବା ଭଳି ନୁହେଁ । ଦେଖ, ତୋ ମମୀ ଏବଂ ପାପାଙ୍କୁ ତୁ ଦେଖୁଛୁ ନା ? ସେମାନଙ୍କ ମଧ୍ୟରେ କେବେ ମତଭେଦ ହୁଏ ନା ହୁଏନାହିଁ ?
ପ୍ରଶ୍ନକର୍ତ୍ତା : ମତଭେଦ ତ ହୁଏ ।
ଦାଦାଶ୍ରୀ : ହଁ, କିନ୍ତୁ ସେହି ସମୟରେ ତୋ ମମୀ ଘର ଛାଡ଼ି ଚାଲିଯାଏ । କେବେ ?
ପ୍ରଶ୍ନକର୍ତ୍ତା : ନା, ନା ।
ଦାଦାଶ୍ରୀ : ଆଉ ସେ ଆମେରିକାନ ତ ‘ୟୁ ୟୁ’ କରି ଏମିତି ବନ୍ଧୁକ ଦେଖାଇ ଚାଲିଯାଏ ଆଉ ଏ ତ ସାରା ଜୀବନ ରହେ । ସେଥିପାଇଁ ମୁଁ ତୋତେ ବୁଝାଉଛି ଯେ ଭାଇ, ଏପରି କରିବ ନାହିଁ, ଏ ପଟକୁ ବୁଲିବା ପରେ ଅନୁତାପ କରିବ । ଏହି ଇଣ୍ଡିୟନ ତ ଶେଷ ପର୍ଯ୍ୟନ୍ତ ସାଥିରେ ରହେ, ହଁ... ରାତି ଝଗଡ଼ା କରି ସକାଳ ପର୍ଯ୍ୟନ୍ତ ରିପେୟର ହୋଇଯାଏ । । ପ୍ରଶ୍ନକର୍ତ୍ତା : ଠିକ କଥା ।
ଦାଦାଶ୍ରୀ : ସେଥିପାଇଁ ଏବେ ସ୍ଥିର କରି ନେ ଯେ ମୋତେ ଭାରତୀୟ ଝିଅ ସହ ବାହା ହେବାର ଅଛି । ଇଣ୍ଡିୟନ ମଧ୍ୟରେ ତୋତେ ଯାହା ପସନ୍ଦ ଆସେ ତାହା, ବ୍ରାହ୍ମଣ, ବୈଶ୍ୟ ଯାହା ତୋତେ ଠିକ ଲାଗେ, ସେଥିରେ ଅସୁବିଧା ନାହିଁ ।

Page Navigation
1 ... 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118