Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 93
________________ ୭୬ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଏ ସବୁ ବ୍ୟବହାରରେ କାମର କଥା । ଏହା ଜ୍ଞାନର କଥା ନୁହେଁ । କିନ୍ତୁ ବ୍ୟବହାରରେ, ବ୍ୟବହାର ଦରକାର ନା ! ? । ପ୍ରଶ୍ନକର୍ତ୍ତା : ଦାଦାଜୀ, ଆପଣ ଠିକ କହିଛନ୍ତି । ଜ୍ଞାନର ଶିଖର ଯାଏଁ ପହଞ୍ଚିବା ପର୍ଯ୍ୟନ୍ତ ଆମେ ବ୍ୟବହାରରେ ଅଛି, ତେବେ ବ୍ୟବହାରରେ ଏ ଜ୍ଞାନର କଥା ବି କାମରେ ଆସେ ନା ? ଦାଦାଶ୍ରୀ : ହଁ, କାମରେ ଆସେ ନା ! ବ୍ୟବହାର ମଧ୍ୟ ଭଲ ଚାଲେ । ‘ଜ୍ଞାନୀପୁରୁଷ’ଙ୍କ ଠାରେ ବିଶେଷତା ଥାଏ। ‘ଜ୍ଞାନୀପୁରୁଷ’ଙ୍କ ଠାରେ ବୋଧକଳା ଏବଂ ଜ୍ଞାନକଳା ଉଭୟ କଳା ଥାଏ। ବୋଧକଳା ସୁଝ(ଦର୍ଶନ)ରୁ ଉତ୍ପନ୍ନ ହୋଇଛି ଏବଂ ଜ୍ଞାନକଳା ଜ୍ଞାନରୁ ଉତ୍ପନ୍ନ ହୋଇଛି, ସେଥିପାଇଁ ସେଠାରେ (ଜ୍ଞାନୀପୁରୁଷଙ୍କ ପାଖରେ) ଆମର ନିରାକରଣ ଆସିଯାଏ । କେଉଁଦିନ ଯଦି ଏପରି କଥାବାର୍ତ୍ତା କରିବା ତେବେ ସେଥିରେ କ’ଣ ଅସୁବିଧା ? ଆମର କ’ଣ କ୍ଷତି ହୋଇଯିବ ? ‘ଦାଦା’ ବି ବସିଥାନ୍ତି, ତାଙ୍କର କିଛି ଫିସ୍ ନଥାଏ । ଫିସ୍ ଥା’ନ୍ତା ତେବେ ଅସୁବିଧା ହୋଇଥାନ୍ତା । । ପ୍ରଶ୍ନକର୍ତ୍ତା : ଯୁବକ ଏବଂ ଯୁବତୀ ବିବାହିତ ଜୀବନରେ ପ୍ରବେଶ କରିବା ପୂର୍ବରୁ ସ୍ତ୍ରୀ ଅବା ପୁରୁଷଙ୍କୁ କିପରି ପସନ୍ଦ କରିବେ ଆଉ କ’ଣ କରିବେ ? କ’ଣ ଦେବେ ? ଗୁଣ କିପରି ଦେବେ ? ଦାଦାଶ୍ରୀ : ତାହା ବେଶୀ ଦେଖୁବାର ଆବଶ୍ୟକତା ନାହିଁ । ଯୁବକ-ଯୁବତୀ ବିବାହ ସମୟରେ ଦେଖବାକୁ ଯିବେ ଆଉ ଆକର୍ଷଣ ନହେବ ତେବେ ବନ୍ଦ ରଖୁବ । ଆଉ କିଛି ବି ଦେବାର ଆବଶ୍ୟକତା ନାହିଁ । ଆକର୍ଷଣ ହେଉଛି ନା ନାହିଁ, ଏତିକି ହିଁ ଦେଖୁ । । ପ୍ରଶ୍ନକର୍ତ୍ତା : କେଉଁ ପ୍ରକାରର ଆକର୍ଷଣ ? ଦାଦାଶ୍ରୀ : ଏହି ଆଖୁର ଆକର୍ଷଣ ହୁଏ, ଭିତରେ ଆକର୍ଷଣ ହୁଏ । ବଜାରରେ ତୁମକୁ କୌଣସି ଜିନିଷ କିଣିବାର ଥିବ, ତେବେ ସେହି ଜିନିଷର ଆକର୍ଷଣ ଯଦି ନହେବ ତେବେ ତୁମେ କିଣିପାରିବ ନାହିଁ । ଅର୍ଥାତ ତାହାର ହିସାବ ଥିବ ତେବେ ଆକର୍ଷଣ ହୁଏ । ପ୍ରକୃତିର ହିସାବ ବିନା କୌଣସି ବିବାହ ହୋଇପାରିବ ନାହିଁ । ଅତଃ ଆକର୍ଷଣ ହେବା ଦରକାର । । ଏହା ଉପହାସ କରିବାର ଯୁଗ ଅଟେ । ଏଣୁ ସ୍ତ୍ରୀମାନଙ୍କର ଉପହାସ ହେଉଛି । ଝିଅ ଦେଖୁବାକୁ ଯାଏ, ସେତେବେଳେ ପୁଅ କହେ... ଏମିତି ବୁଲ, ସେମିତି ବୁଲ। ଏତେ ଉପହାସ !

Loading...

Page Navigation
1 ... 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118