Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୬୨
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସଂସାରରେ ଡ୍ରାମାଟିକ୍ ରହିବାର ଅଛି । ଆସନ୍ତୁ ଭଉଣୀ, ଆସ ଝିଅ? ଏପରି, ଏସବୁ ସୁପରଫ୍ୟସ(ଦେଖାଣିଆ) ବ୍ୟବହାର କରିବାର ଅଛି । ସେତେବେଳେ ଅଜ୍ଞାନୀ କ’ଣ କରେ ନା ଝିଅକୁ କୋଳରେ ବସେଇ ଚାଲିଥାଏ, ଝିଅ ବି ତା’ ଉପରେ ଚିଡ଼ୁଥାଏ ଯେବେକି ଜ୍ଞାନୀପୁରୁଷ ବ୍ୟବହାରରେ ସୁପରଫ୍ୟସ ରୁହନ୍ତି । ସେଥିପାଇଁ ସମସ୍ତେ ତାଙ୍କ ଉପରେ ଖୁସି ରୁହନ୍ତି, କାହିଁକିନା ଲୋକେ ସୁପରଫ୍ୟସ ବ୍ୟବହାର ଚାହାନ୍ତି । ଅଧିକ ଆସକ୍ତ ଲୋକଙ୍କୁ ପସନ୍ଦ ନୁହେଁ । ଏଣୁ ଆମକୁ ବି ସୁପରଫ୍ୟସ ରହିବାର ଅଛି । ଏସବୁ ଝଝରେ ପଡ଼ିବାର ନାହିଁ ।
| ‘ଜ୍ଞାନୀ’ କ’ଣ ବୁଝନ୍ତି ? ଝିଅର ବାହାଘର ହେଲା, ତାହା ମଧ୍ୟ ବ୍ୟବହାର ଏବଂ ଝିଅ ବିଚାରି ବିଧବା ହେଲା, ତାହା ମଧ୍ୟ ବ୍ୟବହାର । ଏହା ‘ରିୟଲ ନୁହେଁ । ଏ ଉଭୟ ବ୍ୟବହାର ଅଟେ, ରିଲେଟିଭ ଅଟେ ଏବଂ କାହାଦ୍ବାରା ବଦଳାଯାଇ ପାରିବ ନାହିଁ ଏପରି ଅଟେ ! ଏବେ ଏ ଲୋକେ କ’ଣ କରନ୍ତି ? ଜାଇଁ ଯଦି ମରିଯାଏ, ତା’ ପଛରେ ମୁଣ୍ଡ ପିଟନ୍ତି, ସେତେବେଳେ ଓଲଟା ଡାକ୍ତର ଡାକିବାକୁ ପଡ଼େ । ଅର୍ଥାତ ତାହା ରାଗ-ଦ୍ବେଷର ଅଧୀନ ଅଟେ ନା ! ବ୍ୟବହାର, ବ୍ୟବହାର ଅଟେ ଏପରି ବୁଝା ପଡୁନାହିଁ, ସେଥିପାଇଁ ନା ! -
। ପିଲାଙ୍କୁ ଗାଳି କରିବାକୁ ପଡ଼େ, ସ୍ତ୍ରୀକୁ ଦୁଇ ଶବ୍ଦ କହିବାକୁ ପଡ଼େ ତେବେ । ନାଟକୀୟ ଭାଷାରେ, ଥଣ୍ଡା ରହି ରାଗିବ । ନାଟକୀୟ ଭାଷା ଅର୍ଥାତ କ’ଣ ନା ଥଣ୍ଡା କଲିଜାରେ ରାଗିବା । ତାହାକୁ କୁହନ୍ତି ନାଟକ ! |
(୧୫) ତାହା ଅଟେ ଦିଆ-ନିଆ, ସମ୍ବନ୍ଧ ନୁହେଁ । ସ୍ତ୍ରୀ-ଛୁଆପିଲା ଯଦି ନିଜର ହୋଇଥାନ୍ତେ ନା, ତେବେ ଏହି ଶରୀରକୁ କେତେ ବି ଦୁଃଖ (କଷ୍ଟ) ହୋଇଥାନ୍ତା ତେବେ ସେଥିରୁ ସ୍ତ୍ରୀ କିଛି ନେଇ ଯାଇଥାନ୍ତା, ‘ ଅର୍ଦ୍ଧାଙ୍ଗିନୀ’ କୁହାଯାଏ ନା ! ପକ୍ଷାଘାତ ହୋଇ ଯାଇଥିବ ତେବେ ପୁଅ ନେଇଯିବ ? ନା, କେହି ନିଏ ନାହିଁ । ଏହା ତ ସବୁ ହିସାବ ଅଟେ ! ବାପ ପାଖରୁ ଯେତିକି ତୁମର ମାଗିବାର ହିସାବ ଥିଲା, ସେତିକି ହିଁ ତୁମକୁ ମିଳିଛି ।
। ଜଣେ ପୁଅକୁ ତା’ ମା, କିଛି ଭୁଲ ନକରେ ତଥାପି ମାରି ଚାଲିଥାଏ ଆଉ । ଗୋଟିଏ ପୁଅ ବହୁତ ଉଦଣ୍ଡ ମଚାଉଥିବ, ତଥାପି ତା’କୁ ସ୍ନେହ କରୁଥାଏ । ପାଞ୍ଚଜଣ । ସାରା ପୁଅ ସେହି ମା’ର ଅଟନ୍ତି କିନ୍ତୁ ପାଞ୍ଚଜଣଙ୍କ ପ୍ରତି ଅଲଗା ଅଲଗା ଆଚରଣ ହୁଏ, ଏହାର କାରଣ କ’ଣ ?

Page Navigation
1 ... 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118