Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ସାଥିରେ ରହେ, ପରେ ହିସାବ ପୁରା ହେବା କ୍ଷଣି ଆମ ଖାତାରୁ ଅଲଗା ହୋଇଯାଏ । ବାସ୍ ଏତିକି ହିଁ ଏହାର ନିୟମ ।
| ପ୍ରଶ୍ନକର୍ତ୍ତା : କେଉଁ ପିଲା ଜନ୍ମ ହେବାପରେ ତୁରନ୍ତ ମରିଯାଏ, ତେବେ କ’ଣ ତା’ର ସେତିକି ହିଁ ଦିଆନିଆ ଥାଏ ?
। ଦାଦାଶ୍ରୀ : ମାତା-ପିତାଙ୍କ ସହ ଯେତିକି ରାଗ-ଦ୍ବେଷର ହିସାବ ଅଛି, ସେତିକି ପୂରା ହୋଇଗଲା, ପରିଣାମ ସ୍ବରୂପ ମାତା-ପିତାଙ୍କୁ କନ୍ଦାଇ ଚାଲିଯାଏ, ବହୁତ କନ୍ଦାଏ, ମୁଣ୍ଡ ବି ଫଟାଏ । ପୁଅ ଡାକ୍ତରର ଖର୍ଚ୍ଚ ବି କରାଏ, ସବୁକିଛି କରାଇ ଚାଲିଯାଏ !
ପିଲାଙ୍କ ମୃତ୍ୟୁ ପରେ ତାଙ୍କ ପାଇଁ ଚିନ୍ତା କଲେ ତାଙ୍କୁ ଦୁଃଖ ସହିବାକୁ ପଡ଼େ। ଆମ ଲୋକେ ଅଜ୍ଞାନତା କାରଣରୁ ଏପରି ସବୁ କରନ୍ତି । ସେଥିପାଇଁ ତୁମକୁ ଯଥାର୍ଥ ରୂପେ ବୁଝି ଶାନ୍ତିରେ ରହିବା ଉଚିତ । ଅଯଥା ମୁଣ୍ଡଖରାପ କରିବା ତାହାର ଅର୍ଥ କ’ଣ ? କେଉଁଠି ମରୁ ନାହାନ୍ତି ପିଲାମାନେ ? ଏମାନେ ତ ସାଂସାରିକ ରୁଣାନୁବନ୍ଧ ଅଟନ୍ତି । ଦିଆନିଆର ହିସାବ ଅଟନ୍ତି । ମୋର ବି ପୁଅ-ଝିଅ ଥିଲେ, କିନ୍ତୁ ସେମାନେ ମରିଗଲେ । ଅତିଥ ଆସିଥିଲା ସେ ଅତିଥ ଗଲା, ସେ ନିଜର କେଉଁଠି ? କ’ଣ ଆମକୁ ବି ଦିନେ ଯିବାର ନାହିଁ ? ଆମକୁ ତ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କୁ ଶାନ୍ତି ଦେବାର ଅଛି । ଯିଏ ଗଲା ସେ ତ ଗଲା । ତା’କୁ ମନେ ପକାଇବା ମଧ୍ୟ ଛାଡ଼ିଦିଅ । ଏଠି ଜୀବିତ ଥିବେ, ଯେତିକି ଆମର ଆଶ୍ରିତ ଥିବେ, ସେମାନଙ୍କୁ ଶାନ୍ତି ଦିଅ, ସେତିକି ଆମର କର୍ଭବ୍ୟ । ଏ ତ ଯିବାବାଲାଙ୍କୁ ମନେ ପକାନ୍ତି ଆଉ ଥିବାବାଲାଙ୍କୁ ଶାନ୍ତି ଦେଇ ପାରନ୍ତି ନାହିଁ, ଏ କ’ଣ ? ଅତଃ କର୍ତ୍ତବ୍ୟ ଭୁଲି ଯାଉଛି ସବୁ । ତୁମକୁ ଏପରି ଲାଗୁଛି ? ଗଲା ସେ ଗଲା । ପକେଟରୁ ଲକ୍ଷେ ଟଙ୍କା କେଉଁଠି ଖସି ପଡ଼େ ଏବଂ ପୁଣି ହାତକୁ ନ ଆସେ, ତେବେ ଆମକୁ କ’ଣ କରିବା ଉଚିତ ? କ’ଣ ମୁଣ୍ଡ ପିଟିବା ଉଚିତ ?
ପ୍ରଶ୍ନକର୍ତ୍ତା : ତାହାକୁ ଭୁଲିଯିବୁ ।
ଦାଦାଶ୍ରୀ : ହଁ, ଅତଃ ଏସବୁ ନିର୍ବୋଧତା ଅଟେ । ପ୍ରକୃତରେ ବାପ-ପୁଅ କେହି ବି ନୁହଁନ୍ତି । ପୁଅ ମରିଯାଏ ତେବେ ଚିନ୍ତା କରିବା ଭଳି ନୁହେଁ । ବାସ୍ତବରେ ସଂସାରରେ ଯଦି ଚିନ୍ତା କରିବା ଭଳି ଅଟେ ତେବେ ତାହା ମାତା-ପିତାଙ୍କ ମୃତ୍ୟୁ ହୁଏ, ସେତେବେଳେ ମନରେ ଚିନ୍ତା ହେବା ଉଚିତ । ପୁଅ ମରିଯାଏ ତେବେ ପୁଅ ସହ ଆମର କ’ଣ ନେବା-ଦେବା ? ମାତା-ପିତା ତ ଆମ ଉପରେ ଉପକାର କରିଥିଲେ । ମାତା ତ ଆମକୁ ନଅ ମାସ ପେଟରେ ରଖୁଲା, ପୁଣି ବଡ଼ କଲା । ପିତା ପାଠପଢ଼ା

Page Navigation
1 ... 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118