Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୬୪
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପ୍ରଶ୍ନକର୍ତ୍ତା : ସାଧାରଣତଃ ଏପରି କହନ୍ତି ଯେ ଏସବୁ ଯେଉଁ ପରିବାର ଅଛି, ସେମାନେ ସମାନ ବଂଶ ପରମ୍ପରା ଅନୁସାରେ ଏକାଠି ହୁଅନ୍ତି ।
। ଦାଦାଶ୍ରୀ : ହଁ, ସେମାନେ ସବୁ ଆମର ଚିହ୍ନ-ଜଣା ଲୋକ ହିଁ ହୋଇଥାନ୍ତି । ନିଜ ସର୍କଲ, ସାଥିରେ ରହୁଥିବାବାଲା, ସମାନ ଗୁଣବାଲା ଅଟନ୍ତି, ଏଥିପାଇଁ ରାଗ
ଦୈଷ କାରଣରୁ ସେଠାରେ ଜନ୍ମ ନିଅନ୍ତି ଏବଂ ହିସାବ ସୁଝିବା ପାଇଁ ଏକାଠି ହୁଅନ୍ତି । ଆଖୁକୁ ଏପରି ଦେଖାଯାଏ, କିନ୍ତୁ ତାହା ଭ୍ରାନ୍ତି ଯୋଗୁଁ, ଯେବେକି ଜ୍ଞାନରେ ଏପରି ନୁହେଁ ।
। ପ୍ରଶ୍ନକର୍ତ୍ତା : ଏ ଯେଉଁ ଜନ୍ମ ନେବ, ସେ ନିଜ କର୍ମ ଅନୁସାରେ ଜନ୍ମ ନିଏ । ନା ? । ଦାଦାଶ୍ରୀ : ହଁ, ନିଶ୍ଚିତ, ସେ ଗୋରା ହେଉ ଅବା କଳା ହେଉ, ବାଙ୍ଗରା
ହେଉ ଅବା ଡେଙ୍ଗା ହେଉ, ତାହା ତା’ର କର୍ମ ଅନୁସାରେ । ଏହା ତ ଲୋକେ ଏହି ଆରେ ଦେଲେ ଯେ ପୁଅର ନାକ ତ ଏଜାକ୍ ସେହିପରି ଦିଶୁଛି, ଏଣୁ ବାପର ଗୁଣ ହିଁ ପୁଅ ପାଖକୁ ଆସିଛି । ତେବେ ବାପ ସଂସାରରେ କୃଷ୍ଣ ଭଗବାନ ହେଲେ, ତେବେ କ’ଣ ପୁଅ ବି କୃଷ୍ଣ ଭଗବାନ ହୋଇଗଲା ? ଏମିତି ତ ଅନେକ କୃଷ୍ଣ ଭଗବାନ ହୋଇଗଲେ । ସମସ୍ତ ପ୍ରକଟ ପୁରୁଷ କୃଷ୍ଣ ଭଗବାନ ହିଁ କୁହାଯାନ୍ତି । କିନ୍ତୁ ତାଙ୍କର ଗୋଟିଏ ବି ପୁତ୍ର କୃଷ୍ଣ ଭଗବାନ ହେଲା ? ଅତଃ ଏହା ତ ମନଗଢ଼ା କଥା ଅଟେ ! !
। ଯଦି ପିତାଙ୍କ ଗୁଣ ପୁତ୍ର ପାଖକୁ ଆସୁଥାନ୍ତା, ତେବେ ତ ସବୁ ପିଲାଙ୍କ ପାଖକୁ ସମାନ ରୂପରେ ଆସିବା ଉଚିତ । ଏହା ତ, ପିତାଙ୍କର ଯେଉଁମାନେ ପୂର୍ବଜନ୍ମର ଜଣାଶୁଣା ଥିଲେ, କେବଳ ସେମାନଙ୍କ ଗୁଣ ମିଳେ । ତୁମ ଜଣାଶୁଣା ଲୋକ ସବୁ କିପରି ଅଟନ୍ତି ? ତୁମ ବୁଦ୍ଧି ସହ ମେଳ ଖାଆନ୍ତି, ତୁମ ଆଶୟ ସହ ମେଳ ଖାଆନ୍ତି ।
ଯେଉଁମାନେ ତୁମ ସହ ମେଳ ଖାଉଥିବେ ( ଗୁଣ, ବିଚାର ଏକପ୍ରକାର), ସେମାନେ ଏହି ଜନ୍ମରେ ପୁଣି ନିଜ ପିଲା ହେବେ । ଅର୍ଥାତ ତାଙ୍କ ଗୁଣ ତୁମସହ ମିଶେ, କିନ୍ତୁ ବାସ୍ତବରେ ତ ତାଙ୍କ ନିଜ ଗୁଣ ହିଁ ଧାରଣ କରନ୍ତି । ସାଇଣ୍ଟିଷ୍ଠ ବୈଜ୍ଞାନିକ) ମାନଙ୍କୁ ଏପରି ଲାଗେ ଯେ ଏ ଗୁଣ ପରମାଣୁରୁ ଆସେ କିନ୍ତୁ ସେ ତ ନିଜେ ନିଜର ହିଁ ଗୁଣ ଧାରଣ କରେ । ପୁଣି କେହି ଖରାପ, ଅଯୋଗ୍ୟ ହୋଇଥିବ ତେବେ ମଦୁଆ ହୋଇ ମଧ୍ୟ ବାହାରେ । କାରଣ ଯେମିତି ଯେମିତି ସଂଯୋଗ ସେ ଏକାଠି କରିଥାଏ, ସେହିପରି ହିଁ ହୁଏ । କାହାକୁ ଉତ୍ତରକାରରେ କିଛି ବି ମିଳେ ନାହିଁ । ଅର୍ଥାତ ଉତ୍ତରାକାର ତ କେବଳ ଦେଖାଇବା ପାଇଁ ଅଟେ । ନହେଲେ, ପୂର୍ବଜନ୍ମରେ ଯେଉଁ ତାଙ୍କର ଚିହ୍ମାଜଣା

Page Navigation
1 ... 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118