Book Title: Generation Gap Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 41
________________ ୨୪ ମାତା-ପିତା ଏବଂ ପିଲାଙ୍କ ବ୍ୟବହାର ଶୈଳୀ ଅଟେ ? ଏ ଲୋକଙ୍କୁ ତ ବାପ ହେବା ବି ଆସେ ନାହିଁ ! ପ୍ରଶ୍ନକର୍ତ୍ତା : ଆଉ ଯିଏ ପ୍ରେମବାଲା ହୋଇଥିବ, ସେ କ’ଣ କରେ ? ଦାଦାଶ୍ରୀ : ହଁ, ସେ ଏମିତି ଗାଲରେ ହାତ ବୁଲାଏ, ଏମିତି କାନ୍ଧ ଥାପୁଡ଼ାଏ । ଏହିପରି ଖୁସି କରେ । କିନ୍ତୁ କ’ଣ ତାକୁ ଏମିତି ଜାବୁଡ଼ି ଦେବା ଉଚିତ ଯେ ସେ ବିଚରା ପୁଣି ନିଃଶ୍ବାସ ନ ନେଇ ପାରିବ ? ସେତେବେଳେ କାମୁଡ଼ି ହିଁ ଦେବ ନା ! କାମୁଡ଼ିବା ନାହିଁ, ନିଃଶ୍ୱାସ ବନ୍ଦ କରିଦେଲେ ? । ଆଉ ପିଲାଙ୍କୁ କେବେ ମାରିବ ନାହିଁ । କିଛି ଭୁଲଚୁକ ହେବ ତେବେ ବୁଝାଇବ ନିଶ୍ଚୟ, ଆରାମରେ ମୁଣ୍ଡରେ ହାତ ବୁଲାଇ ବୁଝାଇବ ନିଶ୍ଚୟ । ପ୍ରେମ ଦେବ ତେବେ ପିଲା ସମଝଦାର ହୁଏ । (୭) ‘ବିପରୀତତା’ ଏହିପରି ଚାଲିଯାଏ । କ’ଣ କେବେ ତ୍ରିଙ୍କସ(ମଦ) ଇତ୍ୟାଦି ନେଉଛି ? ପ୍ରଶ୍ନକର୍ଷା : କେବେ-କେବେ। ଯେବେ ଘରେ ଝଗଡ଼ା ହୁଏ ତେବେ । ଏହା ମୁଁ ସତ କହୁଛି । । ଦାଦାଶ୍ରୀ : ବନ୍ଦ କରିଦେବ । ତାହାଦ୍ବାରା ପରବଶ ହୋଇଗଲ ! ଆମର ଚାଲେ ନାହିଁ ଏସବୁ, ଆମକୁ ଦରକାର ନାହିଁ । ନେବ ହିଁ ନାହିଁ, ଛୁଇଁବ ହିଁ ନାହିଁ ତୁମେ । ଦାଦାଙ୍କ ଆଜ୍ଞା ଅଟେ, ଏଣୁ ଛୁଇଁବାର ନାହିଁ । ତେବେଯାଇ ତୁମ ଜୀବନ ଭଲ ବ୍ୟତୀତ ହେବ । କାହିଁକିନା ଏବେ ତୁମକୁ ତାହାର ଆବଶ୍ୟକତା ରହିବ ନାହିଁ । ଏ ଚରଣବିଧା ଆଦି ସବୁ ପଢ଼ିବ ତେବେ ତୁମକୁ ତାହାର ଆବଶ୍ୟକତା ରହିବ ନାହିଁ ଏବଂ ଭରପୁର ଆନନ୍ଦ ରହିବ, ବହୁତ ଆନନ୍ଦ ରହିବ । ବୁଝାପଡ଼ିଲା ନା ନାହିଁ ? ପ୍ରଶ୍ନକର୍ତ୍ତା : ବ୍ୟସନରୁ ମୁକ୍ତ କିପରି ରହିବୁ ? ଦାଦାଶ୍ରୀ : ବ୍ୟସନରୁ ମୁକ୍ତ ହେବାପାଇଁ ‘ବ୍ୟସନ ଖରାପ ଜିନିଷ ଅଟେ? ଏପରି ଆମକୁ ପ୍ରତୀତି ହେବା ଦରକାର । ଏହି ପ୍ରତୀତି ଢିଲା ନହେବା ଉଚିତ । ନିଜର ନିଶ୍ଚୟ (ସଂକଳ୍ପ)ନ ହଲିବା ଉଚିତ । ପରେ ମଣିଷ ବ୍ୟସନରୁ ଦୂରେଇ ରୁହେ । ଏଥିରେ କୌଣସି ଅସୁବିଧା ନାହିଁ’ ଏପରି କହିଲା ତେବେ ବ୍ୟସନ ଆହୁରି ଅଧୁକ ମଜଭୁତ୍ ହୋଇଯାଏ । ପ୍ରଶ୍ନ କର୍ତ୍ତା : ଅନେକ ସମୟ ଧରି କେହି ମଦ ପିଇଥିବ ଅଥବା ‘ଡ୍ରଗ୍‌’ (ନିଶାଦ୍ରବ୍ୟ) ନେଇଥିବ, ତେବେ କୁହନ୍ତି ତାହାର ପ୍ରଭାବ ତା’ ମସ୍ତିଷ୍କ ଉପରେ

Loading...

Page Navigation
1 ... 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118