Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 74
________________ । ମାତା-ପିତା ଏବଂ ପିଲାଙ୍କ ବ୍ୟବହାର । | କେଉଁ ଜନ୍ମରେ ଯେବେ ବହୁତ ପୁଣ୍ୟବାନ ହୋଇଥିବ, ତେବେ ପିଲା ହୁଅନ୍ତି ନାହିଁ । କାହିଁକିନା ପିଲା ହେବା-ନହେବା ସବୁ ନିଜ କର୍ମ ଖାତାର ହିସାବ ଅଟେ । ଏହି ଜନ୍ମରେ ମହାନ ପୁଣ୍ୟବାନ ଅଟ ଯେ ତୁମର ପିଲା ହେଲେ ନାହିଁ । ଏଭଳି ଲୋକ ବହୁତ ପୁଣ୍ୟବାନ କୁହାଯାନ୍ତି । ଭାଇ, ତୋତେ କିଏ ଏମିତି ଶିଖାଇଲା ? ତେବେ କହିଲା, “ମୋ ସ୍ତ୍ରୀ ସବୁଦିନ ଖୁପିଟ୍ କରୁଛି ।” ମୁଁ କହିଲି, ମୁଁ ଆସିବି ସେଠାକୁ ।” ପରେ ମୁଁ ତା ସ୍ତ୍ରୀକୁ ବୁଝାଇଲି ତେବେ ବୁଝିଗଲା । ମୁଁ କହିଲି ଦେଖ, ୟାଙ୍କୁ ( ସ୍ଵାମୀଙ୍କୁ) ତ କିଛି ଅସୁବିଧା ନାହିଁ । ତୁମ ଖାତାରେ କାଗଜ ହିଁ ନାହିଁ, ବହୁତ ଭଲ କଥା, ନୁହେଁ ? ଏଣୁ ତୁମେ ପରମ ସୁଖୀ ଅଟ । । କିଛି ବି ସନ୍ତାନ ନଥିବ ଆଉ ପୁଅର ଜନ୍ମ ହେବ ତେବେ ସେ ପୁଅ ବାପକୁ ବହୁତ ଖୁସି କରାଏ, ତା’କୁ ବହୁତ ଆନନ୍ଦ ଦିଏ । କିନ୍ତୁ ଯେତେବେଳେ ସେ ଯାଏ, ସେତେବେଳେ କନ୍ଦାଏ ବି ସେତିକି । ଏଣୁ ଆମକୁ ଏତିକି ଜାଣିନେବାର ଅଛି ଯେ ସେ ଆସିଛି, ତେବେ ଯିବ ସେତେବେଳେ କ’ଣ-କ’ଣ ହେବ ? ଏଣୁ ଆଜିଠୁ ହସିବ ହିଁ ନାହିଁ, ତେବେ ପରେ ଅସୁବିଧା ହିଁ ଆସିବ ନାହିଁ ନା ! | । ପିଲାମାନେ ତ ଆମର ରାଗ-ଦ୍ବେଷର ହିସାବ ଅଟନ୍ତି । ପଇସାର ହିସାବ ନୁହେଁ, ରାଗ-ଦ୍ବେଷର ରଣାନୁବନ୍ଧ ଅଟନ୍ତି । ରାଗ-ଦ୍ବେଷର ହିସାବ ପରିଶୋଧ କରିବା ପାଇଁ ଏ ପିଲାମାନେ ବାପର ତେଲ ବାହାର କରିଦିଅନ୍ତି, ଘଣାରେ ପେଶନ୍ତି । ଶ୍ରେଣୀକ ରାଜାଙ୍କର ବି ପୁଅ ଥିଲା ଏବଂ ସେ ତାଙ୍କୁ ସବୁଦିନ ପିଟୁଥିଲା, ଜେଲରେ ବି ଭର୍ତ୍ତି କରି ଦେଇଥିଲା । କୁହନ୍ତି ଯେ ମୋର ପିଲା ନାହିଁ । ପିଲା କ’ଣ କରିବ ? ଯେଉଁମାନେ ହଇରାଣ କରନ୍ତି ସେଭଳି ପିଲା କେଉଁ କାମର ? ତାହା ଅପେକ୍ଷା ତ ପିଲା ନ ଥିବ ତାହା ଭଲ ଏବଂ କେଉଁ ଜନ୍ମରେ ତୋର ପିଲା ନଥିଲା ? ଏବେ ଏହି ମନୁଷ୍ୟ ଜନ୍ମ ବଡ଼ କଷ୍ଟରେ ମିଳିଛି, ତେବେ ଭାଇ, ସିଧା ମର ନା ! ଆଉ କିଛି ମୋକ୍ଷର ସାଧନ ଖୋଜି ବାହାର କର ଏବଂ ନିଜର କାମ କାଢ଼ି ନେ । । ପ୍ରଶ୍ନକର୍ତ୍ତା : ଗତବର୍ଷ ୟାଙ୍କର ଏକ ପୁଅ ମରିଗଲା ନା, ତେବେ କୁହନ୍ତି ଯେ ମୋତେ ବହୁତ ଦୁଃଖ ହେଲା ଏବଂ ମାନସିକ ରୂପରେ ବହୁତ ସହନ କରିବାକୁ ପଡ଼ିଲା । ଏଥିରେ ମୋତେ ଏପରି ଜାଣିବାକୁ ଇଚ୍ଛା ହେଉଛି ଯେ ପୂର୍ବଜନ୍ମରେ ଆମେ ଏପରି କ’ଣ କରିଥିବୁ, ଯେ ଯାହା କାରଣରୁ ଏପରି ହେଲା ? | ଦାଦାଶ୍ରୀ : ଏପରି ଅଟେ, ଯାହାର ଯେତିକି ହିସାବ, ସେତିକି ହିଁ ସେ ଆମ

Loading...

Page Navigation
1 ... 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118