Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୭୦
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଚାଲେ ନାହିଁ ନା ! ଭଗବାନ ବି ରୋକିବା ପାଇଁ ଯିବେ ଯେ ବିବାହ କରନାହିଁ, ତେବେ ଭଗବାନଙ୍କର ମଧ୍ୟ ସେଠାରେ ଚାଲିବ ନାହିଁ ! ପୂର୍ବଜନ୍ମରେ ବିବାହ କରିବାର ଯୋଜନା କରି ହିଁ ନାହିଁ, ସେଥିପାଇଁ ବିବାହର ସଂଯୋଗ ଆସେ ନାହିଁ । ଯାହା ଯୋଜନା କରିଥିବା ତାହା ହିଁ ଆସିବ ।
। ଯେପରି ପାଇଖାନା ଯିବା ବିନା କାହାରିକୁ ଚଳେ ନାହିଁ, ସେହିପରି ବାହାହେବା ବିନା ମଧ୍ୟ ଚଳେ ନାହିଁ ! ତୋ ମନ କୁଆଁରା ଅଟେ, ତେବେ ଅସୁବିଧା ନାହିଁ । କିନ୍ତୁ
ଯେଉଁଠି ମନ ବାହା-ଶାହାବାଲା ଅଟେ, ସେଠି ବାହାହେବା ବିନା ଚଳେ ନାହିଁ ଏବଂ କାହାର ସାହାରା ବିନା ମନୁଷ୍ୟ ରହିପାରିବ ନାହିଁ । ସାହାରା ବିନା କିଏ ରହିପାରିବ ? କେବଳ ‘ଜ୍ଞାନୀପୁରୁଷ’ । ଯେଉଁଠି ଅନ୍ୟ କେହି ନଥିବେ, ସେଠି ମଧ୍ୟ । କାହିଁକିନା ନିଜେ ନିରାଲମ୍ବ ହୋଇଛନ୍ତି । କୌଣସି ଅବଲମ୍ବନର ତାଙ୍କୁ ଆବଶ୍ୟକତା ହିଁ ନାହିଁ ।
। ମନୁଷ୍ୟ ବିଚରା ବିନା ସାହାରାରେ ରହିପାରିବ ନାହିଁ । କୋଡ଼ିଏ ଲକ୍ଷ ଟଙ୍କାର ବଡ଼ ବଙ୍ଗଳା ହୋଇଥିବ ଆଉ ରାତି ଏକୁଟିଆ ଶୋଇବା ପାଇଁ କୁହାଯାଏ ତେବେ ? ତା’କୁ ସାହାରା ଦରକାର । ମନୁଷ୍ୟଙ୍କୁ ସାହାରା ଦରକାର, ସେଥିପାଇଁ ତ ବାହା ହୁଅନ୍ତି ନା ! ବିବାହର ପ୍ରଣାଳୀ କିଛି ଭୁଲ ନୁହେଁ । ଏହା ତ ପ୍ରକୃତିର ନିୟମ ଅଟେ ।
। ଏଣୁ ବାହା ହେବାରେ ସହଜ ପ୍ରୟାସ ରବ, ମନରେ ଭାବନା ରଖୁବ ଯେ ଭଲ ଜାଗାରେ ବାହା ହେବାର ଅଛି, ପୁଣି ସେ ଷ୍ଟେସନ ଆସିଲେ ଓହ୍ନେଇ ଯିବ ।
ଷ୍ଟେସନ ଆସିବା ପୂର୍ବରୁ ଦୌଡ଼-ଧାପଡ଼ କରିବା ତେବେ କ'ଣ ହେବ ? ତୋତେ ପୂର୍ବରୁ ଦୌଡ଼-ଧାପଡ଼ କରିବାର ଅଛି ? । ପ୍ରଶ୍ନକର୍ତ୍ତା : ନା, ଷ୍ଟେସନ ଆସିଲେ ।
ଦାଦାଶ୍ରୀ : ହଁ, ଷ୍ଟେସନକୁ ଆମର ଗରଜ ଅଛି ଆଉ ଆମକୁ ଷ୍ଟେସନର ଗରଜ ଅଛି । ‘ମୋତେ’ ଏକୁଟିଆ ହିଁ ଷ୍ଟେସନର ଗରଜ ନାହିଁ । ଷ୍ଟେସନକୁ ବି ମୋର ଗରଜ ଅଛି ନା ନାହିଁ ?
ପ୍ରଶ୍ନକର୍ତ୍ତା : ଆପଣଙ୍କ ସଂଘରେ ସମ୍ମିଳିତ ହେଉଥିବା ଯୁବକ-ଯୁବତୀମାନେ ବାହାହେବା ପାଇଁ ମନା କରନ୍ତି, ତେବେ ଆପଣ ସେମାନଙ୍କୁ ଏକାନ୍ତରେ କି ଉପଦେଶ ଦିଅନ୍ତି ?
। ଦାଦାଶ୍ରୀ : ମୁଁ ଏକାନ୍ତରେ ସେମାନଙ୍କୁ ବାହାହେବା ପାଇଁ କହିଦିଏ ଯେ ଭାଇ, ତୁମେ ବାହାହେବ ତେବେ ଅକ୍ସ-ବହୁତ ଝିଅ ଠିକଣାରେ ଲାଗିଯିବେ । ମୋତେ

Page Navigation
1 ... 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118