Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 76
________________ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ପାଇଁ ଫିସ ଦେଇଛନ୍ତି ଆହୁରି ବହୁତ କିଛି ଦେଇଛନ୍ତି । 20 ତୁମକୁ ମୋ କଥା ବୁଝାପଡୁଛି ? ଏଣୁ ଯେତେବେଳେ ମନେ ପଡ଼ିବ, ସେତେବେଳେ ଏତିକି କହିବ ଯେ ‘ହେ ଦାଦା ଭଗବାନ, ଏ ପୁଅ ଆପଣଙ୍କୁ ସମର୍ପି ଦେଲି !’ ଏହାଦ୍ଵାରା ତୁମକୁ ସମାଧାନ ମିଳିବ । ତୁମ ପୁଅକୁ ସ୍ମରଣ କରି ତା’ ଆତ୍ମାର କଲ୍ୟାଣ ହେଉ ଏପରି ମନରେ କହିଚାଲିବ, ଆଖରେ ପାଣି ଆସିବାକୁ ଦେବ ନାହିଁ । ତୁମେ ତ ଜୈନ ଥୁଓରୀ (ସିଦ୍ଧାନ୍ତ) ବୁଝିବାବାଲା ବ୍ୟକ୍ତି । ତୁମେ ତ ଜାଣିଛ ଯେ କାହାର ମରିଯିବା ପରେ ଏପରି ଭାବନା କରିବା ଉଚିତ ଯେ, ‘ତା ଆତ୍ମାର କଲ୍ୟାଣ ହେଉ । ହେ କୃପାଳୁଦେବ, ତା’ ଆତ୍ମାର କଲ୍ୟାଣ କର ।’ ଏହା ନକରି ଆମେ ମନରେ ଦୁର୍ବଳ ହେବା, ଏହା ତ ଠିକ୍ ନୁହେଁ । ନିଜର ହିଁ ସୃଜନକୁ ଦୁଃଖରେ ପକାଇବା ଏହା ଆମର କାମ ନୁହେଁ । ତୁମେ ତ ସମଝଦାର( ବୁଦ୍ଧିମାନ), ବିଚାରଶୀଳ ଏବଂ ସଂସ୍କାରୀ ମନୁଷ୍ୟ ଅଟ, ଏଣୁ ଯେବେ–ଯେବେ ମୃତ ପୁଅ ମନେ ପଡ଼େ, ସେତେବେଳେ ଏପରି କହିବ ଯେ, ‘ତା ଆତ୍ମାର କଲ୍ୟାଣ ହେଉ । ହେ ଗୀତରାଗ ଭଗବାନ, ତା ଆତ୍ମାର କଲ୍ୟାଣ କର ।’ ଏପରି କହିଚାଲିବ । କୃପାଳୁଦେବଙ୍କ ନାମ ନେବ, ଦାଦା ଭଗବାନ କହିବ ତେବେ ମଧ୍ୟ ତୁମ କାମ ହେବ । କାରଣ ଦାଦା ଭଗବାନ ଏବଂ କୃପାଳୁଦେବ ଆମ୍ବସ୍ୱରୂପରେ ଏକ ହିଁ ଅଟନ୍ତି । ଦେହରେ ଅଲଗା ଦେଖାଯାନ୍ତି । ଆଖରେ ଅଲଗା ଦେଖାଯାନ୍ତି । କିନ୍ତୁ ବସ୍ତୁତ୍ଵ ଏକ ହିଁ ଅଟେ । ଏଣୁ ମହାବୀର ଭଗବାନଙ୍କ ନାମ ନେବ, ତେବେ ମଧ୍ୟ ସେହି ସମାନ କଥା । ‘ତା ଆତ୍ମାର କଲ୍ୟାଣ ହେଉ’ ଏତିକି ହିଁ ଭାବନା ନିରନ୍ତର ଆମକୁ ରଖୁବାର ଅଛି । ଆମେ ଯାହା ସହିତ ନିରନ୍ତର ରହିଛେ, ସାଥ୍‌ରେ ଖାଇଛେ-ପିଇଛେ, ତେବେ ତାଙ୍କର କିପରି କଲ୍ୟାଣ ହେଉ ଏପରି ଭାବନା ଆମେ କରିଚାଲିବା । ଆମେ ପର ପାଇଁ ଭଲ ଭାବନା କରୁଛେ, ତେବେ ପୁଣି ଏ ତ ଆମ ନିଜ ଲୋକ ପାଇଁ କ’ଣ ନକରିବା ? ୫୯ ମୁଁ ପୁସ୍ତକରେ ଲେଖୁଛି ଯେ ତୋତେ ‘କଳ୍ପ’ର ଅନ୍ତ ଯାଏଁ ଭଟକିବାକୁ ପଡ଼ିବ । ତାହାର ନାମ ‘କଳ୍ପାନ୍ତ’ । କଳ୍ପାନ୍ତର ଅର୍ଥ ଆଉ କେହି କରିନାହିଁ ନା ? ତୁମେ ଆଜି ପ୍ରଥମ ଥର ଶୁଣିଲ ନା ? ପ୍ରଶ୍ନକର୍ତ୍ତା : ହଁ, ପ୍ରଥମ ଥର ଶୁଣିଲି । ଦାଦାଶ୍ରୀ : ଅତଃ ଏହି ‘କଳ୍ପ’ର ଅନ୍ତ ଯାଏଁ ଭଟକିବାକୁ ପଡ଼େ ଆଉ ଲୋକେ କ’ଣ କରନ୍ତି ? ବହୁତ କଳ୍ପାନ୍ତ କରନ୍ତି । ଆରେ ଭାଇ, କଳ୍ପାନ୍ତର ଅର୍ଥ ତ ପଚାରେ ଯେ କଳ୍ପାନ୍ତ ମାନେ କ’ଣ ? କଳ୍ପାନ୍ତ ତ କେହି ଜଣେ ଅଧେ ମଣିଷ କରେ ।

Loading...

Page Navigation
1 ... 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118