Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସବୁ ଥିଲେ, ସେମାନେ ହିଁ ଆସିଛନ୍ତି ।
ପ୍ରଶ୍ନକର୍ତ୍ତା : ମାନେ ଯେଉଁ ହିସାବ ସୁଝିବାର ଅଛି, ଋଣାନୁବନ୍ଧ ସୁଝିବାର ଅଛି, ତାହା ସୁଝିବା ପରେ ଚାଲିଯାନ୍ତି ?
୬୫
ଦାଦାଶ୍ରୀ : ହଁ, ସୁଝିବା ପରେ ହିଁ ଯାଆନ୍ତି ସମସ୍ତେ । ଏଥିପାଇଁ ମୋତେ ଏଠାରେ ଏ ବିଜ୍ଞାନ ଖୋଲା କରିବାକୁ ପଡ଼ିଲା ଯେ ଆରେ ! ସେଥିରେ ବାପର କ’ଣ ଦୋଷ ? ତୁ କ୍ରୋଧୀ, ତୋ ବାପ କ୍ରୋଧୀ, କିନ୍ତୁ ତୋର ଏ ଭାଇ ଥଣ୍ଡା(ଶାନ୍ତ) କେମିତି ? ଯଦି ତୋ ଠାରେ ତୋ ବାପର ଗୁଣ ଉତ୍ପନ୍ନ ହୋଇଛି ତେବେ ତୋର ଏ ଭାଇ ଥଣ୍ଡା କେମିତି ? ଏସବୁ ବୁଝନ୍ତି ନାହିଁ, ସେଥପାଇଁ ଲୋକେ ବିନା କାରଣରେ ଝଝଟ୍ କରନ୍ତୁ ଆଉ ଯାହା ଉପରୁ ଦେଖାଯାଏ, ତାହାକୁ ହିଁ ସତ୍ୟ ମାନନ୍ତି । କଥା ଗଭୀରତାର ସହ ବୁଝିବା ଯୋଗ୍ୟ ଅଟେ । ଏହା ଯେଉଁ ମୁଁ ବତାଇଲି କେବଳ ସେତିକି ନୁହେଁ, ଏହା ତ ବହୁତ ଗହନ କଥା ଅଟେ ! ଏମାନେ ତ ହିସାବ ହିଁ ନିଅନ୍ତି ଏବଂ ସୁଝି
ଚାଲନ୍ତି ।
ଆମ୍ବା କାହାର ପୁଅ ହୁଏ ନାହିଁ ଆଉ ନା ହିଁ କାହାର ବାପ ହୁଏ । ଆତ୍ମା କାହାର ପତ୍ନୀ ହୁଏ ନାହିଁ, ନା ହିଁ କାହାର ପତି ହୁଏ । ଏମାନେ ସବୁ ଋଣାନୁବନ୍ଧ ଅଟନ୍ତି । କର୍ମର ଉଦୟରୁ ଏକତ୍ର ହୋଇଛନ୍ତି । ଏବେ (ଏହି ଜନ୍ମରେ) ଲୋକଙ୍କୁ ଏହି ପ୍ରତୀତି ହୁଏ । ଆମକୁ ମଧ୍ୟ ଏହି ପ୍ରତୀତି ହୋଇଛି ଆଉ ଏହା କେବଳ ପ୍ରତୀତି ହୁଏ, ବାସ୍ତବରେ ଦୃଶ୍ୟମାନ ବି ହୁଏ ନାହିଁ । ବାସ୍ତବିକ ହୁଅନ୍ତା ନା, ତେବେ କେହି ଲଢ଼ନ୍ତେ ହିଁ ନାହିଁ । ଏଠି ତ ଗୋଟିଏ ଘଣ୍ଟାରେ ହିଁ ଝାମେଲା ହୋଇଯାଏ, ମତଭେଦ ହୋଇଯାଏ, ସେତେବେଳେ ଲଢ଼ି ପଡ଼ନ୍ତି ନା ନାହିଁ ? ‘ମୋର-ତୋର’ କରନ୍ତି ନା ନାହିଁ ?
ପ୍ରଶ୍ନକର୍ତ୍ତା : କରନ୍ତି |
ଦାଦାଶ୍ରୀ : ଏଣୁ କେବଳ ଆଭାସ ଅଛି, ‘ଏକଜାକ୍ସ’ (ବାସ୍ତବିକ) ନାହିଁ । କଳିଯୁଗରେ ଆଶା ରଖୁବ ନାହିଁ । କଳିଯୁଗରେ ଆମ୍ବାର କଲ୍ୟାଣ ହେଉ ଏପରି କର, ନଚେତ ସମୟ ବହୁତ ବିଚିତ୍ର ଆସୁଅଛି, ଆଗକୁ ଭୟାବହ ବିଚିତ୍ର ସମୟ ଆସୁଅଛି । ଏବେପରଠାରୁ ହଜାର ବର୍ଷ ଭଲ ଅଛି, କିନ୍ତୁ ତତ୍ପଶ୍ଚାତ ଭୟାବହ କାଳ ଆସିବାକୁ ଅଛି । ପୁଣି କେବେ ମଉକା ମିଳିବ ? ସେଥିପାଇଁ ଆମେ ଆଗ୍ରାର୍ଥେ କିଛି କରିନେବା ।

Page Navigation
1 ... 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118