Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ବିଷୟରେ ଚିନ୍ତା ତୁମକୁ କରିବାର ନାହିଁ । ଝିଅର ତୁମେ ପାଳନକର୍ତ୍ତା ଅଟ । ଝିଅ ନିଜ ପାଇଁ ପୁଅ ବି ନେଇ ଆସିଥାଏ । କାହାକୁ କହିବା ପାଇଁ ଯିବାକୁ ପଡ଼େ ନାହିଁ ଆମକୁ
ଯେ ଆମର ଝିଅ ଅଛି, ତା’ପାଇଁ ପୁଅ ଜନ୍ମ କରି । କ’ଣ ଏମିତି କହିବା ପାଇଁ ଯିବାକୁ ପଡ଼େ ? ଅର୍ଥାତ ନିଜର ସବୁକିଛି ନେଇ ଆସିଥାଏ । ସେତେବେଳେ ବାପ କହିବ, “ଏ ପଚିଶ ବର୍ଷର ହେଲା, ଏବେ ବି ତା’ର ଠିକଣା ହୋଇନାହିଁ, ଏମିତି-ସେମିତି,’ ଏମିତି ସାରାଦିନ ଗାଇ ଚାଲିଥାଏ । ଆରେ ! ସେଠାରେ ପୁଅ ସତେଇଶି ବର୍ଷର ହେଲାଣି, କିନ୍ତୁ ତୋତେ ମିଳିନାହିଁ, କାହିଁକି ଚିତ୍କାର କରୁଛୁ ? ଶୋଇ ଯା ଚୁପଚାପ ! ସେ ଝିଅ ନିଜର ଟାଇମିଙ୍ଗ୍ (ସମୟ) ସବୁ ସେଟ୍ କରି ଆସିଛି । | ଚିନ୍ତା କରିବା ଦ୍ଵାରା ତ ଅନ୍ତରାୟ କର୍ମ ପଡ଼େ ଓଲଟା । ସେ କାର୍ଯ୍ୟ ବିଳମ୍ବିତ ହୁଏ । ଆମକୁ କେହି କହିଥିବ ଯେ ଅମକ ଜାଗାରେ ଗୋଟିଏ ପୁଅ ଅଛି, ତେବେ ଆମକୁ ପ୍ରୟାସ କରିବାର ଅଛି । ଚିନ୍ତା କରିବାକୁ ଭଗବାନ ‘ନା’ କହିଛନ୍ତି । ଚିନ୍ତା କରିବା ଦ୍ଵାରା ତ ଆଉ ଗୋଟିଏ ଅନ୍ତରାୟ ପଡ଼େ ଆଉ ବୀତରୋଗ ଭଗବାନ କ’ଣ କହିଛନ୍ତି ନା ‘ତୁମେ ଚିନ୍ତା କରୁଛି ତେବେ କ’ଣ ତୁମେ ହିଁ ମାଲିକ ? ତୁମେ ହିଁ ଦୁନିଆ ଚଲାଉଛି ? ଏମିତି ଯଦି ଦେଖୁବା ତେବେ ଜଣା ପଡ଼ିବ ଯେ ପାଇଖାନା ଯିବା ପାଇଁ ମଧ୍ୟ ନିଜର ସ୍ୱତନ୍ତ୍ର ଶକ୍ତି ନାହିଁ । ଯଦି ବନ୍ଦ ହୋଇଯାଏ ତେବେ ଡାକ୍ତର ଡାକିବାକୁ ପଡ଼େ । ସେପର୍ଯ୍ୟନ୍ତ ଏପରି ଲାଗେ ଯେ ଏ ଶକ୍ତି ଆମର ଅଟେ, କିନ୍ତୁ ଏହି ଶକ୍ତି ଆମର ନୁହେଁ । ଏହି ଶକ୍ତି କାହା ଅଧୀନରେ ଅଛି ଏସବୁ ଜାଣିବାକୁ ପଡ଼ିବ ।
। ଏ ତ ଅନ୍ତ ସମୟରେ ଖଟିଆରେ ପଡ଼ିଥିବ, ସେତେବେଳେ ମଧ୍ୟ ସାନ ଝିଅର ଚିନ୍ତା କରେ ଯେ, ୟାର ବାହାଘର କରିବା ରହିଗଲା । ଏପରି ଚିନ୍ତାରେ ହିଁ ଚିନ୍ତାରେ ମରେ ତେବେ ପୁଣି ପଶୁଯୋନିରେ ଯାଏ । ପଶୁଯୋନିରେ ଜନ୍ମ ନିଦ୍ୟ ଅଟେ, କିନ୍ତୁ ମନୁଷ୍ୟଜନ୍ମ ପାଇ ମଧ୍ୟ ସିଧା ନ ରୁହେ ତେବେ କ'ଣ ହେବ ?
(୧୩) ଭଲ ହେଲା, ବନ୍ଧା ନହେଲା ଜଞ୍ଜାଳ... ଦାଦାଶ୍ରୀ : କ’ଣ କେବେ ଚିନ୍ତା କରୁଛି ?
ପ୍ରଶ୍ନକର୍ତ୍ତା : ଚିନ୍ତା ବେଶୀ ନାହିଁ । କିନ୍ତୁ କେବେକେବେ ଏପରି ଲାଗେ ଯେ, ସେମିତି ତ ସବୁକିଛି ଅଛି କିନ୍ତୁ ପୁଅ ନାହିଁ ।
। ଦାଦାଶ୍ରୀ : ଓ ହୋ ହୋ ! ଅର୍ଥାତ ଖାଇବାବାଲା କେହି ନାହିଁ । ଏତେ ସବୁ ଅଛି ତଥାପି, ଖାଇବାର ସବୁକିଛି ଅଛି କିନ୍ତୁ ଖାଇବାବାଲା କେହି ନଥିବ ତେବେ ତାହା ପୁଣି ଚିନ୍ତା (ଉପାଧ) ହିଁ ଅଟେ ନା ?

Page Navigation
1 ... 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118