Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 84
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : ତେବେ ପୁଣି ଆମେ କିପରି ମାରି ପାରିବା ? କ’ଣ ଏହି ଦୁନିଆରେ କେହି ଗୋଟିଏ ବି ଜୀବ ତିଆରି କରିପାରିବ ? ଏ ସାଇଣ୍ଟିଷ୍ଟ ତିଆରି କରି ପାରିବେ ? ପ୍ରଶ୍ନକର୍ତ୍ତା : ନା। ଦାଦାଶ୍ରୀ : ତେବେ ପୁଣି ଯାହା ତିଆରି କରିପାରିବା ନାହିଁ, ତା’କୁ ଆମେ ମାରିପାରିବା ନାହିଁ । ଏ ଚୌକି ତିଆରି କରନ୍ତି, ଏ ସବୁ ଜିନିଷ ତିଆରି କରନ୍ତି, ତାହାର ନାଶ କରିପାରିବା । ତୋତେ ବୁଝାପଡ଼ିଲା ? ପ୍ରଶ୍ନକର୍ତ୍ତା : ହଁ । ଦାଦାଶ୍ରୀ : ଏବେ କ’ଣ କରିବୁ ? ପ୍ରଶ୍ନକର୍ତ୍ତା : କାହାକୁ ମାରିବି ନାହିଁ । ୬୭ ଦାଦାଶ୍ରୀ : ସେ ଜୀବକୁ କ’ଣ ମରିବାର ଡର ଲାଗେ ? ଆମେ ମାରିବାକୁ ଯାଉ ତେବେ କ’ଣ ସେ ଦୌଡ଼େ ? ପ୍ରଶ୍ନକର୍ତ୍ତା : ହଁ । : ଦାଦାଶ୍ରୀ : ତେବେ ପୁଣି କିପରି ମାରିପାରିବ ? ଆଉ ଏ ଗହମ, ବାଜରାକୁ ଭୟ ଲାଗେ ନାହିଁ, ତା’କୁ ଅସୁବିଧା ନାହିଁ, କ’ଣ ? ଗହମ, ବାଜରା, ଲାଉ ଏସବୁ ଦୌଡ଼ନ୍ତି କି ? ଆମେ ଚାକୁ ନେଇ ଯିବା ତେବେ କ’ଣ ଲାଉ ଦୌଡ଼ି ପଳାଏ ? ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : ତେବେ ତାହାର ତରକାରୀ କରି ଖାଇ ପାରିବା । ତୋତେ ମରିବାର ଭୟ ଲାଗେ ନା ନାହିଁ ? ପ୍ରଶ୍ନକର୍ତ୍ତା : ଲାଗେ । ଦାଦାଶ୍ରୀ : ହଁ, ତେବେ ଏଭଳି ତା’କୁ ମଧ୍ୟ ଲାଗେ । ଅଣହଗ୍ଧ ହକ୍କ ବିନା, ଅବୈଧ)ର ଗର୍ଭ ତ ବହୁତ ଗଭୀର! ପୁଣି ଉପରକୁ ଆସି ହିଁ ପାରିବା ନାହିଁ । ଏଣୁ ସାବଧାନ ରହି ଚାଲିବା ଭଲ । ଏଣୁ ତୁ ସମ୍ଭାଳି ଯା । ଏବେ ତ ଜବାନୀ ଅଛି, ଯାହାକୁ ବୃଦ୍ଧାବସ୍ଥା ଆସିବାକୁ ଥ‌ିବ, ତାଙ୍କୁ ମୁଁ କିଛି କହେ ନାହିଁ । ଏ ଭୟ ସିଗ୍‌ନାଲ ତୋତେ ଦେଖାଉଛି ।

Loading...

Page Navigation
1 ... 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118