Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୬୬
ମାତା-ପିତା ଏବଂ ପିଲାଙ୍କ ବ୍ୟବହାର
ପିଲାଙ୍କର ମାତା-ପିତାଙ୍କ ପ୍ରତି ବ୍ୟବହାର ( ଉତ୍ତରାଷ୍)
(୧୬) ‘ଟିନେଜର୍ସ’(ଯୁବ ବୟସବାଲା)ଙ୍କ ସହ ‘ଦାଦାଶ୍ରୀ’ ପ୍ରଶ୍ନକର୍ତ୍ତା : ଆଦର୍ଶ ବିଦ୍ୟାର୍ଥୀର ଜୀବନରେ କେଉଁ-କେଉଁ ଲକ୍ଷଣର ଆବଶ୍ୟକତା ଅଛି ?
ଦାଦାଶ୍ରୀ : ବିଦ୍ୟାର୍ଥୀକୁ ଘରର ଯେତେ ବ୍ୟକ୍ତି ଥିବେ, ସେ ସମସ୍ତଙ୍କୁ ଖୁସି ରଖୁବାର ଆବଶ୍ୟକତା ଅଛି ଆଉ ପୁଣି ସ୍କୁଲରେ ଯେଉଁମାନଙ୍କ ସାଥ୍ ଥିବ, ନିଜର ଯେଉଁ ଟିଚର ଥିବେ, ସେ ସମସ୍ତଙ୍କୁ ଖୁସି ରଖୁବାର ଆବଶ୍ୟକତା ଅଛି । ଆମେ ଯେଉଁଠିକୁ ଯିବା ସେଠାରେ ସମସ୍ତଙ୍କୁ ଖୁସି ରଖୁବା ଉଚିତ ଏବଂ ନିଜ ପଢ଼ାରେ ମଧ୍ୟ ଧ୍ୟାନ ଲଗାଇବା ଉଚିତ ।
ତୁମେ କେବେ ଜୀବଜନ୍ତୁ ମାରିଥିଲ ? ପ୍ରଶ୍ନକର୍ତ୍ତା : ହଁ ।
ଦାଦାଶ୍ରୀ : କେଉଁଠି ପାରିଥିଲ ?
ପ୍ରଶ୍ନକର୍ତ୍ତା : ବଗିଚାରେ, ପଛ ଅଗଣାରେ ।
ଦାଦାଶ୍ରୀ : କେଉଁ ଜନ୍ତୁ ଥିଲା ? କକ୍ରୋଚ୍ ଇତ୍ୟାଦି ଥିଲେ ?
ପ୍ରଶ୍ନକର୍ତ୍ତା : ସମସ୍ତଙ୍କୁ ମାରିଥିଲି ।
ଦାଦାଶ୍ରୀ : ମଣିଷ ଛୁଆକୁ ମାରି ପକାଉଛୁ କି ?
ପ୍ରଶ୍ନକର୍ତ୍ତା : ନା ।
ଦାଦାଶ୍ରୀ : କାହାରି ଛୁଆକୁ ମାରନ୍ତି ନାହିଁ ? ଏ କାହାର ଛୁଆ ହୋଇଥବ ତେବେ ମାରି ପାରିବା ନାହିଁ ?
ପ୍ରଶ୍ନକର୍ତ୍ତା : ନା ।
ଦାଦାଶ୍ରୀ : ଏପରି କାହିଁକି ? ଏବେ ତୁ ଯେଉଁ ଜୀବକୁ ମାରିଲୁ, ସେଭଳି ଗୋଟିଏ ତୁ ମୋତେ ତିଆରି କରି ଦେବୁ ? ଲକ୍ଷେ ଟଙ୍କା ପୁରସ୍କାର ଦେବି । ଯଦି କେହି ଗୋଟିଏ ଜୀବ ତିଆରି କରି ଦେବ ତେବେ ତା’କୁ ଲକ୍ଷେ ଟଙ୍କା ପୁରସ୍କାର ଦେବି । ତୁ କରିଦେବୁ ? ହେବ ନାହିଁ ?

Page Navigation
1 ... 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118