Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ।
୬୧ ପ୍ରଶ୍ନକର୍ତ୍ତା : କ’ଣ କରିବୁ ? ଗୋଟିକିଆ ପୁଅ । ସେ ଆମଠାରୁ ଅଲଗା ହୋଇଯାଇଛି ।
। ଦାଦାଶ୍ରୀ : ତାହା ତ ଯଦି ତିନିଜଣ ଥିବେ, ତେବେ ମଧ୍ୟ ଅଲଗା ହୋଇଯାନ୍ତି ଆଉ ଯଦି ସେମାନେ ଅଲଗା ନହେବେ ତଥାପି ଆମକୁ ଯିବାକୁ ତ ପଡ଼ିବ । ପୁଣି ପଛେ ସମସ୍ତେ ଏକାଠି ରୁହନ୍ତୁ ତଥାପି ଦିନେ ସବୁକିଛି ଛାଡ଼ି ଆମକୁ ଯିବାକୁ ପଡ଼ିବ । ଛାଡ଼ିକରି ଯିବାକୁ ପଡ଼ିବ ନାହିଁ ? ତେବେ ପୁଣି ହାୟ-ହାୟ କ’ଣ ପାଇଁ ? ଗତ ଜନ୍ମର ପିଲା କୁଆଡ଼େ ଗଲେ ? ଗତ ଜନ୍ମର ପିଲା କେଉଁଠି ରହୁଛନ୍ତି ?
ପ୍ରଶ୍ନକର୍ତ୍ତା : ଭଗବାନଙ୍କୁ ଜଣା ।
ଦାଦାଶ୍ରୀ : ନିଅ ! ଗତଜନ୍ମର ପିଲାଙ୍କ ଠିକଣା ନାହିଁ । ଏହି ଜନ୍ମରେ ପିଲାଙ୍କ ପାଇଁ ପୁଣି ସେହି ଦଶା । ଏହାର ଅନ୍ତ କେବେ ଆସିବ ? ମୋକ୍ଷ ଯିବା ପାଇଁ କିଛି କର, ନହେଲେ ବେକାରରେ ଅଧୋଗତିରେ ଚାଲିଯିବ । ଉପାରେ ଯେବେ ଥକି ଯାଏ (ଦୁଃଖୀ ହୋଇ ହୋଇ ଶେଷରେ ଥକି ଯିବା, ବିରକ୍ତ ହୋଇଯିବା), ତେବେ ତା’ର କେଉଁ ଗତି ହୁଏ ? ଏଠାରୁ ପୁଣି ମନୁଷ୍ୟ ଗତିରୁ କେଉଁ ଗତିରେ ଜନ୍ମ ହେବ ? ପଶୁଗତି, ଅତି ନିନ୍ଦନୀୟ କାର୍ଯ୍ୟ ହୋଇଥିବ ତେବେ ନର୍କଗତିରେ ବି ଯିବାକୁ ପଡ଼ିପାରେ । ନର୍କଗତି-ପଶୁଗତି କ’ଣ ପସନ୍ଦ ? । ଗୋଟିଏ-ଗୋଟିଏ ଜନ୍ମରେ ଭୟଙ୍କର ମାଡ଼ ଖାଇଛେ (ଅସୁବିଧା ଭୋଗିଛେ), କିନ୍ତୁ ପୂର୍ବର ଖାଇଥିବା ମାଡ଼ ଭୁଲିଚାଲେ ଏବଂ ନୂଆ ମାଡ଼ ଖାଇଚାଲେ । ପୂର୍ବ ଜନ୍ମର ପିଲା ଛାଡ଼ି ଆସେ ଏବଂ ନୂଆ, ଏହି ଜନ୍ମର ପିଲାଙ୍କୁ କୋଳାଇ ଧରେ ।
(୧୪) ସମ୍ବନ୍ଧ, ରିଲେଟିଭ ନା ରିୟଲ ?
ଏହା ରିଲେଟିଭ ସମ୍ବନ୍ଧ ଅଟେ ! ସମ୍ଭାଳି-ସମ୍ଭାଳି କାମ ନେବାର ଅଛି । ଏହା ରିଲେଟିଭ ସମ୍ବନ୍ଧ, ଏଣୁ ତୁମେ ଯେତିକି ରିଲେଟିଭ ରଖୁବ ସେତିକି ରହିବ । ତୁମେ ଯେମିତି ରଖୁବ ସେମିତି ରହିବ, ଏହାର ନାମ ବ୍ୟବହାର ।
। ତୁମେ ମାନୁଛି ଯେ ପୁଅ ମୋର ଅଟେ, ଏଣୁ କୁଆଡ଼େ ଯିବ ? ଆରେ ! ତୁମ ପୁଅ, କିନ୍ତୁ କ୍ଷଣଭରରେ ବିରୋଧୀ ହୋଇଯିବ । କୌଣସି ଆମ୍ବା ବାପ-ପୁଅ ହୁଏ । ନାହିଁ । ଏହା ତ ପାରସ୍ପରିକ ଦିଆନିଆର ହିସାବ ଅଟେ । ଘରକୁ ଯାଇ ଏପରି କହିବା ନାହିଁ ଯେ ତୁମେ ମୋ ବାପା ନୁହେଁ । ସେମିତିରେ ତ ସେ ବ୍ୟବହାରରେ ବାପା ହିଁ ଅଟନ୍ତି ନା !

Page Navigation
1 ... 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118