Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 80
________________ ୬୩ ପ୍ରଶ୍ନକର୍ତ୍ତା : ସେମାନଙ୍କ ଭିତରେ ପ୍ରତ୍ୟେକଙ୍କ କର୍ମର ଉଦୟ ଭିନ୍ନ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ହୋଇଥବ ? ଦାଦାଶ୍ରୀ : ଏହା ତ ହିସାବ ହିଁ ସୁଝୁଅଛି । ମା’କୁ ପାଞ୍ଚ ପୁଅ ପ୍ରତି ସମାନ ଭାବ ରଖୁବା ଉଚିତ, କିନ୍ତୁ ରହିବ କିପରି ? ଆଉ ପୁଣି ପୁଅମାନେ କୁହନ୍ତି, ମୋ ମା ତା’ ପକ୍ଷ ନେଉଛି । ଏପରି ଚିଲ୍ଲାନ୍ତି । ଏହି ଦୁନିଆରେ ଏମିତି ଝଗଡ଼ା ଅଛି । ପ୍ରଶ୍ନକର୍ତ୍ତା : ତେବେ ସେହି ପୁଅ ପ୍ରତି ସେ ମା’କୁ ଏପରି ବୈର ଭାବ କାହିଁକି ହୁଏ ? ଦାଦାଶ୍ରୀ : ତାହା ତା’ର କିଛି ପୂର୍ବଜନ୍ମର ବୈର ଅଟେ । ଅନ୍ୟ ପୁଅ ମାନଙ୍କ ପ୍ରତି ପୂର୍ବଜନ୍ମର ରାଗ୍(ଆସକ୍ତି) ଅଛି । ଏଣୁ ରାଗ୍ ପ୍ରଦର୍ଶନ କରେ । ଲୋକେ ନ୍ୟାୟ ଖୋଜନ୍ତି ଯେ ପାଞ୍ଚପୁଅ ତା’ପାଇଁ ସମାନ କାହିଁକି ନୁହେଁ ? କିଛି ପୁଅ ନିଜ ମାତା-ପିତାଙ୍କ ସେବା କରନ୍ତି, ଏମିତି ସେବା କରନ୍ତି ଯେ ଖାଇବା ପିଇବା ବି ଭୁଲିଯାନ୍ତି । ସମସ୍ତଙ୍କ ପାଇଁ ଏଭଳି ନୁହେଁ । ଆମକୁ ଯାହା ମିଳିଛି ସବୁ ନିଜର ହିଁ ହିସାବ ଅଟେ । ନିଜ ଦୋଷ କାରଣରୁ ଆମେ ଏକାଠି ହୋଇଛେ । ଏହି କଳିଯୁଗରେ ଆମେ କାହିଁକି ଆସିଲେ ? ସତ୍ୟଯୁଗ ନଥିଲା ? ସତ୍ୟଯୁଗରେ ସମସ୍ତେ ସିଧା ଥିଲେ । କଳିଯୁଗରେ ସବୁ ତେଢ଼ା ମିଳନ୍ତି । ପୁଅ ଭଲ ଥ‌ିବ ତେବେ ସମୁଦି ତେଢ଼ା ମିଳେ ଏବଂ ସେ ଲଢ଼େଇ-ଝଗଡ଼ା କରାଉ ଥାଏ । ବୋହୂ ଝଗଡ଼ାବାଲୀ ମିଳେ ଏବଂ ସବୁବେଳେ ଝଗଡ଼ା କରୁଥାଏ । କେହି ନା କେହି ଏପରି ମିଳିଯାଏ ଏବଂ ଘରେ ଲଢ଼େଇ ଝଗଡ଼ା ଚାଲୁ ରହିଥାଏ ଲଗାତାର । ପ୍ରଶ୍ନକର୍ତ୍ତା : ‘ ବନସ୍ପତିରେ ବି ପ୍ରାଣ ଅଛି’ ଏପରି କୁହନ୍ତି । ଏବେ ଆମ୍ବଗଛ ହୋଇଥବ, ସେ ଗଛର ଯେତେ ବି ଆମ୍ବ ଥବ, ସେ ସବୁ ଆମ୍ବର ସ୍ଵାଦ ଏକାପରି ହୋଇଥାଏ, ଯେବେକି ଏହି ମନୁଷ୍ୟରେ ପାଞ୍ଚ ପିଲା ଥିବେ ତେବେ ପାଞ୍ଚଜଣସାରା ପିଲାଙ୍କର ବିଚାର-ବାଣୀ–ବର୍ତ୍ତନ (ବ୍ୟବହାର) ଅଲଗାଅଲଗା, ଏପରି କାହିଁକି ? ଦାଦାଶ୍ରୀ : ଆମ୍ବରେ ବି ଅଲଗା—ଅଲଗା ସ୍ଵାଦ ଥାଏ, ତୁମର ବୁଝିବାଶକ୍ତି ନାହିଁ, କିନ୍ତୁ ପ୍ରତ୍ୟେକ ଆମ୍ବର ଅଲଗା-ଅଲଗା ସ୍ଵାଦ, ପ୍ରତ୍ୟେକ ପତ୍ରରେ ବି ଫରକ ଥାଏ । ଏକାପରି ଦେଖାଯାନ୍ତି, ଏକ ପ୍ରକାର ସୁଗନ୍ଧ ହୋଇଥବ, କିନ୍ତୁ କିଛି ନା କିଛି ଫରକ ଥାଏ, କାହିଁକିନା ଏହି ସଂସାରର ନିୟମ ଏପରି ଅଟେ ଯେ ‘ସ୍ପେସ୍’(ସ୍ଥାନ) ବଦଳିଲେ ଫରକ ହୁଏ ନିଶ୍ଚିତ ।

Loading...

Page Navigation
1 ... 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118