Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 91
________________ ୭୪ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ନିଜ ସମ୍ପ୍ରଦାୟରେ ହିଁ ବାହା ହେବାରେ କ’ଣ ଲାଭ ଅଛି, ଏହା ଟିକିଏ ବିତାନ୍ତୁ । । ଦାଦାଶ୍ରୀ : ନିଜ କମ୍ୟୁନିଟୀର ପତ୍ନୀ ହେବ ତେବେ ତୁମ ସ୍ଵଭାବକୁ ଅନୁକୂଳ ହେବ । କଂସାର (ଏକ ପ୍ରକାର ଗୁଜରାଟୀ ମିଠାଇ) ପରଷିଥିବ ତେବେ ତୁମକୁ ଘିଆ ଅଧୁକ ଦରକାର । ଯଦି କିଛି ଏମିତି ଜାତିର ଝିଅ ଆଣିବ, ତେବେ ସେ ପରଷିବ ନାହିଁ, ଏମିତି ତଳୁଆ ହାତ କରି ଦେବାରେ ହିଁ ତା’ ହାତ ବିନ୍ଧିବ । ଏଣୁ ତା’ର ଭିନ୍ନ ସ୍ଵଭାବ ସହିତ ସାରାଦିନ ଘର୍ଷଣ ହୋଇଚାଲିବ ଆଉ ନିଜ ଜାତିବାଲି ସହ ଏପରି କିଛି ହେବ ନାହିଁ । ବୁଝି ପାରିଲି ନା ? ସେ (ଅନ୍ୟ ଜାତିର ଝିଅ) ତ କଥା କହିବ ନା, ତାହା ମଧ୍ୟ ଚିପି ଚିପି କହିବ ଆଉ ଆମର ଦୋଷ ବାହାର କରେ ଯେ “ତୁମକୁ କଥା କହିବା ଆସୁନାହିଁ । ତା’ ତୁଳନାରେ ଆମର ଭଲ ଯେ କିଛି କହିବ ତ ନାହିଁ, ଗାଳି ତ କରିବା ନାହିଁ । | ପ୍ରଶ୍ନକର୍ତ୍ତା : ଆପଣ କହୁଛନ୍ତି ଯେ ନିଜ ଜାତିର ହୋଇଥିବ ସେଠି ଝଗଡ଼ା ହୁଏ ନାହିଁ, କିନ୍ତୁ ନିଜ ଜାତିର ହୋଇଥିବ, ସେଠାରେ ବି ଝଗଡ଼ା ହୁଏ, ଏହାର କ’ଣ କାରଣ ? । ଦାଦାଶ୍ରୀ : ଝଗଡ଼ା ହୁଏ ମାତ୍ର ତାହାର ସମାଧାନ ହୋଇଯାଏ । ତା’ ସହ ଦିନସାରା ଭଲ ଲାଗେ ଆଉ ଅନ୍ୟ ସହ ଭଲ ଲାଗେ ନାହିଁ । ଘଣ୍ଟ-ଅଧେ ଭଲ ଲାଗେ ଏବଂ ପୁଣି ବିରକ୍ତ ହୋଇଯାନ୍ତି । ସେ ଆସେ ଏବଂ ବିରକ୍ତିଜନକ ଲାଗେ । ନିଜ ଜାତିର ହୋଇଥିବ ତେବେ ପସନ୍ଦ ଆସେ, ନହେଲେ ପସନ୍ଦ ହିଁ ଆସେ ନାହିଁ । ଏମାନେ ସବୁ ଯେଉଁ ଅନୁତାପ କରିଛନ୍ତି, ସେମାନଙ୍କ ଉଦାହରଣ ବତାଉଛି । ଏସବୁ ଲୋକେ ଦୟନୀୟଭାବେ ଫଶି ଯାଇଥିଲେ । ଏବେ ତ ଅନ୍ୟ ଜାତିରେ ବାହା ହେବାରେ ଅସୁବିଧା ନାହିଁ, ଆଗରୁ ଟିକିଏ ଅସୁବିଧା ଥିଲା । ପ୍ରଶ୍ନକର୍ତ୍ତା : ଆମ ହାତରେ କେଉଁଠି ଅଛି ? ଆମ ହାତରେ ନାହିଁ ନା, ଆମେରିକାନ ପତ୍ନୀ ଆସିବ କି ନାହିଁ ? ଦାଦାଶ୍ରୀ : ହାତରେ ନାହିଁ, ତଥାପି ଏମିତି ଉପେକ୍ଷା କ’ଣ କରିପାରିବା ? କହିବାକୁ ତ ପଡ଼ିବ ନା, ‘ଏ ! ସେ ଆମେରିକାନ ଝିଅ ସହ ତୁ ବୁଲିବୁନି ! ଆମ କାମ ନୁହେଁ ! ଏମିତି କହୁଥିବା ତେବେ ଆପେ ଆପେ ପ୍ରଭାବ ହେବ । ନହେଲେ ସେ ବୁଝିବ ଯେ ୟା ସହ ବୁଲୁ, ସେହିପରି ତା’ ସହିତ ମଧ୍ୟ ବୁଲିବା । କହିବାରେ କ’ଣ

Loading...

Page Navigation
1 ... 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118